ଚୀନ୍‌କୁ ଝଟକା ! ‘ମାର୍କେଟ୍ ଇକୋନମୀ’ ଷ୍ଟାଟସ୍ ଲାଗି WTOରେ EU ସହ ବିବାଦ ହାରିଲା

Published By : Prameya-News7 Bureau | June 21, 2020 IST

ଜେନେଭା ୨୧।୬: ଗୋଟିଏ ପଟେ କରୋନା ଭାଇରସ୍‌ ଯୋଗୁ ସାରା ବିଶ୍ୱରେ ବିଶ୍ୱାସ ହରାଇଥିବା ବେଳେ ସୀମାରେ ଭାରତର ଭୂ-ଭାଗ ଜବରଦଖଲ ଲାଗି ଚର୍ଚ୍ଚିତ ହେଉଥିବା ଚୀନ୍‌କୁ ବିଶ୍ୱ ବାଣିଜ୍ୟ ସଙ୍ଗଠନରୁ ଶକ୍ତ ଧକ୍କା ଲାଗିଛି। ନିଜ ଲାଗି ମାର୍କେଟ ଇକୋନମୀ ଷ୍ଟାଟସ୍ ଦାବି କରି ଚୀନ୍ ବିଶ୍ୱ ବାଣିଜ୍ୟ ସଙ୍ଗଠନ (ଡବ୍ଲୁଟିଓ)ରେ ଇୟୁରୋପୀୟ ୟୁନିୟନ (ଇୟୁ) ସହ ଲଢୁଥିବା ବିବାଦ ହାରିଯାଇଛି। ଫଳରେ ବିଶ୍ୱର ବିଭିନ୍ନ ଦେଶ ଏବେ ନିଜ ଘରୋଇ ଉତ୍ପାଦନର ସ୍ୱାର୍ଥ ରକ୍ଷା ଲାଗି ଚୀନ ଉତ୍ପାଦ ଉପରେ ଆଣ୍ଟି ଡୋପିଂ ଶୁଲ୍କ ଲଗାଇବାକୁ ରାସ୍ତା ସଫା ହୋଇଯାଇଛି।  

{"id":289475,"width":578,"height":381,"sizeSlug":"large"}

ଚୀନ୍‌ କମ୍ୟୁନିଷ୍ଟ ପାର୍ଟି (ସିସିପି) ଡବ୍ଲୁଟିଓରେ ତାକୁ ମାର୍କେଟ୍ ଇକୋନମୀ ସ୍ୱୀକାର କରିବା ଲାଗି ଇୟୁରୋପୀୟ ସଂଘ ( ଇୟୁ)ଉପରେ ଚାପ ପକାଉଥିଲା। ହେଲେ ଚୀନ୍‌କୁ ମାର୍କେଟ୍ ଇକୋନମୀ ଦେଶ ସ୍ୱୀକାର କରୁନଥିଲା ଇୟୁ । ଗତବର୍ଷ ଏ ସମ୍ପର୍କିତ ପ୍ରୋଭିଜିନାଲ ଡିସିସନରେ ଚୀନ୍‌ ମାର୍କେଟ୍ ଇକୋନମୀ ନୁହେଁ ବୋଲି ଜଣାଇ ଦିଆଯାଇଥିଲା। ଏବେ ଚୂଡାନ୍ତ ରାୟରେ ତାହା କାୟମ ରହିବା ଦୁନିଆ ବଜାରରେ ଚୀନ୍‌ର ଆଣ୍ଟ ଭାଙ୍ଗିଦେଇଛି।

{"id":289476,"width":575,"height":383,"sizeSlug":"large"}

ସିସିପି ଷ୍ଟିଲ ଓ ଆଲ୍ୟୁମିନିୟମ ସମେତ ବିଭିନ୍ନ ଉତ୍ପାଦ ଲାଗି ବିପୁଳ ସବସିଡି ଦେଉଥିବା ଇୟୁରୋପୀୟ ୟୁନିୟନ ତର୍କ ରଖିଥିଲା। ଏତେ ପରିମାଣର ସବସିଡି ପରେ ଅନ୍ତର୍ଜାତୀୟ ବଜାରରେ ଚୀନ୍‌ ଉତ୍ପାଦର ତାର୍କିକ ମୂଲ୍ୟାୟନ ଅସମ୍ଭବ ବୋଲି ଇୟୁ କହିଥିଲେ। ଏଣୁ ସିସିପିର ଦାବି ଅଗ୍ରାହ୍ୟ ହୋଇଯାଇଥିବା ବେଳେ ଏବେ ବିଭିନ୍ନ ଦେଶ ଚୀନ୍‌ ଉତ୍ପାଦମାନଙ୍କ ଉପରେ ଆଣ୍ଟି ଡୋପିଙ୍ଗ ଶୁଳ୍କ ଲଗାଇ ନିଜର ଘରୋଇ ଉତ୍ପାଦକୁ ସଂରକ୍ଷଣ ଦେଇ ପାରିବେ। ଫଳରେ ବିଶ୍ୱବଜାରରେ ମହଙ୍ଗା ଯୋଗୁ ଚୀନ ସାମଗ୍ରୀର ଚାହିଦା ହ୍ରାସ ରପ୍ତାନୀ ପ୍ରଭାବିତ ହେବା ନିଶ୍ଚତ ହୋଇଯାଇଛି।

{"id":289477,"sizeSlug":"large"}

ଚୀନ୍‌ ଶସ୍ତା ମୂଲ୍ୟରେ ନିଜ ସାମଗ୍ରୀ ବିଭିନ୍ନ ଦେଶର ବଜାରରେ ଠୁଳ କରୁଛି। ବଜାରକୁ ନିଜ ନିୟନ୍ତ୍ରଣକୁ ନେଇ ସାମଗ୍ରୀର ଦର ବୃଦ୍ଧି କରିବା ସମ୍ପୃକ୍ତ ଦେଶର ବାଣିଜ୍ୟ ବ୍ୟବସାୟକୁ ପ୍ରଭାବିତ କରୁଥିଲା। ହେଲେ ଏବେ ଆଣ୍ଟି ଡୋପିଂ ଟ୍ୟାକ୍ସ ଲାଗୁ ହେବା ପରେ ଚୀନ୍‌ ସାମଗ୍ରୀ ଏବେ ବଜାର ଅକ୍ତିଆର କରିବା ଦୂରର କଥା ବିକ୍ରି ଲାଗି ବର୍ଷ ବର୍ଷ ଅପେକ୍ଷା କରିରହିବା ସହ ବିପୁଳ ଶୁଳ୍କ ଦେବାକୁ ବାଧ୍ୟ ହେବ।

{"id":289478,"width":578,"height":221,"sizeSlug":"large"}

ଆମେରିକା ବ୍ୟବସାୟୀକ ପ୍ରତିନିଧି ଲାଇଟଜରଙ୍କ ଅନୁସାରେ ଡବ୍ଲୁଟିଓରେ ଏପର୍ଯ୍ୟନ୍ତ ବିଚାରଧୀନ ଥିବା ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବ୍ୟସାୟୀକ  ବିବାଦ ଥିଲା। ଗୋଟିଏ ପଟେ ସାରା ବିଶ୍ୱର ବଜାର ଥିବା ବେଳେ ଅନ୍ୟପଟେ ଚୀନର ଏକଚାଟିଆ ବଜାର ନୀତି ଥିଲା।  ଯେଉଁଥିରେ ଚୀନର ଐତିହାସିକ ପରାଜୟ ହୋଇଛି।

{"id":289479,"sizeSlug":"large"}

ଡବ୍ଲୁଟିଓରେ ଏପରି ପରାଜୟ ସହ ଚୀନ୍ ଅନେକ କିଛି ହରାଇଥିବା ମାମଲା ସହ ସମ୍ପର୍କିତ ଜନୈକ ଅଧିକାରୀ କହିଛନ୍ତି। ଅନ୍ୟ ଛୋଟମୋଟ ମାମଲାରେ ଏପର୍ଯ୍ୟନ୍ତ ଚୀନ ହାସଲ କରିଥିବା ସମସ୍ତ ସଫଳତା ଏହି ମାମଲାରେ ହରାଇ ଦେଇଛି। ଗତ କିଛି ବର୍ଷ ମଧ୍ୟରେ ଚୀନ ଜାତିସଂଘ, ୱାର୍ଲଡ ବ୍ୟାଙ୍କ, ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ସମେତ ଅନେକ ଅନ୍ତର୍ଜାତୀୟ ସଂଗଠନରେ ନିଜକୁ ପ୍ରବେଶ କରାଇବାରେ ସଫଳ ହୋଇଥିଲା। ହେଲେ ଡବ୍ଲୁଟିଓଙ୍କ ନିଷ୍ପତ୍ତି ପରେ ଚୀନର ଏପରି ସବୁ ସଦସ୍ୟତା ମୂଲ୍ୟହୀନ ହୋଇଯାଇଛି। ଏବେ ସାରା ବିଶ୍ୱ ଚୀନ୍‌ ସାମଗ୍ରୀକୁ ଜଗିବାକୁ ଡବ୍ଲୁଟିଓଙ୍କ ନିଷ୍ପତ୍ତି ଲାଗୁ କରିବେ। ଫଳରେ ଚୀନର ବିପୁଳ ନିବେଶ ଏବେ  ପାଣିରେ ପଡିବ।

{"id":289480,"sizeSlug":"large"}

ଚୀନ୍‌ର ଦାୟିତ୍ୱହୀନତା କାରଣରୁ କରୋନା ଭାଇରସ୍ ମହାମାରୀ ସାରା ବିଶ୍ୱରେ ବ୍ୟାପିଗଲା। ଲୋକଙ୍କ ଜୀବନ ବଞ୍ଚାଇବାକୁ ଦେଶମାନେ ଲକଡାଉନ୍‌ ଜାରି କରିବାକୁ ବାଧ୍ୟ ହେଲେ ଫଳରେ ଅନେକ ଅର୍ଥ ବ୍ୟବସ୍ଥା ଭୂଷୁଡି ପଡିଥିବା ବେଳେ ଲକ୍ଷ ଲକ୍ଷ ଲୋକେ ପ୍ରାଣ ହରାଉଛନ୍ତି। ଏବେ ଚୀନ୍‌କୁ  ତା କାମର ଉଚିତ ଜବାବ ମିଳିଛି ବୋଲି କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.