Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାନୁଆରୀ ୨୭, ସକାଳେ ଜେଲ୍‌ରୁ ମୁକୁଳିପାରନ୍ତି ଭି.କେ. ଶଶିକଳା
  • ||
  • ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଖୋଲିଵାକୁ ସରକାରଙ୍କ ନିଷ୍ପତ୍ତି
  • ||
  • କଟକ:କାଲିଠାରୁ ଖୋଲିଵ ନେତାଜୀ ସଂଗ୍ରହାଳୟ
  • ||
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||

ଚୀନର ‘କରୋନା ମିଛ’ ସରୁନି: କହିଲା- ଉହାନରୁ କୋଭିଡ-୧୯ ବାହାରିନି, ଏହାର ଉତ୍ପତ୍ତି ବିଶ୍ବର ବିଭିନ୍ନ ସ୍ଥାନରୁ ହୋଇଛି

4/01/2021 at 10:11 PM

ବେଜିଂ ୦୪/୦୧: ଚୀନର ଉହାନ ସହରରୁ କରୋନା ଭାଇରସ୍‌ ଜନ୍ମ ନେବା ଓ ପରେ ସାରା ବିଶ୍ବରେ କାୟା ବିସ୍ତାର କରିବା ନେଇ ପ୍ରାୟତଃ ସମସ୍ତେ ଜାଣିଛନ୍ତି। କିନ୍ତୁ ଏହାକୁ ଖଣ୍ଡନ କରିଛି ଚୀନ। ଉହାନରୁ ନୁହେଁ ବରଂ ବିଶ୍ବର ବିଭିନ୍ନ ସ୍ଥାନରୁ କରୋନ ଭାଇରସ୍‌ ସୃଷ୍ଟି ହୋଇ ବ୍ୟାପିଛି ବୋଲି ଚୀନ କହିଛି । ଏବେ ବି ଚୀନର କରୋନା ମିଛ ସରିନି। ବାରମ୍ବାର କରୋନା ଭୂତାଣୁକୁ ନେଇ ମିଛ କହିଚାଲିଛି ବେଜିଂ।

ବିଶ୍ବର ପ୍ରଥମ କରୋନା ସଂକ୍ରମଣ ପ୍ରାୟ ଚୀନରୁ ମିଳିଥିବା ସମ୍ଭାବନା କମ୍ ବୋଲି ଚୀନର ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ହୁଆ ଚୁଇଙ୍ଗ କହିଛନ୍ତି। ଏହା ସହ ବିଭିନ୍ନ ପରୀକ୍ଷାରୁ ଜଣାପଡ଼ିଛି ବିଶ୍ବର ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ କରୋନା ଭାଇରସ୍‌ ସୃଷ୍ଟି ହୋଇଛି ବୋଲି ଚୀନର ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ ଇ ରବିବାର କହିଛନ୍ତି।

ଉହାନରୁ କରୋନା ଭାଇରସ୍‌ ବାହାରିଥିବା ନେଇ ଆମେରିକା ପ୍ରଥମେ ବିଶ୍ବକୁ ସୂଚନା ଦେଇଥିବାରୁ ଚୀନ ରାଗରେ ଜଳୁଛି।   ହୁଆ ଚୁଇଙ୍ଗ କହିଛନ୍ତି ଆମେରିକା ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ଡାକି ନିଜ ଦେଶର  ଫୋର୍ଟ ଡେଟ୍ରିକ୍‌ ଲ୍ୟାବ୍‌ରେ କରୋନାର ଅରିଜିନ୍‌ ଅଛି କି ନାହିଁ ପରୀକ୍ଷା କରିବା ଦରକାର। ବହୁ ବୈଜ୍ଞାନିକ ଓ ବିଶେଷଜ୍ଞ ପରୀକ୍ଷା କରିବା ପରେ ଉହାନରୁ କରୋନା ଭାଇରସ୍‌ ବାହାରିଥିବା କଥା ଖଣ୍ଡନ କରିଥିବା ସେ  କହିଛନ୍ତି।

   Related Posts