Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||

ଚୀନ ପ୍ରଥମ ଥର ଚନ୍ଦ୍ରପୃଷ୍ଠରେ ଉଡ଼ାଇଲା ପତାକା, ୫୦ ବର୍ଷ ପୂର୍ବରୁ ଆମେରିକା ରଚିଥିଲା ଇତିହାସ

5/12/2020 at 4:25 PM

ବେଜିଂ ୦୫/୧୨: ଆମେରିକା ପରେ ଚୀନ ଚନ୍ଦ୍ରରେ ନିଜ ଦେଶର ପତାକା ଉଡ଼ାଇଛି। ୫୦ ବର୍ଷ ପୂର୍ବେ ଆମେରିକା ଚନ୍ଦ୍ରପୃଷ୍ଠରେ ନିଜର ଧ୍ବଜା ଉତ୍ତୋଳନ କରିଥିଲା। ଆମେରିକା ପରେ ଚୀନ ଦ୍ବିତୀୟ ଦେଶ ଭାବେ ଏହି ସଫଳତା ହାସଲ କରିଛି। ଚାଇନା ନ୍ୟାସନାଲ୍‌ ଆଡମିନିଷ୍ଟେ୍ରସନ୍‌ ଦ୍ବାରା ଚନ୍ଦ୍ରରେ ଉଡ଼ାଯାଇଥିବା ପତାକାର ଫଟୋ ସେୟାର କରାଯାଇଛି। ଚୀନ ଦ୍ବାରା ପଠାଯାଇଥିବା ଚାଙ୍ଗ-୫ ସ୍ପେସ୍‌କ୍ରାଫ୍ଟ ଦ୍ବାରା ଏହି ପତାକା ଚନ୍ଦ୍ରପୃଷ୍ଠରେ ଲଗାଇଛି।

ଚାଙ୍ଗ-୫ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିବା ତୃତୀୟ ଚୀନ ସ୍ପେସ୍‌କ୍ରାଫ୍ଟ ଓ ଟେକ୍‌ ଅଫ କରିଥିବା ପ୍ରଥମ ଯାନ।ଚନ୍ଦ୍ର ପୃଷ୍ଠରେ ନିଜ ଦେଶର ଧ୍ବଜା ଲଗାଯିବା ପରେ ଚୀନ ମିଡିଆ ଏହାକୁ ଇତିହାସର ପ୍ରଥମ ବୋଲି କହିବା ସହ ପ୍ରଥମେ ଚନ୍ଦ୍ରମାରେ ୫ ତାରା ବିଶିଷ୍ଟ ଲାଲ୍‌ ରାଷ୍ଟ୍ରୀୟ ପତାକା ଉଡ଼ିଥିବା କହିଛି।

ଚାଙ୍ଗ-୫ ଚନ୍ଦ୍ରମାରେ ପହଞ୍ଚିବା ଦ୍ବାରା ବହୁତ କିଛି ତଥ୍ୟ ଚୀନକୁ ମିଳିପାରିବ। ବିଶେଷ କରି ପୃଥିବୀ ପୃଷ୍ଠରୁ ଚାଙ୍ଗ-୫ ଆଣିବାକୁ ଥିବା ମାଟି, ପଥରରୁ ଚନ୍ଦ୍ରମାର ଉତ୍ପତ୍ତି ଓ ଭୈଗୋଳିକ ଉପସ୍ଥିତି ସମ୍ପର୍କରେ ବୈଜ୍ଞାନିକମାନଙ୍କୁ ଅନେକ ତଥ୍ୟ ମିଳିପାରିବ ବୋଲି ଆଶା କରାଯାଉଛି।

ଚନ୍ଦ୍ରରେ ପତାକା ଲଗାଇବାର ପରମ୍ପରା ପ୍ରଥମେ ଆମେରିକା ଆରମ୍ଭ କରିଥିଲା। ଆମେରିକା ୧୯୬୯ରେ  ମାନବଯୁକ୍ତ ଆପୋଲୋ-୧୧ ମିଶନ୍‌ ଦ୍ବାରା ପ୍ରଥମେ ଚନ୍ଦ୍ର ପୃଷ୍ଠରେ ପତାକା ଉଡ଼ାଇଥିଲା। ୧୯୭୨ ପର୍ଯ୍ୟନ୍ତ ଓ ପରେ ୫ ଅନ୍ୟ ଆମେରିକା ପତାକା ଚନ୍ଦ୍ରମାରେ ଲଗାଯାଇଛି।

   Related Posts