Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଚୀନର ଜଳପରି ବଂଶ : ପିନ୍ଧନ୍ତି ମାଛ ଛାଲରେ ତିଆରି ପୋଷାକ

26/05/2020 at 2:48 PM

ବେଜିଙ୍ଗ ୨୬/୦୫ : ଚୀନର ଏକ ଛୋଟ ଗାଁରେ ରହୁଥିବା ଏକ ସମ୍ପ୍ରଦାୟ ମାଛ ଛାଲରେ ପୋଷାକ ତିଆରି କରନ୍ତି | ବର୍ତ୍ତମାନ ଏହି ସମ୍ପ୍ରଦାୟର ବହୁତ କମ ଲୋକ ବଞ୍ଚିଛନ୍ତି ଯେଉଁମାନେ ମାଛ ଛାଲରେ ପୋଷାକ ତିଆରି କରିବା ଜାଣିଛନ୍ତି | ୬୮ ବର୍ଷ ବୟସ୍କା ବେନଫେଙ୍ଗ, ଚୀନର ହିଲଙ୍ଗଜିୟଙ୍ଗ ଅଞ୍ଚଳର ଟୋଙ୍ଗଜୀୟାଙ୍ଗ ସହର ଅନ୍ତର୍ଗତ ହେଝେନ ଗାଁରେ ରୁହନ୍ତି | ସେ ହେଝେନ ସମ୍ପ୍ରଦାୟର | ସେ ମାଛ ଛାଲରେ ପୋଷାକ ତିଆରି କରି ଜାଣନ୍ତି |

ସେ କୁହନ୍ତି ଯେ, ତାଙ୍କ ସମ୍ପ୍ରଦାୟର ଅନେକ ଲୋକ ୧୯୩୦ ଏବଂ ୧୯୪୦ ଦଶକରେ ଜାପାନ ଚାଲିଯାଇଥିଲେ | ତାଙ୍କ ସମ୍ପ୍ରଦାୟର ଅନେକ ଲୋକ ପ୍ରାଣ ହରାଇଛନ୍ତି | କିନ୍ତୁ ସେ ଏବେ ସୁଦ୍ଧା ଚୀନରେ ଅଛନ୍ତି | ଏହି ସମ୍ପ୍ରଦାୟର ଲୋକଙ୍କୁ ଚୀନରେ ଅମୁର ବୋଲି କୁହାଯାଏ | ଋଷ ସାଇବେରିଆରେ ବ୍ଲାକ ଡ୍ରାଗନ ନଦୀ ନିକଟରେ ବସବାସ କରୁଥିବା ଏହି ସମ୍ପ୍ରଦାୟ ଲୋକଙ୍କୁ ତୂଂଗୁସିକ ସମ୍ପ୍ରଦାୟ ସହ ଯୋଡ଼ା ଯାଇଥାଏ | ଚୀନରେ ହେଝେନ ସମ୍ପ୍ରଦାୟ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବୃଦ୍ଧି ପାଇଥିଲା | ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏମାନେ ମାତ୍ର ୩୦୦ ଜଣ ଥିଲେ | କିନ୍ତୁ ବର୍ତ୍ତମାନ ଏହି ସମ୍ପ୍ରଦାୟର ପାଖାପାଖି ୫ ହଜାର ଲୋକ ଅଛନ୍ତି | ଏମାନେ କାର୍ପ, ପାଇକ ଏବଂ ସାଲମନ ମାଛ ଛାଲରେ ପୋଷାକ ତିଆରି କରନ୍ତି |   

ସେ କୁହନ୍ତି ଯୁବପିଢ଼ିର କିଛି ଯୁବକ ଯୁବତୀ ଏହି କଳା ଶିଖିବା ପାଇଁ ଇଛା କରନ୍ତି | ମାଛ ଛାଲରେ ତିଆରି ପୋଷାକ ବର୍ତ୍ତମାନ ହେଝେନ ସମ୍ପ୍ରଦାୟର ଲୋକ ପ୍ରତିଦିନ ପିନ୍ଧୁ ନାହାନ୍ତି | କେବେ କେବେ ପର୍ବ ପର୍ବାଣି ଦେଖି ପିନ୍ଧୁଛନ୍ତି |

ଟୋଙ୍ଗାଜୀୟାଙ୍ଗରେ ରହୁଥିବା ହେଝେନ ସମ୍ପ୍ରଦାୟର ଲୋକଙ୍କ ଗାଁ ଚୀନର ଉତ୍ତର-ପୂର୍ବରୁ ଋଷ ସୀମା ସହ ସଂଯୋଜିତ | ସେ ଏଠାରେ ଲୋକଙ୍କୁ ମାଛ ଛାଲରେ ପୋଷାକ ତିଆରି କରିବା ସୁଖାଉଛନ୍ତି | ସେ ଏହି ସମ୍ପ୍ରଦାୟର ନାନା କାହାଣୀ ଶୁଣାଉଛନ୍ତି ଏବଂ ଏହି ନିଆରା ପରମ୍ପରାକୁ ଜୀବିତ ରଖିଛନ୍ତି |

ମାଛ ଛାଲରେ ପୋଷାକ ତିଆରି କରିବା ପାଇଁ ଜମା ହୋଇଥିବା ନଦୀରୁ ମାଛ ଧରିବାକୁ ପଡିଥାଏ | ୟୁ ବେନଫେଙ୍ଗଙ୍କର ଏକ ବୁଟୀକ ମଧ୍ୟ ଅଛି | ସେଠାରେ ସେ ନିଜ ଛାତ୍ରଛାତ୍ରୀଙ୍କୁ ମାଛ ଛାଲ ପୋଷାକ ତିଆରି କରିବା ଶିଖାଉଛନ୍ତି | ଏହି ସମ୍ପ୍ରଦାୟ ଲୋକ ନଦୀରୁ ମାଛ ଧରିବାରେ ପାରଙ୍ଗମ | ଏମାନଙ୍କୁ ଜଳପରି ବଂଶଜ ବୋଲି କୁହାଯାଏ | ସେ କହିଛନ୍ତି, ଆଗରୁ ନିଜ ଇଛାରେ ମାଛ ଧରୁଥିଲେ | କିନ୍ତୁ ଏବେ ବଜାରରୁ କିଣିବାକୁ ପଡୁଛି | ଆଗରୁ ସିଲେଇ କରିବା ପାଇଁ ବାଘ ହାଡ ଏବଂ ହରିଣର ହାଡ ବ୍ୟବହାର କରାଯାଉଥିଲା | କିଣୁ ଏବେ ସିଲେଇ ପାଇଁ ଛୁଞ୍ଚି ସୁତା ବ୍ୟବହାର ହେଉଛି | ମହିଳାଙ୍କ ଗୋଟିଏ ଟପ ଓ ଟ୍ରାଉଜର ତିଆରି କରିବାକୁ ୫୦ ଟି ପୁରୁଷଙ୍କ ପୋଷାକ ପାଇଁ ୫୬ଟି ମାଛର ଛାଲ ଆବଶ୍ୟକ ହୋଇଥାଏ |  

ବଜାରରୁ ମାଛ ଆଣିବା ପରେ ତାଙ୍କ ଛାଲ ବାହାର କରାଯାଇଥାଏ | ଏହାପରେ ତାକୁ ଶୁଖାଇ ଦିଆଯାଏ | ଏହାପରେ ତାକୁ ଆଇରନ କରାଯାଇଥାଏ | ଏହି ପ୍ରକ୍ରିୟା ପାଇଁ ପାଖାପାଖି ମାସେ ଲାଗିଥାଏ | ଏହାପରେ ସିଲେଇ କରିବାକୁ ପାଖାପାଖି ୨୦ ଦିନ ଲାଗିଥାଏ |

ୟୁ ବେନଫେଙ୍ଗ ଚାହୁଁଛନ୍ତି ତାଙ୍କ ପୋଷାକର ବ୍ରାଣ୍ଡିଙ୍ଗ ହେଉ ଯେପରି ସାପ, କୁମ୍ଭୀର ଛାଲରେ ତିଆରି ପୋଷାକ ଏବଂ ଜିନିଷର ହୋଇଥାଏ | ଫଳରେ ତାଙ୍କ ସମ୍ପ୍ରଦାୟର ଲୋକଙ୍କୁ କାମ ମିଳିବ ସହ ରୋଜଗାର ମଧ୍ୟ ହେବ |

   Related Posts