ଚୀନ ଲଦାଖ ବର୍ଡରରେ ମୁତୟନ କଲା ୫୦ ହଜାର ସୈନିକ, ଆକ୍ସନ ମୁଡରେ ଭାରତୀୟ ସେନା

Published By : Prameya-News7 Bureau | July 03, 2021 IST

ବେଜିଂ ୦୩।୦୭: ଲଦାଖରେ ଜାରି ସୀମା ବିବାଦର ସମାଧାନ ପାଇଁ ଅନେକ ପର୍ଯ୍ୟାୟ  ବୈଠକ ମଧ୍ୟରେ ଚୀନ ସୀମାରେ ସୈନିକ ଠୁଳ କରିବାରେ ଲାଗିଛି। ଏହାର ଜବାବ ଦେବାକୁ ଯାଇ ଭାରତକୁ ମଧ୍ୟ ୫୦  ହଜାର ସୈନିକ ମୁତୟନ କରିବାକୁ ପଡିଛି। ଭାରତ-ଚୀନ ସୀମାରେ ସୈନିକଙ୍କ ଏହି ମୁତୟନକୁ ଦଶନ୍ଧିର ସବୁଠୁ ବଡ ସୈନ୍ୟ ଉତ୍ତେଜନା କୁହାଯାଉଛି। ଗତ ବର୍ଷ ଜୁନରେ ଗଲଓ୍ଵାନ ଘାଟି ହିଂସା ପରେ ଦୁଇ ଦେଶର ସେନା ସଂପୂର୍ଣ୍ଣ ପ୍ରସ୍ତୁତିର ସହ ସୀମାରେ ଡେରା ପକାଇଛନ୍ତି।

ଗତ ବର୍ଷଠୁ ଏଥର ଅଧିକ ଅଛନ୍ତି ୧୫ ହଜାର ଚୀନ ସୈନିକ

{"id":474993,"sizeSlug":"large","linkDestination":"none"}

ଓ୍ଵାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲର ରିପୋର୍ଟ ଅନୁଯାୟୀ, ଚୀନ ଗଲଓ୍ଵାନ ହିଂସା ସମୟରେ ମୁତୟନ ସୈନିକଙ୍କ ସଂଖ୍ୟାରେ ଆହୁରି ୧୫ ହଜାର ଅଧିକ ଯବାନଙ୍କୁ ଏଥର ମୁତୟନ କରିଛି। ଭାରତୀୟ ଗୁଇନ୍ଦା ଓ ସୈନ୍ୟ ଅଧିକାରୀଙ୍କ ଅନୁଯାୟୀ, ଚୀନର ପିପୁଲ୍ସ ଲିବେରେସନ ଆର୍ମି ଗତ କିଛି ମାସରେ ଧୀରେ ଧୀରେ ନିଜର ସୈନ୍ୟ ସଂଖ୍ୟା ବଢାଇ ୫୦ ହଜାରରୁ ଅଧିକ ଯବାନଙ୍କୁ ସୀମାରେ ମୁତୟନ କରାଇ ସାରିଲାଣି।

ଦୁଇ ସୀମାରେ ସୁଦୃଢ କରୁଛନ୍ତି  ଭିତ୍ତିଭୂମି

ଦୁଇ ଦେଶ ଉତ୍ତେଜନା ମଧ୍ୟରେ ସୀମାନ୍ତ ଅଞ୍ଚଳରେ ବହୁମାତ୍ରାରେ ଭିତ୍ତିଭୂମି ବିକଶିତ କରିଛନ୍ତି। ଏଥିରେ ପ୍ରବଳ ଥଣ୍ଡା ସମୟରେ ସୈନିକଙ୍କ ରହିବା ପାଇଁ ଇନସୁଲେଟେଡ କ୍ୟାବିନ୍ ଓ ଟେଣ୍ଟ ସାମିଲ୍। ଭାରତ ଓ ଚୀନ ମଧ୍ୟରେ ଅଧିକାଂଶ ସୈନ୍ୟ ନିର୍ମାଣ ପୂର୍ବ ଲଦାଖରେ କରାଯାଇଛି। ଏଠାରେ ଗୋଗରା-ହଟ୍‌ସ୍ପ୍ରିଙ୍ଗ୍, ଡେପସାଙ୍ଗ ଓ ଡୋକଲାମରେ  ଭାରତ ଓ ଚୀନ ସେନା ଏବେ ମଧ୍ୟ ମୁହାଁମୁହିଁ ସ୍ଥିତିରେ ଅଛନ୍ତି।

ସୀମାରେ ଦୁଇ ଦେଶ ମୁତୟନ କରୁଛନ୍ତି ଯୁଦ୍ଧାସ୍ତ୍ର

{"id":474990,"sizeSlug":"large","linkDestination":"none"}

ଚୀନର ସନ୍ଦିଗ୍ଧ ଗତିବିଧିକୁ ଦେଖି  ଭାରତ ମଧ୍ୟ ସୀମାରେ ନୂତନ ଯୁଦ୍ଧାସ୍ତ୍ର ମୁତୟନ କରିବା ଆରମ୍ଭ କରି ଦେଇଛି।  ଭାରତୀୟ ସେନା ଲଦାଖର ଉଚ୍ଚ ଅଞ୍ଚଳରେ ଚୀନର ମୁକାବିଲା ପାଇଁ କେ-୯ ବଜ୍ର ହବିତଜରକୁ ମୁତୟନ କରିଛି। ଏହା ବ୍ୟତୀତ ଟି-୯୦ ଭୀଷ୍ମ ଟ୍ୟାଙ୍କ, ପିନାକ ରକେଟ୍, ରାଫେଲ, ଅପାଚେ, ଚିନୁକ ପରି ଘାତକ ଯୁଦ୍ଧାସ୍ତ୍ରକୁ ସୀମାନ୍ତ ଅଞ୍ଚଳରେ ଆଲର୍ଟରେ ରଖିଛି।  ଭାରତ ରୁଷରେ ନିର୍ମିତ ଲାଇଟଭେଟ୍ ସ୍ପ୍ରୁଟ-ଏସଡି ଟ୍ୟାଙ୍କ କିଣିବା ଉପରେ  ବିଚାର କରୁଛି। କେବଳ ଏତିକି ନୁହେଁ ଇସ୍ରାଏଲରୁ କିଣା ଯାଇଥିବା ଚାର ହେରୋନ ଟିପି ଡ୍ରୋନକୁ ମଧ୍ୟ ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି)ରୁ ନିୟନ୍ତ୍ରଣ ରେଖା(ଏଲଓସି) ପର୍ଯ୍ୟନ୍ତ ମୁତୟନ କରାଯାଇଛି।

ଚୀନ ବିରୋଧରେ 'ଅଫେନସିଭ ଡିଫେନ୍ସ ଷ୍ଟ୍ରାଟେଜି'

{"id":474991,"sizeSlug":"large","linkDestination":"none"}

ଭାରତ ଚୀନ ବିରୋଧରେ ଅଫେନସି ଡିଫେନ୍ସ ରଣନୀତି ଆପଣେଇଛି। ଏହି କାରଣରୁ ଲଦାଖରେ ଭାରତୀୟ ସେନା ମଧ୍ୟ ନିଜର ଯବାନ ଓ ମାରଣାସ୍ତ୍ର ମୁତୟନ କରିଛି। ଭାରତ ପୂର୍ବରୁ ଚୀନର ଅନୁପ୍ରବେଶ ରୋକିବା ପାଇଁ ସୈନିକ ମୁତୟନ କରୁଥିଲା, ମାତ୍ର ଏବେ ଚୀନକୁ ମୁହଁତୋଡ ଜବାବ ଦେବା ପାଇଁ ସୈନିକ ସଂଖ୍ୟା ଏବଂ ଯୁଦ୍ଧାସ୍ତ୍ର ବୃଦ୍ଧି କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.