Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

କରୋନା ମୁକାବିଲା ପାଇଁ ନ୍ୟୁୟର୍କକୁ ୧୦୦୦ ଭେଣ୍ଟିଲେଟର ଦାନ କଲା ଚୀନ

5/04/2020 at 4:36 PM

ନ୍ୟୁୟର୍କ ୦୫।୦୪: କରୋନା ଭାଇରସର ମୁକାବିଲା ପାଇଁ ଚୀନ ନ୍ୟୁୟର୍କକୁ ୧୦୦୦ ଭେଣ୍ଟିଲେଟର ଦାନ କରିଛି। ସଂପ୍ରତି ଆମେରିକାରେ କରୋନା ଭାଇରସ୍ ସ୍ଥିତି ଉଦବେଗଜନକ ରହିଛି। ବିଶ୍ଵର ଏହି ଶକ୍ତିଶାଳୀ ଦେଶରେ ନ୍ୟୁୟର୍କ କରୋନା ଆକ୍ରାନ୍ତଙ୍କ କେନ୍ଦ୍ର ପାଲଟିଛି। ଜୀବନ ରକ୍ଷକ ଉପକରଣର ଘୋର ଅଭାବ ଥିାବ ଅଧିକାରୀ କହିଛନ୍ତି। ନ୍ୟୁୟର୍କ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏକ ଲକ୍ଷ ଟପି ସାରିଛି।

ଗଭର୍ଣ୍ଣର ଆଣ୍ଡ୍ର‌୍ୟୁ କ୍ୟୁମୋ ଶନିବାର କହିଛନ୍ତି ଯେ, ନ୍ୟୁୟର୍କର ସଙ୍ଘୀୟ ସରକାରଙ୍କୁ ୧୭୦୦୦ ଭେଣ୍ଟିଲେଟର ଦେବାକୁ ଆଦେଶ ଦେଇଥିଲେ। ଯେଉଁଠି ଦେଶ ପାଇଁ ୧୦ ହଜାର ଭେଣ୍ଟିଲେଟର ରହିଛି।

ସେ କହିଛନ୍ତି ଯେ, ପୂରା ଆମେରିକାରେ ଜୀବନ ରକ୍ଷକ ଚିକିତ୍ସା ଉପକରଣ ଚାହିଦା  ଅଧିକ ରହିଛି। ବର୍ତ୍ତମାନ ଦେଶରେ କରୋନା ସଂକ୍ରମିତ ମାମଲା ୩ ଲକ୍ଷ ୧୨ ହଜାର ୧୦୦ ରହିଛି। ଚୀନ କହିଛି ଯେ, ଆମକୁ ଜାଣିବାକୁ ପଡିବ ଯେ ଏମିତି ସ୍ଥିତିରେ ଆଜି ଆମେ କାହିଁକି ଏତେ ବିବଶ ଅଛନ୍ତି। କାରଣ ଆମ ପାଖରେ ସଂପ୍ରତି ବିନିର୍ମାଣର କ୍ଷମତା ନାହିଁ। ଚୀନରେ ଏବେ ଆବଶ୍ୟକୀୟ ଉପକରଣର ଭଣ୍ଡାର ରହିଛି।

ଗଭର୍ଣ୍ଣର କ୍ୟୁମୋ କହିଛନ୍ତି ଯେ, ମୁଁ ଉପ୍ତାନୀ ଶୃଙ୍ଖଳାର ପ୍ରସଙ୍ଗକୁ ବୁଝି ପାରୁଛି। ମୁଁ ବିନିର୍ମାଣର ମୂଲ୍ୟକୁ ବୁଝି ପାରୁଛି। ମାତ୍ର ଏହା ସାର୍ବଜନୀନ ସ୍ଵାସ୍ଥ୍ୟ କାରଣ, ତେଣୁ ସଂପ୍ରତି ଜୀବନ ରକ୍ଷକ ଉପକରଣର ଅଧିକ ଆବଶ୍ୟକତା ରହିଛି। ଭେଣ୍ଟିଲେଟର୍ସର ଅଭାବକୁ ଦୂର କରିବା ପାଇଁ ନ୍ୟୁୟର୍କ ଚୀନଠୁ କିଣୁଥିବା ସେ କହିଛନ୍ତି।

ରାଜ୍ୟପାଳ  ହ୍ଵାଇଟ୍ ହାଉସକୁ କହିଛନ୍ତି ଯେ, ସେମାନେ ଚୀନକୁ ନୌ ପରିବହନ କରିବାରେ ସାହାଯ୍ୟ କରନ୍ତୁ। ସେ ଚୀନ ରାଷ୍ଟ୍ରଦୂତଙ୍କ ସହ ଆଲୋଚନା କରିଛନ୍ତି ଏବଂ ଖବର ସକରାତ୍ମକ ମିଳିଛି। ଚୀନ ସରକାର ନ୍ୟୁୟର୍କକୁ ୧୦୦୦ ଭେଣ୍ଟିଲେଟ ପଠାଇଛନ୍ତି, ଯାହା ଜନ ଅଫ କେନେଡି ବିମାନ ବନ୍ଦରେ ପହଞ୍ଚିଛି।

କ୍ୟୁମୋ ଚୀନ ସରକାର, ଅଲିବାବାର ପ୍ରମୁଖ ଜ୍ୟାକ ମା ଫାଉଣ୍ଡେସନ, ଅଲିବାବର ସହ ସଂସ୍ଥାପକ ଜୋ ତ୍ସେଇ ଓ ଚୀନର ମହା ବାଣିଜ୍ୟ ଦୂତାବାସକୁ ଧନ୍ୟବାଦ ଦେଇଛନ୍ତି। ଚୀନ ଓ ନ୍ୟୁୟର୍କ ମଧ୍ୟରେ ଏହା ହେଉଛି ବଡ ରାଜିନାମା। ଯାହା ସଂପ୍ରତି ସ୍ଥିତି ପାଇଁ ବେଶ ସହାୟକ ହେବ।

   Related Posts