ଅନ୍ୟ ଦେଶରୁ ୨ ସପ୍ତାହରେ କିଣିଥିଲା ୨୦୦ କୋଟି ମାସ୍କ, ଏବେ ଦୁନିଆକୁ ନିମ୍ନ ମାନର ମାସ୍କ ବିକ୍ରି କରୁଛି ଚୀନ

Published By : Prameya-News7 Bureau | April 02, 2020 IST

ନ୍ୟୁୟର୍କ ୦୨।୦୪: ଚୀନ କରୋନା ଭାଇରସରୁ ନିଜ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ମାସ୍କର ସାହାରା ନେଇଛି। ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁଯାୟୀ ଚୀନ ନିଜ ଦେଶରେ ଲକ୍‌ଡାଉନ୍‌ ଲଗାଇବା ସହିତ ଦୁନିଆରେ କରୋନା ବ୍ୟାପିବା ପୂର୍ବରୁ ଅନ୍ୟ ଦେଶରୁ ବଡ ପରିମାଣରେ ମାସ୍କ ଓ ପ୍ରତିରୋଧକ ଉପକରଣ ଆମଦାନୀ କରିଥିଲା। ଚୀନ ସରକାରଙ୍କ କଷ୍ଟମ ଡାଟାର ତଥ୍ୟ ଦର୍ଶାଉଛି ଯେ, ଚୀନ କରୋନା ଭାଇରସ୍‌ ସମୟରେ ୫ ସପ୍ତାହରେ ପ୍ରାୟ  ୨୦୦ କୋଟି ମାସ୍କ ବିଭିନ୍ନ ଦେଶରୁ ଆମଦାନୀ କରିଥିଲା, ଯାହା ସମଗ୍ର ଦୁନିଆରେ ଦୁଇରୁ ଅଢେଇ ମାସର ମୋଟ୍ ମାସ୍କର ତତ୍ପାଦନ ସହ ସମାନ। ଏହା ବ୍ୟତୀତ ୪୦ କୋଟି ପ୍ରତିରୋଧକ ଉପକରଣ ଆମଦାନୀ କରିଥିଲା।

ଚୀନ ମାସ୍କ ଆମଦାନୀ ସହିତ ଘରୋଇ ସ୍ତରରେ ମାସ୍କ ଓ ଅନ୍ୟ ପ୍ରତିରୋଧକ ଉପକରଣର ମ୍ୟାନୁଫେକଚରିଂରେ ଅନେକ ପ୍ରକାରର ଛାଡ କରିଥିଲା। ଏହି ପରି ପଦକ୍ଷେପ ନେଇ ଚୀନ କରୋନା  ଭାଇରସକୁ କିଛି ମାତ୍ରାରେ କାବୁ କରିବାରେ ସକ୍ଷମ ହୋଇଛି। ମାତ୍ର ଏହି ଭାଇରସ୍‌ ସଂପ୍ରତି ଚୀନରୁ ଅନ୍ୟ ଦେଶ ପର୍ଯ୍ୟନ୍ତ ବ୍ୟାପି ସାରିଛି।

{"id":248079,"sizeSlug":"large"}

ସମଗ୍ର ଦୁନିଆ ପାଇଁ କରୋନା  ଭାଇରସ୍‌ ଏକ ବିପଦ ସାଜିଛି। ଏମିତି ସ୍ଥିତିରେ ଚୀନ ଏବ ଆମଦାନୀ କରିଥିବା ମାସ୍କ ଓ ଅନ୍ୟ ଜରୁରୀ ସାମଗ୍ରୀର ରପ୍ତାନକାରୀ ସାଜିଛି। ଦୁନିଆର ଅଧିକାଂଶ ଦେଶରେ କରୋନା ଭାଇରସ୍ କାରଣରୁ ମାସ୍କର ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ କର୍ମୀଙ୍କୁ ପ୍ରତିରୋଧ ପାଇଁ ଏକ ବିଶେଷ ପ୍ରକାରର ମାସ୍କ ଏନ-୯୫ ଓ ପ୍ରତିରୋଧକ ଉପକରଣର ଦର ପାଞ୍ଚ ଗୁଣା ବୃଦ୍ଧି ଘଟିଛି।

ଚୀନ ଉପରେ ନିମ୍ନ ମାନର ମାସ୍କ ବିକ୍ରି କରିବାର ଆରୋପ

ଚୀନ ଉପରେ ନିମ୍ନ ମାନର ମାସ୍କ ରପ୍ତାନୀ କରିବାର ଆରୋପ ମଧ୍ୟ ଲାଗିଛି। ୟୁରୋପିୟନ ୟୁନିୟନ ମଙ୍ଗଳବାର ନିମ୍ନମାନର ଚୀନୀ ମାସ୍କ ଓ ଟେଷ୍ଟ କିଟ୍‌କୁ ନେଇ ଅଭିଯୋଗ କରିଛି। ଏହା ପରେ ଚୀନର ବାଣିଜ୍ୟ ମନ୍ତ୍ରଣାଳୟ ଭରସା ଦେଇଛି ଯେ, ସେ ମାସ୍କକୁ ନିର୍ଦ୍ଧାରିତ ମାନ ଦଣ୍ଡରେ ପ୍ରସ୍ତୁତ କରିବ। ଚୀନ ପକ୍ଷରୁ ଆମେରିକା ଓ ଅନ୍ୟ ୟୁରୋପୀୟ ଦେଶଗୁଡିକୁ ମାସ୍କର ଯୋଗାଣା କରାଯାଉଛି।  ହ୍ଵାଇଟ୍  ହାଉସ୍ ଘୋଷଣା କରିଛି ଯେ, ଆଗାମୀ ଏକ ସପ୍ତାହରେ ସେ ୨୨ କାର୍ଗୋ ପ୍ଲେନ ଜରିଆରେ ବ୍ୟକ୍ତିଗତ ପ୍ରତିରୋଧ ଉପକରଣ ଏୟାରଲିଫ୍ଟ କରିବ। ଆମେରିକା କହିଛି ଯେ, ଆଗାମୀ ୭୨ ଘଣ୍ଟାରେ ପ୍ରୋଟେକ୍ସନ ଇକ୍ୟୁପମେଣ୍ଟର ଅଭାବ ଥିବା ହସ୍ପିଟାଲରେ ଏହା ଯୋଗାଇ ଦିଆଯିବ। ଉଲ୍ଲେଖଯୋଗ୍ୟ ଫ୍ରାନ୍ସ ମଧ୍ୟ ଚୀନଠୁ ବଡ ପରିମାଣରେ ମାସ୍କ ଆମଦାନୀ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.