Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପାକିସ୍ତାନୀ ମହିଳାଙ୍କୁ ଅବୈଧ ଭାବେ ଚୀନକୁ କରାଯାଉଛି ଚାଲାଣ : ଚଢ଼ଉ କଲା ପୋଲିସ୍

17/04/2019 at 4:16 PM

ବେଜିଙ୍ଗ୍ ୧୭/୪: ଚୀନ ପୁରୁଷମାନଙ୍କ ପସନ୍ଦ ହେଉଛନ୍ତି ପାକିସ୍ତାନୀ ମହିଳା । ଏବେ ଅଧିକରୁ ଅଧିକ ଚୀନର ପୁରୁଷ ପାକିସ୍ତାନୀ ମହିଳାଙ୍କୁ ବିବାହ କରିବାକୁ ଚାହୁଛନ୍ତି । ସେଥିପାଇଁ ଉଭୟ ପାକିସ୍ତାନ ଓ ଚୀନରେ ପାକିସ୍ତାନୀ ଝିଅ ଚାଲାଣ ରାକେଟ ସକ୍ରୀୟ ହେବାରେ ଲାଗିଛନ୍ତି । ବିବାହ ଯୋଗସୂତ୍ର କେନ୍ଦ୍ର ଆଳରେ ପାକିସ୍ତାନୀ ଝିଅଙ୍କୁ ଚୀନକୁ ଅଣାଯାଇ ବିବାହ କରାଯାଉଛି । ପାକିସ୍ତାନରେ ଆର୍ଥିକ ଦୁସ୍ଥିତି ଦେଇ ଗତି କରୁଥିବା ପରିବାର ଉପରେ ଏହି ରାକେଟ ସବୁବେଳେ ନଜର ରଖିଥାଏ । ଭଲ ଜୀବନ ଓ ଆର୍ଥିକ ପ୍ରଲୋଭନ ଦେଖାଇ ଏହି ମହିଳାଙ୍କୁ ଚୀନକୁ ଚାଲାଣ କରାଯାଇଥାଏ ।

ଏଭଳି ଅଭିଯୋଗ ବାରମ୍ବାର ହେବାପରେ ଚୀନରେ ପୋଲିସ୍ ଏକ ଅବୈଧ ବିବାହ ଯୋଗସୂତ୍ର କେନ୍ଦ୍ର ଏବଂ ମଧ୍ୟସ୍ଥିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିଛି। ବିବାହର ପ୍ରଲୋଭନ ଦେଖାଇ ପାକିସ୍ତାନୀ ମହିଳାଙ୍କୁ ଚୀନକୁ ଚାଲାଣ କରିବା ଅଭିଯୋଗ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସରକାରୀ ଗ୍ଲୋବାଲ ଟାଇମସ୍ ଅନୁସାରେ ପୂର୍ବ ଚୀନର ଶାନଡୋଙ୍ଗ ଅଞ୍ଚଳର ହେଜେରେ ସ୍ଥାନୀୟ ପ୍ରଶାସନ ବିବାହ କରାଉଥିବା ବେଆଇନ୍ ବିବାହ ଯୋଗସୂତ୍ର କେନ୍ଦ୍ର ବିରୁଦ୍ଧରେ କାର୍ଯାୟନୁଷ୍ଠାନ ଆରମ୍ଭ କରିଛି। ପାକିସ୍ତାନରୁ ଚାଲାଣ କରି ଅଣାଯାଇଥିବା ମହିଳାଙ୍କୁ ଚାଇନାର ପୁରୁଷଙ୍କ ସହ ଏଠାରେ ବିବାହ କରାଯାଉଥିଲା।

ଚାଇନାର ପୁରୁଷଙ୍କ ସହ ପାକିସ୍ତାନୀ ମହିଳାଙ୍କ ବିବାହ ସମାରୋହର ଅନେକ ଭିଡିଓ ରହିଛି। ଦାବି କରାଯାଉଛି ଯେ ଏଥିରେ କେତେକ ଭିଡିଓର ସୁଟିଙ୍ଗ୍ ଶାନଡୋଙ୍ଗରେ ହୋଇଥିଲା। ଚୀନର ସବୁଠୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଅଞ୍ଚଳ ମଧ୍ୟରୁ ଏହା ଗୋଟିଏ। ଗତ ସପ୍ତାହରେ ପାକିସ୍ତାନୀ ​ଟେଲିଭିଜନ ‘ଏଆରଓ୍ବାଇ ନ୍ୟୁଜ’ ଲାହୋରରେ ବିବାହ କରାଇବାକୁ ସାହାଯ୍ୟ କରୁଥିବା ଏକ କେନ୍ଦ୍ରରେ କେତେକ ଚୀନୀ ପୁରୁଷଙ୍କ ସହ ୨ଜଣ ପାକିସ୍ତାନୀ କିଶୋରୀ ଏବଂ ୬ଜଣ ସ୍ଥାନୀୟ ମହିଳାଙ୍କ ଫଟୋ ପ୍ରସାରିତ କରିବାବେଳେ ଏହି ଘଟଣା ବିଷୟରେ ଜଣା ପଡ଼ିଥିଲା।   

   Related Posts