Coronavirus: ଉହାନରୁ ଭାରତୀୟଙ୍କ ଉଦ୍ଧାର ଲାଗି ଶୁକ୍ରବାର ଚୀନ ଯିବ ସ୍ୱତନ୍ତ୍ର ବିମାନ

Published By : Prameya-News7 Bureau | January 30, 2020 IST

ନୂଆଦିଲ୍ଲୀ ୩୦।୧: ଚୀନରେ ବ୍ୟାପୁଥିବା କରୋନା ଭାଇରସକୁ ନଜରରେ ରଖି ଉହାନରେ ଫଶି ରହିଥିବା ଭାରତୀୟଙ୍କ ଉଦ୍ଧାର ଲାଗି ଶେଷରେ ସରକାର ପଦକ୍ଷେପ ନେଇଛନ୍ତି। ଏହି କ୍ରମରେ ଶୁକ୍ରବାର ଭାରତରୁ ୨ଟି ସ୍ୱତନ୍ତ୍ର ବିମାନ ଚୀନକୁ ପଠାଯିବ। ଭୂତାଣୁ ସଂକ୍ରମଣ ପରଠାରୁ ଚୀନରେ ଏପର୍ଯ୍ୟନ୍ତ ୧୭୦ଜଣଙ୍କର ମୃତ୍ୟୁ ହେଲାଣି। ଏଥିରେ ଉହାନ ପ୍ରାନ୍ତ ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳ।ଏଣୁ ସେଠାରୁ ସମସ୍ତ ଭାରତୀୟଙ୍କ ଉଦ୍ଧାର ଲାଗି ଏହି ୨ଟି ବିମାନ ଚୀନ ଯିବେ ବୋଲି ଜଣାପଡିଛି।

{"id":217961,"sizeSlug":"large"}

ଏ ନେଇ ବେଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଗୁରୁବାର ସୂଚନା ଦେଇ କହିଛନ୍ତି ଯେ ଚୀନ ହୁବେଇ ପ୍ରାନ୍ତରେ ରହୁଥିବା ୬୦୦ ଭାରତୀୟଙ୍କ ସହ ଏପର୍ଯ୍ୟନ୍ତ ସମ୍ପର୍କ କରାଯାଇପାରିଛି। ସେମାନେ ସ୍ୱାଦେଶ ଫେରିବାକୁ ଚାହୁଁଛନ୍ତି ଓ ବେଜିଂସ୍ଥିତ ଭାରତୀୟ ଦୂତାବାସ ସେମାନଙ୍କ ପ୍ରତ୍ୟାବର୍ତ୍ତନ ଲାଗି ୨୪ ଘଣ୍ଟା ପ୍ରୟାଶ ଚଳାଇଛନ୍ତି । ଉହାନର ହୁବେଇରୁ ଭାରତୀୟଙ୍କ ଉଦ୍ଧାର ଲାଗି ଚୀନ ସରକାରଙ୍କୁ ୨ଟି ବିମାନ ଚଳାଚଳ ନିମନ୍ତେ ଅନୁମତି ଦେବାକୁ ନିବେଦନ କରାଯାଇଥିଲା। ଏଥିଲାଗି ଚୀନ ସରକାର ଏବେ ଅନୁମତି ପ୍ରଦାନ କରିବା ପରେ ଭାରତୀୟଙ୍କ ଉଦ୍ଧାର ଲାଗି ପଦକ୍ଷେପ ଗ୍ରହଣ କରାଯାଇଥିବା ଜୟଶଙ୍କର କହିଛନ୍ତି।

{"id":217962,"sizeSlug":"large"}

ଏଣୁ ହୁବେଇରୁ ଭାରତୀୟଙ୍କୁ ବିମାନ ରାସ୍ତାରେ ସେଠାରୁ ଉଦ୍ଧାର କରିବା ଲାଗି ବେଜିଂ ଦୂତାବାସ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏଥିରେ ପ୍ରଥମେ ସେହି ଭାରତୀୟ ନାଗରିକଙ୍କୁ ପ୍ରଥମେ ଅଣାଯିବ ଯେଉଁମାନେ ଉହାନ ଓ ଏହାର ଆଖପାଖ ଅଞ୍ଚଳରେ ରହୁଛନ୍ତି। ଏଥିଲାଗି ସେମାନେ ସେମାନଙ୍କର ସମ୍ମତି ମଧ୍ୟ ଦେଇଛନ୍ତି ।  ଏହାପରେ ଅନ୍ୟ ଏକ ବିମାନ ହୁବେଇର ଅନ୍ୟାନ୍ୟ ଅଞ୍ଚଳରେ ରହୁଥିବା ଭାରତୀୟଙ୍କୁ ଏୟାରଲିଫ୍ଟ କରିବ। ଚୀନ ଜାତୀୟ ସ୍ୱାସ୍ଥ୍ୟବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୩୧ ପ୍ରାନ୍ତିୟ ସ୍ତରର ଅଞ୍ଚଳ ସମେତ ଝିନଝିଆଙ୍ଗରେ ଏପର୍ଯ୍ୟନ୍ତ ସଂକ୍ରମଣର ୭ ହଜାର ୭ଶହ ୧୧ଟି ମାମଲା ପୁଷ୍ଟି ହୋଇଛି। ତେବେ ଚୀନ ସରକାର ଉପୁଜିଥିବା ମହାମାରୀକୁ ନେଇ ଲଗାତାର ଭାରତ ସହ ସମ୍ପର୍କରେ ଥିବା ଭାରତସ୍ଥିତ ଚୀନ ଦୂତାବାସ ପକ୍ଷରୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.