ଭାରତୀୟ ଛାତ୍ରଙ୍କୁ ଆଉ ନେଉନି ଚୀନ, କୋଭିଡ-୧୯ ପାଇଁ ଲଗାଇଲା ପ୍ରତ୍ୟାବର୍ତ୍ତନ କଟକଣା

Published By : Prameya-News7 Bureau | January 09, 2021 IST

ବେଜିଂ ୦୯/୦୧: କରୋନା ମହାମାରୀ ଅପସରି ଯାଉଛି କି କବଳିତ କରୁଛି ସେନେଇ କିଛି ସ୍ପଷ୍ଟ ହୋଇପାରୁନାହିଁ। ଗୋଟିଏ ପଟେ କରୋନା ଭୂତାଣୁ ସହ ଲଢ଼ିବାକୁ ଭ୍ୟାକସିନ୍‌ ଆସିଛି ଅନ୍ୟପଟେ ଭୂତାଣୁର ନୂଆ ରୂପ ପୁଣି ଥରେ ତାଣ୍ଡବ ଆରମ୍ଭ କରୁଛି। ଏବେ ଭାରତରେ ଦୁଇଟି କରୋନା ଟିକାକୁ ଅନୁମତି ମିଳିବା ପରେ ଲୋକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି। କିନ୍ତୁ ବ୍ରିଟେନ ଭଳି ଦେଶଗୁଡ଼ିକରେ କରୋନାର ନୂଆ ରୂପ ଦ୍ରୁତ ଗତିରେ ମାଡ଼ି ଚାଲିଛି। ଭାରତରେ ସଂକ୍ରମଣ କମିଥିବାରୁ ସମସ୍ତ ବିଭାଗ ଧିରେଧିରେ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଉଛି। ଦେଶରେ ଶିକ୍ଷାନୁଷ୍ଠାନ ମଧ୍ୟ ଖୋଲୁଛି। କିନ୍ତୁ ଚୀନର ବିଭିନ୍ନ ବିଶ୍ବବିଦ୍ୟାଳୟରେ ନାମ ଲେଖାଇଥିବା ଭାରତୀୟ ଛାତ୍ରଛାତ୍ରୀ ଚିନ୍ତାରେ।

ପୁଣିଥରେ ଫେରିବାକୁ ରେଡ୍‌ ସିଗନାଲ୍‌ ଦେଖାଇଛି ଚୀନ। ଭାରତୀୟ ଛାତ୍ରଛାତ୍ରୀ କରୋନା ମହାମାରୀ ପାଇଁ ଏବେ ଚୀନ ଯାଇପାରିବେ ନାହିଁ। ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଭାରତ ଓ ଚୀନ ମଧ୍ୟରେ କୌଣସି ଚାଟର୍ଡ ପ୍ଲେନ୍‌ ଉଡ଼ିପାରିବନି ବୋଲି ଚୀନ କହିଥିବା ଭାରତୀୟ ଦୂତାବାସ ସୂଚନା ଦେଇଛି। ତେବେ ଚୀନରେ ଭାରତୀୟ ଦୂତାବାସ ପକ୍ଷରୁ ଏଭଳି ସ୍ଥିତି ଉପରେ ନଜର ରଖାଯାଇଛି। ଛାତ୍ରଛାତ୍ରୀ କିଭଳି ଚୀନ ଫେରିବେ ଓ ପୁଣିଥରେ ପଢ଼ା ଆରମ୍ଭ କରିପାରିବେ ସେନେଇ ଭାରତୀୟ ଦୂତାବାସ ପକ୍ଷରୁ ଆଲୋଚନା ଜାରି ରହିଥିବା ଜଣାପଡ଼ିଛି।

wp:embed {"url":"https://twitter.com/ANI/status/1347768132128047111","type":"rich","providerNameSlug":"twitter","responsive":true,"className":""}
https://twitter.com/ANI/status/1347768132128047111
/wp:embed

ପୁଣିଥରେ ଚୀନରେ କରୋନା ମହାମାରୀ ବଢ଼ୁଥିବାରୁ ଚୀନ ଏହି ନିଷ୍ପତ୍ତି ନେଇଛି ବୋଲି ଜଣାପଡ଼ିଛି। ସେ ଯାହା ହେଉ ଭାରତୀୟ ଛାତ୍ରଛାତ୍ରୀ ଦୂତାବାସର ଓ୍ବେବସାଇଟ୍‌କୁ ସର୍ବାଦା ନଜରରେ ରଖନ୍ତୁ। ଯଥାଶୀଘ୍ର ଏହାର କିଛି ସମାଧାନ କରାଯାଇପା​‌ରେ ବୋଲି ଭାରତୀୟ ଦୂତାବାସ ପକ୍ଷରୁ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କୁହାଯାଇଛି। ଏହା ସହ ନିଜ ନିଜର ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ସମ୍ପର୍କରେ ରହିବାକୁ ଛାତ୍ରଛାତ୍ରୀଙ୍କୁ କୁହାଯାଇଛି। ତେବେ କିଛି ମାସ ମଧ୍ୟରେ ଏହି କଟକଣା ହଟିବାର ସମ୍ଭାବନା ନାହିଁ। ପରବର୍ତ୍ତୀ ସେମିଷ୍ଟର ପାଖରୁ ପାଠ ପଢ଼ା ଆରମ୍ଭ ହେବ କିନ୍ତୁ କେବଳ ଅନଲାଇନ୍‌ରେ ହିଁ ଛାତ୍ରଛାତ୍ରୀ ପଢ଼ିବେ ଏବଂ ପରୀକ୍ଷା ଦେଇପାରିବେ ବୋଲି ଚୀନ କର୍ତ୍ତୃପକ୍ଷ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.