ଚାଲବାଜ୍ ଚୀନ୍: ଆଫ୍ରିକା ଶିଶମ ଜଙ୍ଗଲରୁ ଲୁଟ୍ କରି ଆତଙ୍କବାଦୀଙ୍କୁ ଫଣ୍ଡିଙ୍ଗ୍ କରୁଛି ଚୀନ୍

Published By : Prameya-News7 Bureau | September 07, 2020 IST

ନୂଆଦିଲ୍ଲୀ ୦୭/୦୯ : ଏଜ ତାଜା ରିପୋର୍ଟରେ ଡ୍ରାଗନର ଆଉ ଏକ କଳା କାରନାମା ସାମ୍ନାକୁ ଆସିଛି | ଆଫ୍ରିକା ଜଙ୍ଗଲରେ ଅଂଧାଧୁଆଂ ଲୁଟ ଜରିଆରେ ଶିଶମର ଏକ ପ୍ରଜାତି ବିଲୁପ୍ତ ହେବାକୁ ବସିଛି | ଅପରପକ୍ଷରେ ଏହିଭଳି ଅବୈଧ କାରବାର ଜରିଆରେ ଚୀନ ଆତଙ୍କବାଦୀ ସଂଗଠନକୁ ଫଣ୍ଡିଙ୍ଗ କରୁଛି | ବ୍ରିଟେନର ଖବରକାଗଜ ଏକ୍ସପ୍ରେସ ଏକ ରିପୋର୍ଟରେ ବିଶେଷଜ୍ଞ ଓ ଏହି ମାମଲାର ସୂଚନା ରଖୁଥିବା ଲୋକଙ୍କ ଉଦ୍ଦେଶ୍ୟରେ ଏହି ସୂଚନା ଦେଇଛି | ରିପୋର୍ଟରେ କୁହାଯାଇଛି ଯେ, ଗୋଟିଏପଟେ ନିଜ ଦେଶରେ ଗଛକଟା ଓ ଆତଙ୍କବାଦୀ ସଂଗଠନ ଉପରେ କଡା ପ୍ରତିବନ୍ଧ ଲଗାଇଛି | ଅନ୍ୟପଟେ ଅବୈଧ ଗଛ କଟା ଜରିଆରେ ଅନ୍ୟ ଦେଶମାନଙ୍କରେ ଆତଙ୍କବାଦୀ ସଂଗଠନକୁ ସାହାଯ୍ୟ କରୁଛି | ଏକ ଅଫିସିଆଲ ଅନୁମାନ ଅନୁଯାୟୀ, ଚୀନ ଆଫ୍ରିକାରୁ ବାର୍ଷିକ ୨.୨ କୋଟି ଡଲାରର କାଠ ଆମଦାନୀ କରିଥାଏ | କିନ୍ତୁ ଅବୈଧ ଗଛ କଟା ଯୋଗୁଁ ୧୭ କୋଟି ଡଲାର ଯାଏଁ ହୋଇପାରିବ |

ପର୍ଯାବରଣବାଦୀ ମଧ୍ୟ ଏହାକୁ ନେଇ ଚେତାବନୀ ଦେଇଛନ୍ତି | କାରଣ ଶିଶମ ଗଛ ପୁଣି ବଢିବାକୁ ଏବଂ ବିକଶିତ ହେବାକୁ ୧୦ ବର୍ଷ ସମୟ ଲାଗିଥାଏ | ରିପୋର୍ଟରେ କୁହାଯାଇଛି ଯେ, ଦୁର୍ନୀତି ଓ କଳାବଜାରୀ ଯୋଗୁଁ ଏହି ବ୍ୟବସାୟ ଚାଲିଛି ଏବଂ ଏଥିପାଇଁ ନାଇଜେରିଆରେ ବୋକୋ ହାରାମି ଭଳି ଆତଙ୍କବାଦୀ ସଂଗଠନକୁ ଫାଇଦା ହେଉଛି |

୩ ବର୍ଷ ପୂର୍ବରୁ ଚୀନ ନିଜର ପ୍ରାକୃତିକ ଜଙ୍ଗଲ କଟା ଉପରେ ପ୍ରତିବନ୍ଧକ ଲଗାଇଥିଲା | ନଦୀକୁ ପ୍ରଦୂଷିତ ହେବାରୁ ରକ୍ଷା କରିବାକୁ ଏବଂ ବନ୍ୟା ରୋକିବାକୁ ଏହିଭଳି ପଦକ୍ଷେପ ନେଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.