କରୋନା ଭାଇରସ୍ ଆତଙ୍କ, ଚୀନରେ ବଢିଲା ନୂଆବର୍ଷ ଛୁଟି

Published By : Prameya-News7 Bureau | January 28, 2020 IST

ବେଜିଂ ୨୮।୧: ଦେଶରେ ଭୂତାଣୁ ସଂକ୍ରମଣ ଚଳିତ ବର୍ଷ ଚୀନ ନବବର୍ଷକୁ ଫିକା କରିଦେଇଛି। ନୂଆ କରୋନା ଭାଇରସ୍ ସଂକ୍ରମଣ ରୋକିବା ଲାଗି ସରକାର ଉତ୍ସବ ପାଳନ ଉପରେ ପ୍ରତିବନ୍ଧକ ଲଗାଇଥିବା ବେଳେ ଲୋକେ ନିଜନିଜ ଘରେ ବନ୍ଧୁବାନ୍ଧବଙ୍କୁ ଭେଟୁଥିବାର ଜଣାପଡିଛି। ତେବେ ଦେଶରେ ସଂକ୍ରମଣ ଥମିବା ବଦଳେ ବ୍ୟାପୁଥିବାରୁ ଏବେ ସରକାର ବସନ୍ତ ଅବକାଶ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି।

{"id":217144,"sizeSlug":"large"}

ଏହି ଭୂତାଣୁ ସଂକ୍ରମିତଙ୍କ ଛିଙ୍କ ଓ ଶିଙ୍ଗାଣୀରୁ ବ୍ୟାପୁଥିବାରୁ ସରକାର ଛୁଟି ସମ୍ପ୍ରସାରଣ କରିଛନ୍ତି। ଫଳରେ ବିଭିନ୍ନ ଅଞ୍ଚଳରେ କଲେଜ, ମାଧ୍ୟମିକ, ପ୍ରାଥମିକ ସ୍କୁଲ  ଓ କିଣ୍ଡରଗାର୍ଟନର ଛୁଟି ବଢିଛି।  ନ୍ୟୁ କରୋନା ଭାଇରସ ନିମୋନିଆର ଏକ ଶ୍ୱାସନ ସଂକ୍ରମଣ। ଏଣୁ ଲୋକଙ୍କୁ ସମବେତ ହେବା ଲାଗି ବାରଣ କରାଯାଇଥିବାରୁ ସ୍କୁଲ, କଲେଜ ଏବେ ଖୋଲିବା ସମ୍ଭବ ନୁହେଁ ବୋଲି ସରକାର କଡକଡି ଘୋଷଣା କରିଛନ୍ତି।

{"id":217145,"sizeSlug":"large"}

ଜାତୀୟ ସ୍ୱାସ୍ଥ୍ୟ କମିଟିଙ୍କ ସୂଚନା ଅନୁସାରେ କେବଳ ତୀବ୍ବତ ସ୍ୱୟଂଶାସିତ ପ୍ରଦେଶ ବ୍ୟତୀତ ଚୀନର ସମସ୍ତ ୩୦ ପ୍ରାନ୍ତ ଓ କେନ୍ଦ୍ର ଶାସିତ ସହରାଞ୍ଚଳରେ କରୋନା ଭାଇରସ ସଂକ୍ରମିତଙ୍କ ଅଭିଯୋଗ ବଢିବାରେ ଲାଗିଛି। ମୋଟ ୨ହଜାର ୭୪୪ ଜଣ  ଏପର୍ଯ୍ୟନ୍ତ ନ୍ୟୁ କରୋନା ଭାଇରସ ସଂକ୍ରମିତ ହୋଇଥିବା ସ୍ୱାସ୍ଥ୍ୟ କମିଟି ପୁଷ୍ଟି କରିଛନ୍ତି। ସେପଟେ ସନ୍ଦିଗ୍ଧଙ୍କ ସଂଖ୍ୟା ୫ହଜାର ୭୯୪ରେ ପହଞ୍ଚିଥିବା ବେଳେ ବୁହାନ ପରିସ୍ଥିତି ଏବେବି ଗୁରୁତର ରହିଛି। ସେଠାକୁ ସ୍ୱତନ୍ତ୍ର ଡାକ୍ତରୀ ଦଳ ପଠାଯାଇଥିବା ସ୍ୱାସ୍ଥ୍ୟ କମିଟି ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.