Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

କାହାର କିଡନୀ ତ କାହାର ଲିଭର: ଉଇଗର ମୁସଲମାନଙ୍କ ଅଙ୍ଗ ବିକ୍ରି କରି ମାଲାମାଲ ଚୀନ

29/10/2021 at 10:55 PM

ନୂଆଦିଲ୍ଲୀ ୨୯।୧୦: ଚୀନରେ ଉଇଗର ମୁସଲମାନଙ୍କ ଉପରେ ଅତ୍ୟାଚାର ଖବର ସର୍ବଦା ସାମ୍ନାକୁ ଆସିଥାଏ। ଏବେ ଆଉ ଏକ ରିପୋର୍ଟ ସାମ୍ନାକୁ ଆସିଛି। ଏଥିରେ ଚାଞ୍ଚଲ୍ୟକର ଦାବି କରାଯାଇଛି ଯେ, ଉଇଗର ମୁସଲମାନଙ୍କ ଅଙ୍ଗର କଳାବଜାରୀ କରି  ଚୀନ ଅରବ ଟଙ୍କା ଆୟ କରିଛି। କାହାର କିଡନୀ ତ କାହାର ଲିଭର ବିକ୍ରି କରି ମାଲାମାଲ ହୋଇଛି ଡ୍ରାଗନ। ଚୀନରେ ଉଇଗର ମୁସଲମାନଙ୍କ ଦୟନୀୟ ଅବସ୍ଥାକୁ ନେଇ ବିଶ୍ଵର ଅନେକ  ବେସରକାରୀ ମାନବାଧିକାର ସଂଗଠନ ଚିନ୍ତା ପ୍ରକଟ କରିଛନ୍ତି।  ମାତ୍ର ଚୀନ ପ୍ରତିଥର ଉଇଗର ମୁସଲମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ଅଭିଯୋଗକୁ ଖଣ୍ଡନ କରି ଆସିଛି।  

ହେରାଲ୍‌ଡ ସନର ଏକ ରିପୋର୍ଟ ଅନୁଯାୟୀ, ପ୍ରାୟ ଦେଢ ଲକ୍ଷ ମୁସଲମାନଙ୍କୁ ଏଠାରେ ବଳପୂର୍ବକ ବନ୍ଦୀ କରି ରଖାଯାଇଛି। ଏହି ସମୟରେ ବଳପୂର୍ବକ ଏହି ମୁସଲମାନଙ୍କ ଶରୀରରୁ ଅଙ୍ଗ କାଢି ନିଆଯାଇଛି ଏବଂ ସେମାନଙ୍କର ବନ୍ଧ୍ୟାକରଣ କରାଯାଇଛି। କିଡନୀ, ଲିଭର ସହ ଅନେକ ଅଙ୍ଗ କଢାଯାଇ କଳାବଜାରୀ କରାଯାଇ ଚୀନ ଅରବ ଡଲାରର ଅର୍ଥ ରୋଜଗାର କରୁଥିବା ରିପୋର୍ଟରେ ଦର୍ଶାଯାଇଛି।

ଚୀନରେ ଏହି ସଂଖ୍ୟାଲଘୁ ସମୁଦାୟକୁ କଡା ନଜରରେ ରଖାଯାଇଛି। ସିସିଟିଭି କ୍ୟାମେରା ଜରିଆରେ ସବୁ ସମୟରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି। ଯେଉଁ ଅଞ୍ଚଳରେ ଉଇଗର ମୁସଲମାନଙ୍କୁ ରଖାଯାଇଛି ସେଠାରେ ସେମାନଙ୍କୁ ବାହାରକୁ ଆସିବାକୁ ଦିଆଯାଉ ନାହିଁ। ଅନେକ ସ୍ଥାନରେ ବ୍ୟାରିକେଡ୍ ଲଗାଯାଇଛି, ଯେମିତି ସେମାନେ ପଦାକୁ ଗୋଡ କାଢି ପାରିବେ ନାହିଁ। ମିଡିଆ ରିପୋର୍ଟ ଅନୁଯାୟୀ, ସଂଖ୍ୟାଲଘୁଙ୍କ ଧାର୍ମିକ ସ୍ଥଳକୁ ନଷ୍ଟ କରାଯାଉଛି।

ରିପୋର୍ଟରେ ଏହା ମଧ୍ୟ କୁହାଯାଉଛି ଉଇଗର ମୁସଲିମଙ୍କୁ ସେମାନଙ୍କ ଘରୁ ଟାଣି ଟାଣି ଏଜୁକେସନ ସେଣ୍ଟରରେ ଭର୍ତ୍ତି କରାଯାଇଛି। କଏଦୀଙ୍କୁ ଜେଲ୍‌ରେ ନିର୍ମମ ଭାବେ ମାଡ ମରାଯାଉଛି। ମାରପିଟ୍ କରାଯାଇ ମିଥ୍ୟା ଅଭିଯୋଗରେ ଦୋଷ ସ୍ଵୀକାର କରିବାକୁ ବାଧ୍ୟ କରାଯାଉଛି। ଏହି ସଂଖ୍ୟାଲଘୁ ସମୁଦାୟର ଜନସଂଖ୍ୟାକୁ ରୋକିବା ପାଇଁ ମହିଳାଙ୍କ ବନ୍ଧ୍ୟାକରଣ ବ୍ୟାପକ ମାତ୍ରାରେ କରାଯାଉଥିବା ଅଭିଯୋଗ ହୋଇଛି।

   Related Posts