Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଭାରତ ବର୍ଡରରେ ସୈନ୍ୟ ବୃଦ୍ଧି କରିବ ଡ୍ରାଗନ, ପ୍ରତି ଘରୁ ଜଣେ ସଦସ୍ୟଙ୍କୁ ସେନାରେ କରୁଛି ସାମିଲ, ଜାଣନ୍ତୁ କଣ ରହିଛି ଶତ୍ରୁ ପକ୍ଷର ଯୋଜନା

30/07/2021 at 6:03 PM

ନୂଆଦିଲ୍ଲୀ, ୩୦/୦୭: ଭାରତ ଏବଂ ଚିନ୍‌ ଭିତରେ ରହିଥିବା ସୀମା ବିବାଦକୁ ନେଇ ତତ୍ପର ହୋଇପଡ଼ିଛି ଚିନ୍‌ । ଏଥି ପାଇଁ ଲାଇନ୍‌ ଅଫ୍‌ ଆକ୍ଚ୍ୟୁଆଲ୍‌ କଣ୍ଟ୍ରୋଲ୍‌ ବା ଏଲ୍‌ଏସିରେ ସୈନ୍ୟ ବୃଦ୍ଧି କରିବ ଚିନ୍‌ । ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି ଯେ, ଏଥିପାଇଁ ଯୋଗାଡ଼ ହେବାକୁ ଥିବା ମାନବ ସମ୍ୱଳ । ଚିନ୍‌ ଏହି ଆବଶ୍ୟକତାକୁ ପୂରଣ କରିବାକୁ ତିବତ୍‌ ଉପରେ ଦାଉ ସାଧିବା ଭଳି ନିୟମ କରିଛି । ତିବତ୍‌ର ପ୍ରତି ପରିବାରରୁ ଜଣକୁ ଏଲ୍‌ଏସିକୁ ପଠାଇବା ପାଇଁ ଚିନ୍‌ ଯୋଜନା କରିଛି ।

ସୈନ୍ୟ ସଂଖ୍ୟା ବୃଦ୍ଧି କରିବା ପାଇଁ ଜୋର୍‌ସୋର୍‌ରେ ଲାଗି ପଡ଼ିଛି ପିପୁଲ ଲିବରେସନ ଆର୍ମୀ ବା ପିଏଲ୍‌ଏ। ଏଲ୍‌ଏସିରେ ସ୍ଥିତି ସୁଦୃଢ଼ କରିବା ପାଇଁ ତିବତ୍‌ର ଯୁବକ ପିଏଲ୍‌ଏରେ ଯୋଗ ଦେବେ । ସେମାନଙ୍କୁ ଭାରତ ସହିତ ଲାଗିଥିବା ଲାଇନ୍‌ ଅଫ୍‌ ଆକ୍ଚୁ ଆଲ୍ କଣ୍ଟ୍ରୋଲ୍‌ରେ ନିଯୁକ୍ତ କରାଯିବ।

ତେବେ ଚୀନ ସେନାରେ ଯୋଗ ଦେବାକୁ ହେଲେ ତିବତର ଯୁବାବର୍ଗକୁ ବିଶ୍ୱାସନୀୟତା ପରୀକ୍ଷା ଦେବାକୁ ପଡ଼ିବ। ଏନେଇ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର ଖବର ପ୍ରକାଶ ପାଇଛି। ଭାରତ ଲଦାଖ ଓ ଅରୁଣାଚଳ ପ୍ରଦେଶରେ ଚୀନ୍‌ରେ ସୀମାକୁ ମଜଭୁତ କରିବାକୁ ଚୀନର ଏଭଳି ଉଦ୍ୟମ ସନ୍ଦେହ ବଢ଼ାଉଛି।

ତିବତାନ ଯୁବକଙ୍କୁ ସେନାର ଭର୍ତ୍ତି କରିବା ପାଇଁ ପ୍ରଥମେ ସେମାନଙ୍କୁ ଭଲଭାବରେ ଟ୍ରେନିଂ ଦିଆଯାଉଛି। ଲଦାଖ ଓ ଅରୁଣାଚଳ ପ୍ରଦେଶ ଭଳି ସ୍ଥାନରେ କିଭଳି ମୁକାବିଲା କରାଯାଇ ପାରିବ ସେନେଇ ଟ୍ରେନିଂ ଦେବା ପରେ ସୀମାରେ ମୁତୟନ କରିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।

ଏନେଇ ସରକାରୀ ସୂତ୍ରରୁ ଜଣେ ଅଧିକାରୀ କହିଛନ୍ତି ” ଭାରତ ସହିତ ଲାଗିଥିବା ଏଲ୍‌ଏସିରେ ବିଶେଷ ଧରଣର ଅପରେସନକୁ ସଫଳ କରିବାକୁ ଚାଇନା ତିବତ ନାଗରିକଙ୍କୁ ସେନାରେ ଭର୍ତ୍ତି କରୁଛି। ଅପରେସନ ସଫଳ କରାଇବାକୁ ସେମାନଙ୍କୁ ନିୟମିତ ଟ୍ରେନିଂ ଦିଆଯାଉଛି।।” ତେବେ ଚୀନ ସେନାରେ ଯୋଗ ଦେବାକୁ ହେଲେ ଚୀନ୍‌ ଭାଷା ଶିଖିବାକୁ ପଡ଼ିବ ଓ କମ୍ୟୁନିଷ୍ଟ ପାର୍ଟିର ବଶତା ସ୍ୱୀକାର କରିବାକୁ ପଡ଼ିବ।

ମୂଳ କଥା ହେଲା ଭାରତର ବିଶେଷ ସେନା ସ୍ପେଶିଆଲ ଫ୍ରଣ୍ଟିୟର ଫୋର୍ସରେ ତିବତ ନାଗରିକମାନେ କିଭଳି ପ୍ରଦର୍ଶନ କରୁଛନ୍ତି ତାହା ଦେଖିବା ପରେ ହତବାକ ହୋଇଥିଲା ଚୀନ । ବରଫାବୃତ୍ତ ସୀମାଞ୍ଚଳରେ ଭାରତୀୟ ସେନାର ମୁକାବିଲା କରିବା ମୁସ୍କିଲ୍ ମନେ କରି ତିବତ ନାଗରିକଙ୍କୁ ନିଜ ସେନାରେ ସାମିଲ୍ କରିବାକୁ ଯୋଜନା କରିଥିଲା। ଜାନୁଆରୀ-ଫେବ୍ରୁଆରୀରୁ ଏହି ପ୍ରକ୍ରିୟା ଜାରି ରହିଛି। ଚୀନ ତିବତ ନାଗରିକଙ୍କୁ ନିଜ ସେନାରେ ଭର୍ତ୍ତି କରି ଟ୍ରେନିଂ ଦେଉଥିବା ଜଣାପଡ଼ିଛି ।   

   Related Posts