ପାକିସ୍ତାନକୁ ଚୀନ୍‌ର ନାଲିଆଖି : ପ୍ରଥମେ କ୍ଷତିପୂରଣ, ତାପରେ ଆରମ୍ଭ ହେବ ଦାସୁ ଡ୍ୟାମ୍ ପ୍ରୋଜେକ୍ଟ କାମ

Published By : Prameya-News7 Bureau | October 16, 2021 IST

ବେଜିଂ ୧୬।୧୦: ଦାସୁ ଡ୍ୟାମ ପ୍ରକଳ୍ପରେ ମୃତ୍ୟ ହୋଇଥିବା ଚୀନ୍ ଇଞ୍ଜିନିୟରମାନଙ୍କ ପାଇଁ ପାକିସ୍ତାନଠାରୁ ୨୮୫ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛି ଚୀନ୍ । ପାକିସ୍ତାନୀ ଖବରକାଗଜ ବିଜନେସ୍ ରେକର୍ଡରର ଏକ ରିପୋର୍ଟ ଅନୁସାରେ ସ୍ଥଗିତ ଥିବା ପ୍ରକଳ୍ପ କାର୍ଯ୍ୟ ପୁନଃ ଆରମ୍ଭ କରିବା ପୂର୍ବରୁ କ୍ଷତିପୂରଣ ପ୍ରଦାନ କରିବାକୁ ଚୀନ୍ ଚାହୁଁଛି । ଉଲ୍ଲେଖଯୋଗ୍ୟ ଯେ, ୨୦୨୧ ମସିହା ଜୁଲାଇ ୧୪ତାରିଖରେ ହୋଇଥିବା ବିସ୍ଫୋରଣରେ ୯ ଜଣ ଚୀନ୍ ଇଞ୍ଜିନିୟର, ୨ ଜଣ ସ୍ଥାନୀୟଲୋକ ଏବଂ ସୀମାନ୍ତ ଫୋର୍ସ ୨ କର୍ମଚାରୀଙ୍କର ମୃତ୍ୟୁ ହୋଇଥିଲା । ଏହି ବିସ୍ଫୋରଣରେ ଦୁଇ ଡଜନରୁ ଅଧିକ ଲୋକ ଆହତ ହୋଇଥିଲେ । ବିସ୍ଫୋରକ ଭର୍ତ୍ତି ଏକ କାର୍ ପ୍ରକଳ୍ପ ସ୍ଥାନକୁ ଯାଉଥିବା ଟିମ୍ ବସ୍ କୁ ଧକ୍କା ଦେଇଥିଲା । ଫଳରେ ବସ୍ ଟି ଏକ ଖାଇରେ ଖସିପଡିଥିଲା ।

ବିଜନେସ୍ ରେକର୍ଡରର ରିପୋର୍ଟ ଅନୁସାରେ, ଜଳ ସମ୍ପଦ ସଚିବ ଶାହଜେବ ଖାନ୍ ବଙ୍ଗଶଙ୍କ କହିବା ଅନୁଯାୟୀ ଜୁଲାଇ ମାସରେ ଚୀନ୍ ଇଞ୍ଜିନିୟରଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ପ୍ରକଳ୍ପରେ ସିଭିଲ୍ କାମ ସ୍ଥଗିତ ହୋଇଯାଇଛି । ରିପୋର୍ଟ ଅନୁଯାୟୀ, ଚୀନ୍ ନାଗରିକଙ୍କୁ କ୍ଷତିପୂରଣ ଦେବା ପ୍ରସଙ୍ଗରେ ଉଚ୍ଚ ସ୍ତରରେ ଆଲୋଚନା ଚାଲିଛି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଅର୍ଥ ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ ଏବଂ ଜଳ ସମ୍ପଦ ମନ୍ତ୍ରଣାଳୟ ଏବଂ ଚୀନ୍ ଦୂତାବାସ କ୍ଷତିପୂରଣ ପ୍ୟାକେଜ ସହ ପ୍ରକଳ୍ପର କାମ ପୁନଃ ଆରମ୍ଭ କରିବାକୁ ଆଲୋଚନା କରୁଛନ୍ତି ।  ଖବରକାଗଜ ସୂତ୍ରରୁ ପ୍ରକାଶ ଯେ, ସମ୍ପୃକ୍ତ ମନ୍ତ୍ରଣାଳୟ ଏହି ପ୍ରସଙ୍ଗରେ ଏକ କମିଟି ଗଠନ କରିଥିଲା ।  ଏହି କମିଟି ଦାସୁ ପ୍ରକଳ୍ପ ସମ୍ବନ୍ଧିତ କ୍ଷତିପୂରଣ ସମ୍ବନ୍ଧରେ ବିଚାର ବିମର୍ଷ କରୁଛି କରିଛି ।  ଏହି କମିଟି ଏକ ଉପ-କମିଟି ଗଠନ କରିଛି । ଯେଉଁଥିରେ ସମସ୍ତ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ରହିଛନ୍ତି । ଏହି ଉପ-କମିଟି କ୍ଷତିପୂରଣ ପ୍ୟାକେଜ ନେଇ ଚୀନ୍ ଦୂତାବାସ ସହ ଆଲୋଚନା କରିବ।  ଏକ କିମ୍ବା ଦୁଇ ସପ୍ତାହ ମଧ୍ୟରେ ଏହି ସମସ୍ୟାର ସମାଧାନ ହୋଇଯିବ ଏବଂ ଶୀଘ୍ର ପ୍ରକଳ୍ପ କାମ ଆରମ୍ଭ ହେବ ବୋଲି ଜଳସମ୍ପଦ ସଚିବ ଆଶାବ୍ୟକ୍ତି କରିଛନ୍ତି।

ଏହି ଆକ୍ରମଣ ପରେ ଚୀନ୍ ଫାର୍ମ ଚାଇନା ଗେଝୋଓବା ଗ୍ରୁପ ଡାସୁ ପ୍ରକଳ୍ପ କାମ ବନ୍ଦ କରି ଦେଇଥିଲା । ପାକିସ୍ତାନ ସରକାରଙ୍କ ଅନୁରୋଧ ପରେ ବି ଏହି ଗ୍ରୁପ୍ ପ୍ରକଳ୍ପ କାମ ଆରମ୍ଭ କରିନଥିଲା। କମ୍ପାନୀ କହିଛି, ଯେପର୍ଯ୍ୟନ୍ତ କ୍ଷତିପୂରଣ ପ୍ୟାକେଜ ମିଳିନାହିଁ ସେପର୍ଯ୍ୟନ୍ତ ପ୍ରକଳ୍ପ କାମ ଆରମ୍ଭ ହେବନାହିଁ । ଏହାସହ ଚୀନ୍ ନାଗରିକମାନଙ୍କୁ ଅଧିକ ସୁରକ୍ଷା ପ୍ରଦାନ କରିବାକୁ ମଧ୍ୟ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.