Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବ କାଳବୈଶାଖି ପ୍ରଭାବ, ବଢିବ ଗୁଳୁଗୁଳି
  • ||
  • ଲଭ ୟୁ ଜିନ୍ଦେଗୀ ନୁହେଁ, ରୁଠ୍ ଗୟି ଜିନ୍ଦେଗୀ….ହସି ହସି ମହାମାରୀ ସହ ଲଢି ଲଢି ଚାଲିଗଲେ ୩୦ ବର୍ଷୀୟ ମହିଳା
  • ||

ଚୀନ ତିଆରି କଲା ଦୁନିଆର ସବୁଠୁ ବଡ ଏୟାର ଲଞ୍ଚ ମିସାଇଲ୍, ଭାରତ-ଆମେରିକା ପାଇଁ ସାଜିପାରେ ବିପଦ

2/11/2020 at 7:55 PM

ବେଜିଂ ୦୨।୧୧: ଭାରତ ଓ ଆମେରିକା ସହିତ ବଢୁଥିବା ଉତ୍ତେଜନା ମଧ୍ୟରେ ଚୀନ ଦୁନିଆର ସବୁଠୁ ବଡ ଏୟାର ଲଞ୍ଚ ମିସାଇଲକୁ ନିଜ ସେନାରେ ନିୟୋଜିତ କରିଛି। ଏହି କ୍ଷେପଣାସ୍ତ୍ରକୁ ଚୀନ ନିଜର ଷ୍ଟ୍ରାଟେଜିକ୍ ବମ୍ବର ଏୟାରକ୍ରାଫ୍ଟ ଏଚ-୬ଏନରେ ମୁତୟନ କରିଛି। ନିକଟରେ ଚୀନର ଏହି ଏୟାରକ୍ରାଫ୍ଟ ହାଇପରସୋନିକ ଆଣ୍ଟି ସିପ୍ ବାଲିଷ୍ଟିକ ମିସାଇଲର ଏୟାର ଲଞ୍ଚ ଭର୍ସନକୁ ଉଡୁଥିବା ଦେଖିବାକୁ ମଳିଥିଲା। ଏହି ପରି ମିସାଇଲ ଚୀନ ବ୍ୟତୀତ କେବଳ ଆମେରିକା ଓ ରୁଷ ସେନା ପାଖରେ ରହିଛି।

୨୦୧୭ରୁ ଆମେରିକା ଗୁଇନ୍ଦା ଏଜେନ୍ସି ନିକଟରେ ଏମିତି ରିପୋର୍ଟ ଥିଲା ଯେ, ଚୀନ ଦୁଇ ପ୍ରକାରର ଏୟାର ଲଞ୍ଚ ବାଲିଷ୍ଟିକ ମିସାଇଲ ତିଆରି କରିଛି। ଏଥି ମଧ୍ୟରୁ ପ୍ରଥମ ମିସାଇଲକୁ ନିକଟରେ ଦେଖିବାକୁ ମିଳିଥିଲା, ଏହାକୁ ଆମେରିକା CH-AS-X-13ର ନାମ ଦେଇଛି।

ଏହି ଆଣ୍ଟି ସିପ୍ ବାଲିଷ୍ଟିକ ମିସାଲଇ ଦୁଇଟି ପର୍ଯ୍ୟାୟ ଇଞ୍ଜିନରେ ଚାଲୁଛି। ଏଥିରେ ସଲିଡ ଫୁଏଲର ବ୍ୟବହାର କରାଯାଏ। ଏହାର ଲକ୍ଷ୍ୟଭେଦ କ୍ଷମତା ୩୦୦୦ କିଲୋମିଟର ରହିଛି। ଦାବି କରାଯାଉଛି ଯେ, ଏହି ମିସାଇଲ ନିଜ ସହିତ ଆଣବିକ ଯୁଦ୍ଧାସ୍ତ୍ର ପରିବହନ କରିବାକୁ ସକ୍ଷମ। ଏହି ମିସାଇଲକୁ ଡିଏଫ-୨୧ ଡିର ଏୟାର ଲଞ୍ଚ ଓ୍ଵାରିୟଣ୍ଟ ମଧ୍ୟ କୁହାଯାଏ। ଡିଏଫ-୨୧ର ଡି ମିସାଇଲର ଲମ୍ବା ୩୦ ଫୁଟ୍‌ରୁ ଅଧିକ ରହିଛି ଏବଂ ଏହାର ଲକ୍ଷ୍ୟଭେଦ କ୍ଷମତା ୨୦୦୦ କିଲୋମିଟର ରହିଛି। ଏଥିପାଇଁ ଏହି ମିସାଇଲକୁ ଭୂପୃଷ୍ଠରୁ ଲଞ୍ଚ କରାଯାଇଛି।

ଭାରତ ପାଖରେ ଆକାଶରୁ ଆଣ୍ଟି ସିପ୍ ବାଲିଷ୍ଟିକ ମିସାଇଲ ନିକ୍ଷେପ କରିବାର ଜ୍ଞାନ କୌଶଳ ନାହିଁ। କିନ୍ତୁ ଏମିତି ମିସାଇଲ ତିଆରି ପାଇଁ ଡିଆରଡିଓ କାମ ଜାରି ରଖିଛି। ଏହାକୁ ଆକାଶରୁ ଲଞ୍ଚ କରାଯାଇପାରିବ। ଏପର୍ଯ୍ୟନ୍ତ ଭାରତ ପାଖରେ ନିଜର ସୁଖୋଇ-୩୦ ଏମକେଆଇରୁ ବ୍ରହ୍ମୋସ କ୍ରୁଜ୍‌ ମିସାଇଲ ନିକ୍ଷେପ କରିବାର ଜ୍ଞାନ କୌଶଳ ରହିଛି।

   Related Posts