Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଚୀନରେ ଆହୁରି ଘାତକ ହୋଇ ଫେରିଲା କରୋନା, ରୋଗୀଙ୍କଠାରେ ଦେଖିବାକୁ ମିଳୁନି କିଛି ଲକ୍ଷଣ

7/04/2020 at 6:06 PM

ନୂଆଦିଲ୍ଲୀ ୦୭।୦୪: କରୋନା ଭାଇରସ୍‌ ସମଗ୍ର ଦୁନିଆରେ ୭୦ ହଜାରରୁ ଅଧିକଙ୍କ ଜୀବନ ନେଇ ସାରିଥିବା ବେଳେ ୧୩ ଲୋକ ସଂକ୍ରମିତ ହୋଇଛନ୍ତି। କରୋନା ଆତଙ୍କରେ ଏବେ ପୂରା ଦୁନିଆ କାମ୍ପି ଉଠିଛି। ଏହା ମଧ୍ୟରେ ଆଉ ଏକ ନୂତନ କରୋନା ସାମ୍ନାକୁ ଆସିଛି। ଏହି ନୂଆ କରୋନା ମଧ୍ୟ ଚୀନର ସେହି ହୁବେଇ ପ୍ରାନ୍ତରୁ ଆସିଛି ଯେଉଁଠୁ ପୁରୁଣା କରୋନା ଜନ୍ମ ନେଇଥିଲା। ବିଶେଷଜ୍ଞଙ୍କ ଅନୁଯାୟୀ ଏହି ନୂତନ କରୋନା ପୁରୁଣା କରୋନାଠୁ ଆହୁରି ବିପଦଜ୍ଜନକ। କାରଣ ଏହି ନୂତନ କରୋନାର କୌଣସି ଲକ୍ଷଣ ନାହିଁ। ଅର୍ଥାତ ଏଥିରେ ବ୍ୟକ୍ତି ଜାଣି ପାରିବ ନାହିଁ ଯେ କରୋନାରେ ସଂକ୍ରମିତ ଅଛନ୍ତି।

ଅଦ୍ୟାବଧି ଥଣ୍ଡା, କାଶ, ଗଳା ଖରାପ, ଜ୍ଵର, ନିଃଶ୍ଵାସ ନେବାରେ କଷ୍ଟ ଏସବୁ କରୋନାର ଲକ୍ଷଣ ଥିଲା। ଏବେ ଏହି କରୋନାରେ ପୂରା ଦୁନିଆ ସଂଘର୍ଷ କରୁଛି। ମାତ୍ର ଏହା ମଧ୍ୟରେ ପୁଣି ଆଉ ଏକ ନୂତନ କରୋନା ଚୀନରୁ ସେହି ସ୍ଥାନରୁ ଫେରିଛି, ଯେଉଁଠି ପୁରୁଣା କରୋନା ଉତ୍ପନ ହୋଇଥିଲା। ଏହି କରୋନାରକ କୌଣସି ଲକ୍ଷଣ ନାହିଁ। ଏଥିପାଇଁ ଏହାକୁ ଏସିମଟୋମ୍ୟାଟିକ୍ କେସ୍ କୁହାଯାଉଛି।

ଏସିମଟୋମ୍ୟାଟିକ୍ କେସର ଅର୍ଥ ସଂକ୍ରମିତକାରୀଙ୍କୁ ଏହା ଜଣା ପଡିବ ନାହିଁ ଯେ ସେ କରୋନାରେ ପୀଡିତ ଅଛନ୍ତି। ସଂକ୍ରମିତ ବ୍ୟକ୍ତି ନିଜେ ମଧ୍ୟ  ଜାଣି ପାରିବେ ନାହିଁ ଯେ ସେ ପରୀକ୍ଷଣ କରାଇବେ କି ନାହିଁ। କେବଳ ଜ୍ଵର ମାପୁଥିବା ମେସିନ ମଧ୍ୟ ଧରି ପାରିବ ନାହିଁ ଯେ ଏହା କରୋନା କି ନୁହଁ।

ଏସିମଟୋମ୍ୟାଟିକ୍ କରୋନାର ରୋଗୀ କୋଭିଡ୍-୧୯ ସାଧାରଣ ରୋଗୀଙ୍କଠୁ ଅଧିକ ବିପଦଜ୍ଜନକ ହୋଇଥାନ୍ତି। ସମଗ୍ର ଦୁନିଆରେ ଏ ପର୍ଯ୍ୟନ୍ତ ଆସିଥିବା ସବୁ ମାମଲାରେ ରୋଗୀଙ୍କଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା। ଗୋଟିଏ ସ୍ପଷ୍ଟ ଲକ୍ଷଣ ମିଳୁଥିଲେ ଜାଣି ପାରୁଥିଲେ ଯେ ବ୍ୟକ୍ତି କରୋନା ସନ୍ଦିଗ୍ଧ। ମାତ୍ର ନୂତନ କରୋନାର କିଛି ଲକ୍ଷଣ ଦେଖିବାକୁ ମିଳୁନାହିଁ। ଏହା କେବଳ ଚୀନ ପାଇଁ ନୁହଁ ବରଂ ଦୁନିଆ ସାମ୍ନାରେ ଏକ ବଡ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି।

   Related Posts