ଭାରତର ଉତ୍ତର ସୀମାରେ ୬୦ହଜାରରୁ ଅଧିକ ସୈନ୍ୟ ମୁତୟନ କରିଛି ଚୀନ୍ : ଆମେରିକୀୟ ବୈଦେଶିକ ସଚିବ

Published By : Prameya-News7 Bureau | October 10, 2020 IST

ଓ୍ବାଶିଂଟନ୍ ୧୦।୧୦: ଏଲଏସିରେ ଭାରତ ଏବଂ ଚୀନ୍ ମଧ୍ୟରେ ବିବାଦ ଲାଗିରହିଛି । ସୀମାରେ ଉତ୍ତେଜନା ମଧ୍ୟରେ ଏଲଏସିରେ ୬୦,୦୦୦ରୁ ଅଧିକ ସୈନିକ ମୁତୟନ କରିଛି ଚୀନ୍ । ଏ ନେଇ ଆମେରିକାର ବୈଦେଶିକ ସଚିବ ମାଇକ୍ ପୋମ୍ପିଓ ସୂଚନା ଦେଇଛନ୍ତି । ସେ ଚୀନ୍ ର ଖରାପ ମନୋଭାବ ଏବଂ ଏକ କ୍ବାର୍ଡ ଦେଶ ପାଇଁ ଚେତାବନୀ ସୃଷ୍ଟି କରୁଥିବାରୁ ତାହାକୁ ଟାର୍ଗେଟ୍ କରିଛନ୍ତି । କ୍ବାର୍ଡ ସମୂହରେ ଆମେରିକା, ଜାପାନ, ଭାରତ ଏବଂ ଅଷ୍ଟ୍ରେଲିଆ ସାମିଲ ଅଛନ୍ତି । କ୍ବାର୍ଡ ଦେଶର ବୈଦେଶିକ ସଚିବମାନେ ମଙ୍ଗଳବାର ଦିନ ଟୋକିଓରେ ସାକ୍ଷାତ ଆଲୋଚନା କରିଥିଲେ । କରୋନା ଭାଇରସ୍ ମହାମାରୀ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ଥର ସାକ୍ଷାତ ଆଲୋଚନା ।

{"id":341663,"sizeSlug":"large"}

ହିନ୍ଦ-ପ୍ରଶାନ୍ତ, ଦକ୍ଷିଣ ଚୀନ୍ ସାଗର ଏବଂ ପୂର୍ବ ଲଦାଖରେ ଏଲଏସିରେ ଚୀନ୍ ର ଆକ୍ରାମକ ସୈନ୍ୟ ମୁତୟନ ହେବା ପରେ ଜାପାନର ରାଜଧାନୀ ଟୋକିଓରେ ୪ଟି ଦେଶ ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଟୋକିଓରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଅଂଶଗ୍ରହଣ କରି ଫେରିଥିବା ଆମେରିକୀୟ ବୈଦେଶିକ ସଚିବ ମାଇକ୍ ପୋମ୍ପିଓ ଶୁକ୍ରବାର ଦିନ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଭାରତୀୟ ନିଜ ଉତ୍ତର ସୀମାରେ ୬୦,୦୦୦ ଚୀନ୍ ସୈନିକଙ୍କ ଉପସ୍ଥିତିକୁ ଦେଖୁଛନ୍ତି ।

{"id":341664,"width":578,"height":387,"sizeSlug":"large"}

ସେ ଆହୁରି କହିଛନ୍ତି, ସେ ଭାରତ, ଅଷ୍ଟ୍ରେଲିଆ ଏବଂ ଜାପାନର ନିଜ ସମକକ୍ଷ ବୈଦେଶିକ ସଚିବମାନଙ୍କ ସହ ବୈଠକ କରିଛନ୍ତି । ଏହା ଏକ ଫର୍ମାଟ୍, ଯାହାକୁ ଆମେ କ୍ବାର୍ଡ କହୁଛୁ । ୪ଟି ବଡ ଗଣତାନ୍ତ୍ରିକ ରାଷ୍ଟ୍ର, ୪ଟି ଶକ୍ତିଶାଳୀ ଅର୍ଥନୀତି, ୪ ଦେଶ ଯେଉଁମାନଙ୍କର ପ୍ରକୃତ ଚିନ୍ତା ହେଉଛି ଚୀନ୍ କମ୍ୟୁନିଷ୍ଟ ପାର୍ଟି ଦ୍ବାରା ସୃଷ୍ଟି ହୋଇଥିବା ବିପଦ ସହ ଜଡିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.