UNSCରେ ପାକିସ୍ତାନ ସମର୍ଥନରେ ଛିଡା ହୋଇଥିଲା ଚୀନ, ଏବେ ନିଜ ଭୁଲ୍‌ର ମଜା ଚାଖିଲା

Published By : Prameya-News7 Bureau | May 29, 2020 IST

ବେଜିଂ ୨୯।୦୫: ହଂକଂ ଉପରେ ଅଧିକାର ଜମାଉଥିବା ଚୀନକୁ ନିଜର ପୁରୁଣା ଚାଲବାଜି ଏବେ ଭାରି ପଡିଛି। କୂଟନୈତିକ ସୂତ୍ର ଅନୁଯାୟୀ, ମିଳିତ ଜାତିସଂଘର ସୁରକ୍ଷା ପରିଷଦ(UNSC) ନିଷ୍ପତ୍ତି ନେଇଛି ଯେ, ହଂକଂ ପ୍ରସଙ୍ଗରେ ରୁଦ୍ଧଦ୍ଵାର ବୈଠକ ହେବ। ଅର୍ଥାତ ଏହି  ବୈଠକ ଅନୌପଚାରିକ ହେବ। ୟୁଏନଏସସିର ଏହି ନିଷ୍ପତ୍ତି ଚୀନକୁ ଭାରି ବାଧିଛି। ଏହା ପୂର୍ବରୁ ଚୀନ ପାକିସ୍ତାନର କହିବା ଅନୁସାରେ ୟୁଏନଏସସିର ରୁଦ୍ଧଦ୍ଵାର ବୈଠକରେ କାଶ୍ମୀର ପ୍ରସଙ୍ଗ ଉଠାଇଥିଲା। କିନ୍ତୁ ଚୀନ୍‌କୁ ଏଥିରେ କିଛି ଫାଇଦା ମିଳିନଥିଲା ଏବଂ ପରିଷଦ ସ୍ପଷ୍ଟ ଶବ୍ଦରେ ଜବାବ ଦେଇଥିଲା ଯେ, କାଶ୍ମୀର ଭାରତ ଓ ପାକିସ୍ତାନର ଦ୍ଵିପାକ୍ଷିକ ପ୍ରସଙ୍ଗ। ଏବେ ଚୀନ ନିଜ ଜାଲରେ ନିଜେ ପଡିଛି।

ହଂକଂକୁ ନେଇ ଚୀନର ଆଭିମୁଖ୍ୟରେ ଅସନ୍ତୁଷ୍ଟ ଆମେରିକା ଓ ବ୍ରିଟେନ୍‌ର ଅପିଲ୍ ଉପରେ ୟୁଏନଏସସିର ରୁଦ୍ଧଦ୍ଵାର ବୈଠକ ହେବ। ଏହା ପରିଷଦର ଏଜେଣ୍ଡାରେ ସାମିଲ ହେବ ନାହିଁ। ଆମେରିକା କହିଛି ଯେ, ହଂକଂ ଏକ ବୈଶ୍ଵିକ ଚିନ୍ତାର ବିଷୟ। ଏହା ଅନ୍ତରାଷ୍ଟ୍ରୀୟ ଶାନ୍ତି ଓ ସୁରକ୍ଷା ପାଇଁ ମହତ୍ଵପୂର୍ଣ୍ଣ। ତେଣୁ ୟୁଏନଏସସିକୁ ଏହା ଉପରେ ଧ୍ୟାନ ଦେବା ଉଚିତ୍। ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍‌ ପାମ୍ପିଓ କହିଥିଲେ ଯେ, ଆଜିର ତାରିଖରେ କେହି ମଧ୍ୟ ଏହା କହି ପାରିବେ ନାହିଁ ଯେ, ହଂକଂକୁ ଚୀନଠୁ ପୂର୍ଣ୍ଣ ସ୍ଵାଧୀନ ମିଳିଛି। ଏହାକୁ ନେଇ କୌଣସି ଆଶା ନାହିଁ ଯେ, ଚୀନ ହଂକଂକୁ ପୂର୍ଣ୍ଣ ସ୍ଵାଧୀନତା ଦେବ।

{"id":278189,"sizeSlug":"large"}

ମାଇକ୍‌ କହିଥିଲେ ଯେ, ଆଜି ମୁଁ ୟୁଏସର କଂଗ୍ରେସକୁ କହି ଦେଇଛି ଯେ, ହଂକଂକୁ ଏବେ ଚୀନଠୁ ମିଳିଥିବା ସ୍ଵାଧୀନତା ସମାପ୍ତ ହୋଇ ଯାଇଛି। ଏହାକୁ ନେଇ ମଧ୍ୟ ସେ ତଥ୍ୟ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି ଆମେରିକା ହଂକଂ ସପକ୍ଷରେ ଛିଡା ହେବ। ବ୍ରିଟେନ୍ ମଧ୍ୟ ଏହି ପ୍ରସଙ୍ଗରେ ଚୀନକୁ ପଛଘୁଞ୍ଚା ଦେବାକୁ ଦାବି କରିଥିଲା। ବ୍ରିଟେନ୍ କହିଥିଲା ଯେ, ଯଦି ଚୀନ ହଂକଂରେ ନ୍ୟାସନାଲ ସିକ୍ୟୁରିଟି ଆଇନ୍‌ ଲାଗୁ କରେ ତେବେ ବ୍ରିଟିଶ ନ୍ୟାସନାଲ ଓଭରସିଜ୍ ପାସପୋର୍ଟ ହୋଲର୍ଡ୍ସ(BNO)ର ମାନ୍ୟତା ବଦଳାଇ ଦେବ।

ଉଲ୍ଲେଖଯୋଗ୍ୟ, ପାକିସ୍ତାନ ସମର୍ଥନରେ ଚୀନ ୟୁଏନଏସସିର ରୁଦ୍ଧଦ୍ଵାର ବୈଠକରେ କାଶ୍ମୀର ପ୍ରସଙ୍ଗ ଉଠାଇଥିଲା। ହେଲେ କୌଣସି ଦେଶ ଏଥିରେ ଚୀନକୁ ସମର୍ଥନ ଦେଇଥିଲେ। ଓଲଟା ଲୋକହସା ହୋଇଥିଲା ଚୀନ। କାଶ୍ମୀର ପ୍ରସଙ୍ଗରେ ଚୀନର ଏହି ପଦକ୍ଷେପକୁ ସୁରକ୍ଷା ପରିଷଦର ବାକି ଦେଶ ବିରୋଧ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.