Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||
  • ଦିଲ୍ଲୀରେ ଭାଇ-ଭାଉଜଙ୍କୁ ହାଣି ଫିଙ୍ଗିଦେଲା ସାନ ଭାଇ, ୬୦କି.ମି. ଦୂରରୁ ଉଦ୍ଧାର ହେଲା ମୃତଦେହ
  • ||
  • ଯାଜପୁରରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଯନ୍ତ୍ରୀଙ୍କ ସହ ଚାଲିଗଲା ୨ ଜଣଙ୍କ ଜୀବନ, ୨ ଗୁରୁତର
  • ||

ପାକିସ୍ତାନକୁ ଧୋକା ଦେଲା ପରମ ମିତ୍ର ଚୀନ, ପଠାଇ ଦେଲା ଅନ୍ତବସ୍ତ୍ରରେ ନିର୍ମିତ ମାସ୍କ

4/04/2020 at 4:33 PM

ଇସଲାମାବାଦ ୦୪।୦୪: କରୋନା ଭାଇରସ ସହ ସଂଘର୍ଷ କରୁଥିବା ପାକିସ୍ତାନକୁ ତାର ପରମ ମିତ୍ର ଚୀନ ଧୋକା ଦେଇଛି। ଚୀନ କରୋନା ମୁକାବିଲା ପାଇଁ  ଡାକ୍ତରୀ ଉପକରଣ ପଠାଇବାକୁ ପ୍ରତିଶ୍ରୁତି ଦେଇଥିଲା। ଯେବେ ଚୀନରୁ ଆସିଥିବା ସାମାନ ଖୋଲି କି ଦେଖାଗଲା ତେବେ ଜଣା ପଡିଲା ଯେ ଏନ-୯୫ ମାସ୍କ ଜାଗାରେ ଅନ୍ତବସ୍ତ୍ରରେ ନିର୍ମିତ ମାସ୍କ ପାକିସ୍ତାନକୁ ଧରାଇ ଦିଆଯାଇଛି। ୟୁରୋପର ଅନେକ ଦେଶ ମଧ୍ୟ ଏହା ପୂର୍ବରୁ ଅଭିଯୋଗ କରିଥିଲେ ଯେ, ଚୀନ ପଠାଉଥିବା ମାସ୍କ ଓ କିଟ୍ ନିମ୍ନମାନର। ସ୍ପେନ ଓ ନେଦରଲାଣ୍ଡ ତ ମେଡିକାଲ ଉପକରଣ ଚୀନ ପଠାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ଚୀନ ଗତ ଦିନରେ ପାକିସ୍ତାନକୁ ଏନ-୯୫ ମାସ୍କ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବିଗତ ଦିନରେ କରୋନା ଭାଇରସ୍ ମୁକାବିଲାର ପ୍ରସ୍ତୁତି ନେଇ ନିଜ ଭାଷଣରେ ଚୀନର ଗୁଣଗାନ କରିଥିବା ଦେଖିବାକୁ ମିଳିଥିଲା। ମାତ୍ର ତାଙ୍କୁ ଜଣା ନଥିଲା ଯେ, ଏହି ଗୁଣଗାନରେ କିଛି ଫାଇଦା ହେବାର ନାହିଁ।

ପାକ୍ ଗଣମାଧ୍ୟମ ଅନୁଯାୟୀ ଯେବେ ଚୀନରୁ ଡାକ୍ତରୀ ଉପକରଣ ପାକିସ୍ତାନ ପହଞ୍ଚିଲା, ମେଡିକାଲ ଷ୍ଟାଫ ଏହା ଖୋଲିବା ପରେ ଆଚମ୍ବିତ ହୋଇ ପଡିଥିଲେ। କାରଣ ତାହା ଅନ୍ତ ବସ୍ତ୍ରରେ ନିର୍ମିତ ମାସ୍କ ଥିଲା। ସବୁଠୁ ବଡ କଥା ସିନ୍ଧ ପ୍ରାନ୍ତର ସରକାର ବିନା ଯାଞ୍ଚରେ ହସ୍ପିଟାଲକୁ ଏହି ମାସ୍କ ପଠାଇ ଦେଇଛନ୍ତି।

ଏହା ପୂର୍ବରୁ ଚୀନ ଗୋଟିଏ ପାଦ ଆଗକୁ ବଢି ଡାକ୍ତରୀ ଉପକରଣ ପଠାଇବା ପାଇଁ ଗିଲଗିଟ୍ ବାଲିଷ୍ଟାନ ସୀମାକୁ ଖୋଲିବାକୁ ଅନୁରୋଧ କରିଥିଲା। ଚୀନ ବୈଦେଶିକ ମନ୍ତ୍ରଣାଳୟ ଚିଠିରେ ଲେଖିଥିଲା ଯେ, ପାକିସ୍ତାନକୁ ୨ ଲକ୍ଷ ସାଧାରଣ ମାସ୍କ, ଦୁଇ ହଜାର ୯୫ ମାସ୍କ, ପାଞ୍ଚ ଭେଣ୍ଟିଲେଟର ଓ ଦୁଇ ହଜାର ଟେଷ୍ଟିଙ୍ଗ କିଟ୍ ପଠାଯିବ। ମାତ୍ର ଏ ଅଦ୍ୟାବଧି ଏହା ଜଣା ପଡିନାହିଁ ଯେ ମାସ୍କ ବ୍ୟତୀତ ଅନ୍ୟ ସାମଗ୍ରୀ ନିମ୍ନମାନର ନୁହଁ ତ।

ଉଲ୍ଲେଖଯୋଗ୍ୟ ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୦୮ରେ ପହଞ୍ଚିଛି। ଏ ପର୍ଯ୍ୟନ୍ତ ୪୦ ଜଣଙ୍କ ପ୍ରାଣହାନୀ ଘଟିଛି।

   Related Posts