ଆତଙ୍କ ଖେଳାଇ ଚାଲିଛି ‘ପ୍ରାଣଘାତୀ କରୋନା ଭାଇରସ୍’

Published By : Prameya-News7 Bureau | January 25, 2020 IST

ଚୀନ୨୫/୧: ଆତଙ୍କ ଖେଳାଇ ଚାଲିଛି ‘କରୋନା ଭାଇରସ୍’। କେବଳ ଚୀନ୍ ନୁହେଁ ଏସିଆ, ୟୁରୋପ, ଦକ୍ଷିଣ ଆମେରିକା, ଅଷ୍ଟ୍ରେଲିଆରେ ମଧ୍ୟ କରୋନା ଭାଇରସକୁ ନେଇ ଆତଙ୍କ ଖେଳିଯାଇଛି । ଚୀନ୍ ରେ ବର୍ତ୍ତମାନ ସୁଦ୍ଧା ଏହି ଭାଇରସ୍ ରେ ୪୧ ଜଣଙ୍କର ମୃତ୍ୟୁ ଘଟିଛି । ଚୀନ୍ ର ୧୮ଟି ସହରରେ ଏଥିଯୋଗୁଁ କଟକଣା ଜାରି କରାଯାଇଛି । ହଂକଂରେ ଜରୁରୀକାଳିନ ସ୍ଥିତି ଘୋଷଣା ହୋଇଛି । ରୋଗୀଙ୍କୁ ସାହାଯ୍ୟ କରିବାକୁ ଚୀନ୍ ସେନା ବାହିନୀର ଡାକ୍ତରମାନଙ୍କ ସହାୟତା ନିଆଯାଇଛି । ନିକଟରେ ଚୀନରୁ ଭାରତକୁ ଫେରିଥିବା ୧୧ ଜଣଙ୍କୁ ଡାକ୍ତରୀ ପରୀକ୍ଷା ନୀରିକ୍ଷା କରାଯାଇଛି ।

{"id":216045,"sizeSlug":"large"}

ଚୀନ୍‌ରେ ହୁଆନ୍ ସହରରୁ ସାରା ବିଶ୍ବକୁ ବ୍ୟାପିବାରେ ଲାଗିଛି ପ୍ରାଣଘାତୀ କରୋନା ଭାଇରସ । କେବଳ ଚୀନ୍‌ରେ ବିଭିନ୍ନ ସ୍ଥାନରେ ୪୧ ଜଣଙ୍କ ମୃତ୍ୟୁ ଘଟିସାରିଲାଣି । ଚୀନ୍ରୁ ଯାଇ ଅଷ୍ଟ୍ରେଲିଆ ଓ ୟୁରୋପରେ ପହଞ୍ଚିଲାଣି ଏହି ଭାଇରସ୍ । ଫ୍ରାନ୍ସରେ ଏଥିରେ ୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଆମେରିକାରେ ୨ ଜଣଙ୍କ ଠାରେ ଚିହ୍ନଟ କରାଯାଇଛି । କରୋନା ଭାଇରସ୍ ପ୍ରଭାବରେ ଚୀନ୍‌ରେ ଏହି ସମୟରେ ପାଳନ କରାଯାଉଥିବା ନୂଆବର୍ଷ ଫିକା ପଡ଼ିଯାଇଛି । ଗ୍ରେଟ୍ ୱାଲ୍ ଅଫ୍ ଚାଇନାକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରିଦିଆଯାଇଛି । କେବଳ ହୁଆନ୍ ସହରରେ ୧୫ଜଣଙ୍କର ମୃତ୍ୟୁ ଘଟିଛି । ଗତ ୨୪ଘଣ୍ଟା ମଧ୍ୟରେ ୧୨୮୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୁରା ଚୀନ୍ରେ ୫ କୋଟିରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ଆଶଙ୍କା କରାଯାଉଛି ।

{"id":216046,"sizeSlug":"large"}

ସେପଟେ ୟୁରୋପ ସମେତ ଆମେରିକା ଅଷ୍ଟ୍ରେଲିଆରେ ମଧ୍ୟ କରୋନା ଭାଇରସ୍ ଚିହ୍ନଟ ହୋଇଛ। ଚୀନ୍ରୁ ଫେରିଥିବା ଫ୍ରାନ୍ସର ୩ଜଣ , ଆମେରିକାରେ ୨ଜଣ ,ଅଷ୍ଟ୍ରେଲିଆରେ ୪ ଜଣ ଏବଂ  ମାଲେସିଆ ଜଣେ ବ୍ୟକ୍ତିଙ୍କ ଠାରେ ଏହି ଭାଇରସ୍ ଚିହ୍ନଟ ହୋଇଛି । ସେମାନଙ୍କୁ ମେଡିକାଲ ଅବଜରଭେସନରେ ରଖାଯାଇଛି। ଭାରତରେ ମଧ୍ୟ ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ଆରମ୍ଭ ହେଲାଣି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରତିଷେଧକ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ।ଚୀନ୍ରୁ ଫେରିଥିବା ୧୧ ଜଣଙ୍କ ଉପରେ ସନ୍ଦେହ ହେବାରୁ ସେମାନଙ୍କୁ ଅବଜରଭେସନ୍‌ରେ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.