ଚୀନ୍ ଅର୍ଥବ୍ୟବସ୍ଥା ଉପରକୁ ଘନେଇଲା ସଂକଟ! କରୋନା ଓ ଏଭରଗ୍ରାଣ୍ଡକୁ ବଳେଇଗଲା ସରକାରଙ୍କ ୱିଣ୍ଟର ଅଲିମ୍ପିକ ପ୍ରସ୍ତୁତି

Published By : Prameya-News7 Bureau | September 28, 2021 IST

ବେଜିଂ :  ୱିଣ୍ଟର ଅଲିମ୍ପିକର ଆୟୋଜକ ହେବାକୁ ଯାଉଛି ଚୀନ୍‌। ଏଥିପାଇଁ ଦେଶରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ସାରା ବିଶ୍ୱରେ ପ୍ରସରୁଥିବା କରୋନା ଭାଇରସ ମହାମାରୀ ଚୀନ୍‌ରୁ ହିଁ ବ୍ୟାପିଥିଲା। ପରିସ୍ଥିତିରୁ ଠିକ ଭାବେ ମୁକୁଳି ନଥିବା ବେଳେ ଅଲିମ୍ପିକ ଆୟୋଜନ ଏବେ ଚୀନ୍‌ ଲାଗି ନୂଆ ସମସ୍ୟା ସୃଷ୍ଟି କରିଛି। ଯାହା ଏବେ ଅର୍ଥ ବ୍ୟବସ୍ଥାକୁ ତଳିତଳାନ୍ତ କରିବ ବୋଲି ଅର୍ଥନୀତିଜ୍ଞ ଆଶଙ୍କା କରୁଥିବା ବେଳେ ଲକ୍ଷଲକ୍ଷ ଲୋକେ ନିଜର ଜୀବନ ଜୀବିକା ନେଇ ଚିନ୍ତାରେ ପଡିଗଲେଣି।

ଚୀନ୍‌ର ଦିଗଜ ରିୟଲ ଇଷ୍ଟେଟ୍‌ କମ୍ପାନୀ ଏଭରଗ୍ରାଣ୍ଡର ଦେବାଳିଆ ପରିସ୍ଥିତିରେ ସାରା ବିଶ୍ୱକୁ ଆତଙ୍କିତ କରିଛି। ଏଥିରେ ଅଲିମ୍ପିକ କାଳରେ ପ୍ରଦୂଷଣ ହ୍ରାସ ଲାଗି ସରକାରଙ୍କ ପଦକ୍ଷେପ ଏବେ ଦେଶର ଅର୍ଥବ୍ୟବସ୍ଥାକୁ ମାଟିରେ ମିଶାଇଦେବ ବୋଲି ଆଶଙ୍କା ବେଳକୁ ବେଳ ଦୃଢ ହେବାରେ ଲାଗିଛି। ପରିବେଶ କଟକଣା ଚୀନ୍‌କୁ ଏବେ ବିଦ୍ୟୁତ ସଂକଟରେ ଫଶାଇ ଦେଇଛି। ଚୀନ୍‌ର ଅଧିକାଂଶ ଶକ୍ତି ଆବଶ୍ୟକତା ତାପଜ ବିଦ୍ୟୁତରୁ ପୂରଣ ହୋଇଥାଏ। ତେବେ ତାପଜ ବିଦ୍ୟୁତ ଉତ୍ପାଦନ ଲାଗି କୋଇଲା ଜାଳିବା ଯୋଗୁ ଦେଶରେ ପରିବେଶ ପ୍ରଦୂଷଣ ବଢୁଛି। ଏଣୁ ସରକାର ବିଦ୍ୟୁତ କଟକଣା ଜାରି କରିଛନ୍ତି।

{"id":519044,"width":840,"height":351,"sizeSlug":"full","linkDestination":"none"}

ବିଦ୍ୟୁତ କଟକଣା ଯୋଗୁ ଲୋକେ ଏବେ ଘରେ ପାଣି ବି ଗରମ କରିପାରୁନାହାନ୍ତି। ଏଥିରେ ଦେଶର ବ୍ୟବସାୟୀକ ଅନୁଷ୍ଠାନମାନଙ୍କ ପରିସ୍ଥିତି ସହଜରେ ଅନୁମାନ କରାଯାଇପାରେ। ବିଦ୍ୟୁଟ କଟକଣା ଲାଗି ଅନେକ କମ୍ପାନୀ ଉତ୍ପାଦନ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି। ଫଳରେ ଆଗାମୀ ବଡ଼ଦିନ ବେଳକୁ ବିଶ୍ୱ ବଜାରରେ ନୂଆନୂଆ ସ୍ମାର୍ଟଫୋନ ମଡେଲକୁ ଅପେକ୍ଷା କରି ରହିଥିବା ଗ୍ରାହକଙ୍କ ଚାହିଦା ପୂରଣ କରିପାରିବେ କି ନା ସେ ନେଇ ଚୀନ କମ୍ପାନୀମାନେ ଚିନ୍ତାରେ ପଡିଛନ୍ତି। ସେପଟେ ଉତ୍ପାଦନ ବନ୍ଦ ଯୋଗୁ ଯଦି ଛଟେଇ ଆରମ୍ଭ ହୋଇଯାଏ ବେକାରୀ ଦେଶରେ ନୂଆ ସମସ୍ୟା ହୋଇ ଛିଡା ହେବା ଏକ ପ୍ରକାର ନିଶ୍ଚିତ ହୋଇଗଲାଣି।

ସରକାରଙ୍କ ପ୍ରଦୂଷଣ କଟକଣା ଏବେ ଚୀନ୍‌ କମ୍ପାନୀଙ୍କ ଗଳାରେ କଣ୍ଟା ପାଲଟିଛି। କଟକଣା ଯୋଗୁ ଉତ୍ପାଦନଠାରୁ ଆରମ୍ଭ କରି ବିପଣ ପର୍ଯ୍ୟନ୍ତ ସବୁକ୍ଷେତ୍ରରେ ବାଧା ଦେଖା ଦେଇଛି। ଦେଶରେ କରୋନା ଭାଇରସ ମହାମାରୀ ଲାଗି ଲକ ଡାଉନ୍ ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟବସାୟ ବାଣିଜ୍ୟକୁ ପ୍ରଭାବିତ କରିଥିଲା। ଯାତ୍ରା ଓ ପରିବହନ କଟକଣା ଯୋଗୁ ଉତ୍ପାଦକମାନେ ପ୍ରଥମରୁ ପ୍ରୋସେସର ଓ ଚିପ୍‌ ଅଭାବ ଜନିତ ସଂକଟର ସମ୍ମୁଖୀନ ହୋଇଛନ୍ତି। ଏଥିରେ ପ୍ରଦୂଷଣ ନିୟନ୍ତ୍ରଣ ଲାଗି ବିଦ୍ୟୁତ କଟକଣା ଏବେ ସେମାନଙ୍କ ଉତ୍ପାଦନରେ ତାଲା ପକାଇଦେଇଛି। 

{"id":519045,"sizeSlug":"full","linkDestination":"none"}

ଏହି ସବୁ ଘଟଣା ଏପରି କ୍ରମରେ ଘଟି ଚାଲିଛି ଯେତେବେଳେ ବିଶ୍ୱ ଆର୍ଥିକ ବଜାରକୁ ଚୀନ୍‌ର ସର୍ବ ବୃହତ୍ତ ରିୟଲ ଇଷ୍ଟେଟ କମ୍ପାନୀ ଏଭରଗ୍ରାଣ୍ଡ ଗ୍ରୁପ ଧରାଶାୟୀ ହେବାର ଚିନ୍ତା ଘାରିଛି। ଏହି କମ୍ପାନୀ ଏବେ ବିଲିୟନ ବିଲିୟନ ଡଲାର ଋଣ ବୋଝ ତଳେ ଦବି ଯାଇଛି।

ରାଜଧାନୀ ବେଜିଂ ଓ ଶିଜିଆଝୁଆଙ୍ଗରେ ୱିଣ୍ଟର ଅଲିମ୍ପିକ୍‌ ଫେବୃଆରୀ ୨୦୨୨ ରେ ଅନୁଷ୍ଠିତ ହେବ। ସେ ପର୍ଯ୍ୟନ୍ତ ପ୍ରଦୂଷଣ ନିୟନ୍ତ୍ରଣ ଲାଗି ବିଦ୍ୟୁତ କଟକଣା ବଳବତ୍ତର ରହିବାସହ କ୍ରମଶଃ ଅଧିକରୁ ଅଧିକ ଅଞ୍ଚଳକୁ ସମ୍ପ୍ରସାରିତ ହେବ। ଏଥିରେ କରୋନାରୁ ମୁକୁଳିଥିବା ବ୍ୟବସାୟ ଓ ଉତ୍ପାଦନରେ ସେତେବେଳକୁ ତାଲା ଝୁଲିସାରିଥିବ ବୋଲି ଆକଳନ କରାଗଲାଣି। ଏଣୁ କର୍ମଜୀବି ଚିନ୍ତାରେ ପଡିବା ସ୍ୱଭାବିକ।

ନୋମୁରା ଅର୍ଥଶାସ୍ତ୍ରୀ ତିଙ୍ଗ ଲୁ, ଲି ସୋଙ୍ଗବାଙ୍ଗ ଓ ଜିଂ ବାଙ୍ଗଙ୍କ ଅନୁସାରେ ଶକ୍ତି ସଞ୍ଚୟ ଲାଗି ବେଜିଂର ସଂକଳ୍ପ ହୁଏତ ଦୀର୍ଘକାଳୀକ ଲାଭଦାୟକ ହୋଇପାରେ, ହେଲେ ସ୍ୱଳ୍ପ ଅବଧିରେ ଏଥିପାଇଁ ଦେଶକୁ ବହୁମୂଲ୍ୟ ଦେବାକୁ ପଡିବ ବୋଲି ଚେତାଇ ଦେଇଛନ୍ତି। ଏଥିଯୋଗୁ ଜିଡିପି ବିକାଶ ସ୍ଥାଣୁତା ଆଡକୁ ଚାଲିଯିବ ବୋଲି ସେମାନେ ଆକଳନ କରୁଛନ୍ତି। ଯେଉଁଠୁ ଅର୍ଥବ୍ୟବସ୍ଥାକୁ ମୁକାଳିବା ହୁଏତ କରୋନା ପରବର୍ତ୍ତି ପରିସ୍ଥିତି ଠାରୁ ମଧ୍ୟ ଭୟାନକ ହୋଇପାରେ ବୋଲି  ଏଥିରୁ ମୁକୁଳିବାକୁ ଦେଶକୁ ଅନେକ ସମୟ ଲାଗିଯାଇପାରେ ବୋଲି ମଧ୍ୟ ସତର୍କ କରିଛନ୍ତି।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.