Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନୂତନ କୋଲ୍ଡ ଓ୍ଵାର ! ଆମେରିକାକୁ ଚେକ୍‌ ଦେବାକୁ ତାଇଓ୍ଵାନ ସାଗରରେ ୨ଟି ବିମାନବାହୀ ଯୁଦ୍ଧ ଜାହାଜ ମୁତୟନ କଲା ଚୀନ

25/05/2020 at 9:39 PM

ନୂଆଦିଲ୍ଲୀ ୨୫।୦୫: ମହାମାରୀ କରୋନା ସଙ୍କଟ ମଧ୍ୟରେ ଆମେରିକା ଓ ଚୀନ ମଧ୍ୟରେ ଉତ୍ତେଜନା ଘନେଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଥମ ଥର ଚୀନ୍ ନିଜର ଦୁଇଟି ବିମାନବାହୀ ଯୁଦ୍ଧ ଜାହାଜ ତାଇଓ୍ଵାନ ସାଗରରେ ମୁତୟନ କରିଛି। ଚୀନର ଏହି ପଦକ୍ଷେପରେ ତାଇଓ୍ଵାନ ଭୟଭୀତ ରହିଛି। କାରଣ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେଲେ ତାର ପ୍ରତାସ ଦ୍ଵୀପପୁଞ୍ଜ କ୍ଷୟକ୍ଷତି ଘଟିବାର ଆଶଙ୍କା ରହିଛି। କାରଣ ପ୍ରତାସ ଦ୍ଵୀପପୁଞ୍ଜକୁ ଆକ୍ରମଣର ମୁଖ୍ୟ ଭୂମି ଭାବେ ବ୍ୟବହାର କରାଯାଇପାରେ।

ଏହି ଦୁଇ ବିଶାଳ ଜାହାଜ ହେଉଛି ଲିଓନିଙ୍ଗ ଓ ସେଡଙ୍ଗ। ପ୍ରତାସ ଦ୍ଵୀପ ନିକଟରେ ସାମରିକ ଅଭ୍ୟାସରେ ଏହି ଦୁଇ ବିମାନ ବାହକ ଜାହାଜକୁ ଯୁଦ୍ଧକାଳୀନ ଭାବେ ଚୀନ ମୁତୟନ କରିଛି।

ତାଇଓ୍ଵାନ ପ୍ରସଙ୍ଗକୁ ନେଇ ଟ୍ରମ୍ପ ଜବାବ ଦେବା ପରେ ଚୀନ ଏହି ପଦକ୍ଷେପ ଉଠାଇଛି। ଟ୍ରମ୍ପ ଏହା ମଧ୍ୟ କହିଥିଲେ ଯେ, ଦରକାର ପଡିଲେ ଚୀନ ସହ ସମସ୍ତ ସଂପର୍କ ଛିନ୍ନ ହୋଇପାରେ। ଉଲ୍ଲେଖନୀୟ କୋଭିଡ୍-୧୯ର ଉତ୍ପତ୍ତିକୁ ନେଇ ଆମେରିକା ଓ ଚୀନ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି।

ଆମେରିକା କାର୍ଯ୍ୟାନୁଷ୍ଠାନ ସ୍ଵରୂପ ଚୀନର ୩୩ କମ୍ପାନୀକୁ କଳାତାଲିକାଭୁକ୍ତ କରିଛି। ଏହା ଉପରେ ପ୍ରତିକ୍ରିୟା ଦେଇ ଚୀନର ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ ଓ୍ଵି କହିଛନ୍ତି, ଆମେରିକା ଏକ ନୂତନ ଶୀତଳ ଯୁଦ୍ଧକୁ ଜନ୍ମ ଦେଉଛି।  ଚୀନ କରୋନାକୁ ନେଇ ଆମେରିକା ଦେଉଥିବା ସମସ୍ତ କଥାକୁ ଖାରଜ କରି ଆସିଛି। ଗତକାଲି ଚାରି ଚାପର ବଶବର୍ତ୍ତୀ ହେବା ପରେ କରୋନା ଭୂତାଣୁର ଉତ୍ପତ୍ତିକୁ ନେଇ ଅନ୍ତରାଷ୍ଟ୍ରୀୟ ଯାଞ୍ଚ ଲାଗି ପ୍ରସ୍ତୁତ ଥିବା ଚୀନ କହିଛି।

ଓ୍ଵାଙ୍ଗ କହିଛନ୍ତି, ଆମେରିକା ରାଜନୈତିକ ଭାଇରସ୍‌ରେ ସଂକ୍ରମିତ ହୋଇସାରିଛି ଏବଂ ଚୀନ ଉପରେ ସର୍ବଦା କାର୍ଯ୍ୟାନୁଷ୍ଠାନ ଧମକ ଦେଉଛନ୍ତି। ଦକ୍ଷିଣ ଚୀନ ସାଗରରେ ଆମର ଜଳ କ୍ଷେତ୍ରକୁ ଅନୁପ୍ରବେଶ ମଧ୍ୟ କରୁଛି।

ସେ କହିଛନ୍ତି, ଆମେରିକା କିଛି ରାଜନୈତିକ ଶକ୍ତି ଜରିଆରେ ଚୀନ-ଆମେରିକା ସଂପର୍କକୁ ବନ୍ଧକ କରିବାରେ ଜୁଟିଛି। ଟ୍ରମ୍ପ ସରକାର ଦୁଇ ଦେଶକୁ ଏକ ଶୀତଳ ଯୁଦ୍ଧର ଦ୍ଵାର ଦେଶରେ ଛିଡା କରାଉଛନ୍ତି।

ଆମେରିକାର ଥିଙ୍କ ଟ୍ୟାଙ୍କ କାଉନସିଲ୍‌ ଅନ ଫରେନ ରିଲେସନର ଏକ ନୂତନ ରିପୋର୍ଟରେ କୁହାଯାଇଛି ଯେ, ଏହି ୧୮ ମାସରେ ଦକ୍ଷିଣ ଚୀନ ସାଗରରେ ଆମେରିକା ଓ ଚୀନ ମଧ୍ୟରେ ସାମରିକ ଉତ୍ତେଜନା ବଢିପାରେ।

ଦକ୍ଷିଣ ଚୀନ ସାଗରକୁ ଚୀନ ଅକ୍ତିକାର କରିବା ଉଦ୍ୟମ ଯୋଗୁଁ ସ୍ଥିତିକୁ ଆହୁରି ଭୟାବହ କରିପାରେ। ଅନ୍ୟପଟେ ଚୀଣ ତାଇଓ୍ଵାନକୁ ନିଜର ବୋଲି ଦାବି କରି ଆସୁଛି। ୧୯୪୯ରେ ତାଇଓ୍ଵାନ ଚୀନଠୁ ଅଲଗା ହୋଇ ସାରିଛି। ମାତ୍ର ଚୀନର କ୍ଷମତାଧାରୀ ପାର୍ଟି ଏହାକୁ ନିଜର ଏକ ରାଜ୍ୟ ରୂପେ ବିବେଚନା କରୁଛନ୍ତି। ଏପରିକି ୨୦୫୦ ସୁଦ୍ଧା ଏହାକୁ ନିଜ ଦେଶରେ ସଂପୂର୍ଣ୍ଣ ସାମିଲ କରାଇବାକୁ ପଣ କରିଛି। ଆମେରିକା ମଧ୍ୟ ଦକ୍ଷିଣ ଚୀନ  ସାଗରରେ ନିଜର ଲଢୁଆ ଯୁଦ୍ଧ ଜାହାଜକୁ ମୁତୟନ କରିଛି।

   Related Posts