Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ଚୀନକୁ ଡରିଲା ‘ହୁ’, ନୂଆ ଭାରିଏଣ୍ଟର ନାମକରଣକୁ ନେଇ ଉଠିଲା ପ୍ରଶ୍ନ

27/11/2021 at 8:13 PM

ନୂଆଦିଲ୍ଲୀ ୨୭।୧୧:  ଚୀନକୁ ଡରୁଛି କି ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ(ହୁ)। ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା କରୋନାର ନୂଆ ଭାରିଏଣ୍ଟକୁ ନେଇ ସାରା ବିଶ୍ବରେ ହଲଚଲ ଦେଖାଦେଇଛି। ହୁ ଏହାର ନାମ ଓମିକ୍ରନ୍ ଦେଇଛି। ତେବେ ନୂଆ ଭାରିଏଣ୍ଟର ନାମକରଣକୁ ନେଇ ହୁ ଉପରେ ପ୍ରଶ୍ନ ଉଠିବା ଆରମ୍ଭ ହେଲାଣି । କାରଣ ହେଉଛି ଗ୍ରିକ୍ ଆଲଫାବେଟ୍‌ର ଅକ୍ଷରକୁ ନେଇ ଏହାର ନାମକରଣ ହୋଇଛି । ତେବେ ଓମିକ୍ରନ୍ ଗ୍ରିକ୍ ଆଲଫାବେଟ୍ର ୧୫ତମ ଅକ୍ଷର । ଏହା ପୂର୍ବରୁ ହୁ ନେଇଥିବା ୨ ଅକ୍ଷର ନାଁକୁ କୌଣସି ଭ୍ୟାରିଏଣ୍ଟକୁ ଦେଇନାହିଁ। ତେଣୁ ଏଥିରେ ଛଡ଼ା ଯାଇଥିବା ଦୁଇ ଅକ୍ଷର ହେଲା Nu ଏବଂ Xi ।  କୁହାଯାଉଛି ଚୀନ୍ ରାଷ୍ଟ୍ରପତି ସି-ଜିନପିଙ୍ଗ୍‌ଙ୍କ ନାଁ ସହ ଜୋଡ଼ି ହେଉଥିବାରୁ Xi ଅକ୍ଷରକୁ ଛାଡ଼ି ଦିଆଯାଇଛି । ସେହିଭଳି Nu କୁ ନ୍ୟୁ ଅର୍ଥାତ୍ ନୂଆ ଉଚ୍ଚାରଣ କାରଣରୁ ଛାଡ଼ି ଦିଆଯାଇଛି । ହୁ ଏପର୍ଯ୍ୟନ୍ତ ୧୩ଟି ଭ୍ୟାରିଏଣ୍ଟକୁ ଗ୍ରୀକ୍ ଲେଟରରେ ନାଁ ଦେଇସାରିଛି ।

   Related Posts