Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଚୀନ୍‌ରେ ଶନିବାର ପାଳନ ହେବ ଜାତୀୟ ଶୋକ ଦିବସ, COVID-19 ସହିଦଙ୍କୁ କରାଯିବ ସ୍ମରଣ

3/04/2020 at 4:06 PM

ବେଜିଂ ୩।୪: ଶନିବାର ଦିନ ଜାତୀୟ ଶୋକ ଦିବସ ପାଳନ କରିବାକୁ ଘୋଷଣା କରିଛି ଚୀନ୍ । କୋଭିଡ-୧୯ ପୀଡିତଙ୍କୁ ସ୍ମରଣ କରିବା ଏହି ଘୋଷଣା କରାଯାଇଛି । ଚୀନ୍ କରୋନା ଭାଇରସ୍ ଉପରେ ବିଜୟ ହାସଲ କରିବା ପରେ ଅପ୍ରେଲ ୪ ତାରିଖରେ ଶନିବାର ଦିନ ଜାତୀୟ ଶୋକ ଦିବସ ଘୋଷଣା କରି କୋଭିଡ-୧୯ ପୀଡିତଙ୍କୁ ସ୍ମରଣ କରିବା ପାଇଁ ଚୀନ୍ ନିଷ୍ପତ୍ତି ନେଇଛି । ଏହି ଶୋକ ଦିବସରେ ସାରା ବିଶ୍ବ ସାମ୍ନାରେ କରୋନାକୁ ଆଣିଥିବା ଡାକ୍ତର ଲି ଓ୍ବେନଲିୟାଙ୍ଗ ମଧ୍ୟ ସାମିଲ ଅଛନ୍ତି ଯାହାର ପରେ ମୃତ୍ୟୁ ହୋଇଯାଇଥିଲା । କରୋନା ଯୋଗୁଁ ଚୀନ୍ ରେ ୩୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।

ଅପ୍ରେଲ ୪ ତାରିଖରେ ଜାତୀୟ ଶୋକ ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ସେହି ପତିତ ହିରୋମାନଙ୍କୁ ସ୍ମରଣ କରିବା ପାଳନ କରାଯାଉଛି । ଯେଉଁମାନେ ନୋଭେଲ କରୋନା ଭାଇରସ୍ ମହାମାରୀର ମୁକାବିଲା କରି ଦେଶବାସୀଙ୍କ ପାଇଁ ସେମାନେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ।

ଏଥିପାଇଁ ଶନିବାର ଦିନ ସାରା ଦେଶରେ ଏବଂ ବିଦେଶରେ ଥିବା ସମସ୍ତ ତୀନ୍ ଦୂତାବାସ ଏବଂ ବାଣିଜ୍ୟିକ ଦୂତାବାସରେ ଚୀନର ପତାକା ଅର୍ଦ୍ଧନମିତ ରହିବ । ଶନିବାର ଦିନ ଚୀନରେ ସମସ୍ତ ମନୋରଞ୍ଜନ ଇଭେଣ୍ଟ ବାତିଲ କରାଯାଇଛି । ରାତି ୧୦ଟାରେ ସ୍ଥାନୀୟ ସମୟ (02:00 GMT), ସମଗ୍ର ଚୀନରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯିବ ।

ଚୀନରେ ବର୍ତ୍ତମାନ ୨୦୦୦ରୁ କରୋନା ସଂକ୍ରମିତ ଅଛନ୍ତି । ଚୀନରେ ଉତ୍ପନ ହୋଇଥିବା ଏହି ଭାଇରସ୍ ଦ୍ବାରା ସାରା ବିଶ୍ବରେ ୫୩ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ୧୦ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ଅଛନ୍ତି ।

   Related Posts