Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଆହୁରି ଶକ୍ତିଶାଳୀ ହେଉଛି ଡ୍ରାଗନ୍‌, ୨୦୪୯ ସୁଦ୍ଧା ବିଶ୍ବଶକ୍ତି ହେବାକୁ ଲକ୍ଷ୍ୟ ରଖିଛି ଚୀନ: ରିପୋର୍ଟ

6/11/2021 at 4:54 PM

ନୂଆଦିଲ୍ଲୀ ୬/୧୧: ପୂର୍ବ ଲଦାଖରେ ଭାରତ ଏବଂ ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଥିବା ବେଳେ ଆମେରିକା ଡ୍ରାଗନ ଉପରେ ନଜର ରଖିଛି । ବାରମ୍ବାର ଦ୍ବିପାକ୍ଷିକ ଆଲୋଚନା ପରେ ବି ଚୀନ କିନ୍ତୁ ବିସ୍ତାରବାଦୀ ନୀତିରେ ଅଟଳ । ସୀମାବର୍ତ୍ତୀ ଅଞ୍ଚଳରେ ଆଧୁନିକ ଗାଁ ତିଆରି କରୁଥିବା ବେଳେ ଚୀନ ନିଜର ସେନାକୁ ଆହୁରି ଶକ୍ତିଶାଳୀ କରିବାକୁ ଜୋରଦାର ଲାଗିପଡ଼ିଛି। ଏପରିକି ୨୮ ବର୍ଷ ମଧ୍ୟରେ ବିଶ୍ବଶକ୍ତି ଭାବେ ଉଭା ହେବାକୁ ଚୀନ ପ୍ରାଣମୂର୍ଛା ଉଦ୍ୟମ କରୁଥିବା ନେଇ ଆମେରିକାର ଡିପାର୍ଟମେଣ୍ଟ ଅଫ ଡିଫେନ୍ସ ଆଉ ଏକ ରିପୋର୍ଟ ପ୍ରକାଶ କରିଛି।

ଭାରତ ଏବଂ ଚୀନ ମଧ୍ୟରେ ସୈନ୍ୟ ସ୍ତରୀୟ ଏବଂ କୂଟନୈତିକ ସ୍ତରରେ ଆଲୋଚନା ଜାରି ରହିଥିବା ବେଳେ ଚୀନ ଏଲଏସିର ବିବାଦୀୟ ଅଞ୍ଚଳରେ ସେନା ଗତିବିଧି ଜାରି ରଖିଛି ଡ୍ରାଗନ। ୨୦୨୦ କରୋନା କାଳରେ ମଧ୍ୟ ଚୀନ ଅରୁଣାଚଳ ପ୍ରଦେଶର ଏଲଏସି ଅଞ୍ଚଳରେ ୧୦୦ଟି ବଡ଼ ସିଭିଲ ଗ୍ରାମ ତିଆରି କରିଛି। ରିପୋର୍ଟ ଅନୁସାରେ, ଚୀନ ଏବେ ସୁଦ୍ଧା ୬୦୦ ନୂଆ ଗାଁ ତିଆରି କରିଥିବା ବେଳେ ସେଠାରେ ଲୋକସଂଖ୍ୟା ଶୂନ୍ୟ କହିଲେ ଭୁଲ ହେବନି । ପାକିସ୍ତାନ ଭଳି ଚୀନ ଏହି ସବୁ ଗାଁକୁ ହ୍ୟୁମାନ ଶିଲ୍ଡ ଭାବେ ବ୍ୟବହାର କରିବାକୁ ଚାହୁଁଛି ।

ପିଏଲଏ ପାଖରେ ୯ ଲକ୍ଷ ୭୫ ହଜାର ସକ୍ରିୟ ସୈନିକ ଅଛନ୍ତି। ଭାରତ ସହ ବିବାଦ ଏବଂ ଅନ୍ୟ ସମସ୍ୟା ମଧ୍ୟରେ ଚୀନ ସେନାକୁ ଟ୍ରେନିଂ ଏବଂ ସୈନ୍ୟ ଉପକରଣର ଟ୍ରାଏଲ ଆଦି ଜୋରସୋରରେ ଚଳାଇଛି ବୋଲି ଜଣାପଡ଼ିଛି।  ପେଣ୍ଟାଗନ୍‌ର ରିପୋର୍ଟ କହୁଛି, ଚୀନ ନିଜର ବାୟୁସେନାର ଶକ୍ତି ବୃଦ୍ଧି କରୁଛି। ଏବେ ଚୀନ ପାଖରେ ୨୮୦୦ରୁ ଅଧିକ ବିମାନ ରହିଛି। ସେଥିମଧ୍ୟରୁ ୨୨୫୦ ଲଢ଼ୁଆ ବିମାନ ରହିଛି । ଚୀନ ଏବେ ଏବେ ୬ଟି ନୂଆ ଏୟାରବେସ୍‌ ତିଆରି କରଛି। ଏହା ସହ ଅନେକ ଏୟାରବେସ୍‌ର ଆଧୁନିକୀକରଣ କରୁଛି ବେଜିଂ।

ନିକଟରେ ପଣ୍ଟୋଗନ୍ ରିପୋର୍ଟ ପ୍ରକାଶ କରିଥିଲା ଯେ  ଚୀନ ପରମାଣୁ କ୍ଷେତ୍ରରେ ଦ୍ରୁତ ଅଗ୍ରଗତି କରୁଛି। ୨୦୨୭ ବେଳକୁ ଚୀନ ୭୦୦ ପରମାଣୁ ଯୁଦ୍ଧାସ୍ତ୍ରର ଅଧିକାରୀ ହେବାକୁ ଥିବା ବେଳେ ୨୦୩୦ ବଳେକୁ ଡ୍ରଗାନ ୧୦୦୦ରୁ ଅଧିକ ପରାମଣୁ ଅସ୍ତ୍ରର ମାଲିକ ହୋଇଯିବ ।

   Related Posts