ଚୀନକୁ ଲେଉଟୁଛି କରୋନା, ସପ୍ତାହରେ ବେଜିଂରେ ପ୍ରଥମ କରୋନା କେସ୍ ଚିହ୍ନଟ

Published By : Prameya-News7 Bureau | July 29, 2020 IST

ନୂଆଦିଲ୍ଲୀ ୨୯।୦୭:ଚୀନରେ ପୁଣି ଥରେ କରୋନା ଭାଇରସ୍‌ ଆକ୍ରମଣାତ୍ମକ ଭାବେ ଫେରିଛି। କାରଣ କ୍ରମାଗତ ଚତୁର୍ଥ ଦିନରେ ମଧ୍ୟ ଅଧିକ ସଂଖ୍ୟାରେ କେସ୍‌ ବୃଦ୍ଧି ଘଟିଛି। ଦେଶର ସ୍ଵାସ୍ଥ୍ୟ ବିଭାଗ ମଙ୍ଗଳବାର କହିଛି ଜୁଲାଇ ୨୭ରେ ଦେଶରେ ୬୮ ନୂତନ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରୁ ଦୁଇଟି କେସ୍ ବେଜିଂର ରହିଛି। ଗୋଟିଏ ସପ୍ତାହରେ ପ୍ରଥମ ଥର  ବେଜିଂର କରୋନା କେସ୍‌ ସାମ୍ନାକୁ ଆସିଛି।

ସିନଜିୟାଙ୍ଗର ସୁଦୂର ପାଶ୍ଚାତ୍ୟ କ୍ଷେତ୍ରରେ ଓ ଉତ୍ତର-ପୂର୍ବରେ ଅଞ୍ଚଳରେ ପୁଣି ଥରେ କରୋନା ମୁଣ୍ଡ ଟେକିଛି। ରାଷ୍ଟ୍ରୀୟ ସ୍ଵାସ୍ଥ୍ୟ ଆୟୋଗ ଅନୁଯାୟୀ ଜୁଲାଇ ୨୭ରେ ସିନଜିୟାଙ୍ଗରେ ନୂତନ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଥିଲେ। ଜୁଲାଇ ୧୬ରୁ ଅଦ୍ୟାବଧି ୨୩୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସିନଜିୟାଙ୍ଗରେ ଏ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇ ନାହିଁ ଯେ ଜଣେ ୨୪ ବର୍ଷୀୟ ମହିଳା ଯିଏ ନିଜର ରାଜଧାନୀ ଉରୁମକିରେ ଏକ ମଲ୍‌ରେ କାମ କରୁଥିଲେ, ସେ କୋଭିଡ୍-୧୯ ପଜିଟିଭ୍। ଲିୟୋନିଙ୍ଗ ଉତ୍ତରପୂର୍ବ ପ୍ରାନ୍ତରେ ଜୁଲାଇ ୨୭ରେ ଛଅଟି ନୂତନ କେସ୍ ଚିହ୍ନଟ ହୋଇଛି। ଲିଓନିଙ୍ଗରେ ଜୁଲାଇ ୨୨ରେ କରୋନା ପ୍ରକୋପ ଆରମ୍ଭ ହୋଇଛି। ଏଠାକାର ଡାଲିୟାନ ବନ୍ଦର କରୋନା ପଜିଟିଭ୍‌ର ହଟ୍‌ସ୍ପଟ୍‌ କେନ୍ଦ୍ର ଭାବେ ଚିହ୍ନଟ ହୋଇଛି।

ଭାଇରସ୍‌ର ପ୍ରସାର ରୋକିବା ପାଇଁ ସିନଜିୟାଙ୍ଗ ଓ ଡାଲିୟାନରେ କୋଭିଡ୍‌-୧୯ର ଲକ୍ଷାଧିକ ଲୋକଙ୍କଠାରେ ପରୀକ୍ଷଣ କରାଯାଇଛି। ଅନ୍ୟପଟେ କରୋନା ସଂକ୍ରମଣ ଚିହ୍ନଟ ହେବାରେ ଲାଗିଛନ୍ତି। ସୋମବାର ଚୀନର ଜିଲିନ ଉତ୍ତରପୂର୍ବ ପ୍ରାନ୍ତରେ ମେ ପରଠରୁ ଦୁଇଟି ନୂତନ ସଂକ୍ରମଣ ଚିହ୍ନଟ ହୋଇଥିଲା। ଉଭୟ ସଂକ୍ରମିତ ଡାଲିୟାନା ସିଫୁଡ ପ୍ରୋସେସିଂ କମ୍ପାନୀରେ କର୍ମଚାରୀ ଥିଲେ ଓ ପ୍ରାୟତଃ  ୧୦ ଦିନ ପୂର୍ବରୁ ଡାଲିୟାନାରୁ ଜିଲିନ ଫେରିଥିଲେ। ଉଲ୍ଲେଖଯୋଗ୍ୟ, ଚୀନରେ ଅଦ୍ୟାବଧି ୮୩,୯୫୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.