ଚୀନକୁ ପୁଣି ଫେରିଲା ଭୂତାଣୁ ଭୟ: ଚିହ୍ନଟ ହେଲା କରୋନା, ୨୩ ନୂଆ ମାମଲା, ଅନେକ ସହରରେ ଲାଗୁ ହେଲା କଟକଣା

Published By : Prameya-News7 Bureau | June 01, 2021 IST

ଚୀନ ୧/୦୬ : ସାରା ବିଶ୍ୱକୁ ଦୋହଲାଇ ଦେଇଥିବା ଏହି କରୋନା ଭୂତାଣୁ ପାଇଁ ଲୋକଙ୍କ ଆଖିରୁ ହଜିଯାଇଛି ନିଦ । ଯେଉଁଠି ଉଦ୍ଭାବନ ହୋଇଥିଲେ ଏବେ ସେଠି ପୁଣିଥରେ ବିସ୍ତାର କରୁଛି କାୟା । ଅର୍ଥାତ ଚୀନରୁ ଉତ୍ପନ ହୋଇଥିବା ଏହି ଭାଇରସ ଏବେ ପୁଣିଥରେ ଚୀନକୁ ଫେରିଛି । ପୁଣି ଦେଖାଦେଲାଣି କରୋନା ଭାଇରସର ଭୟ । କରୋନା ସଂକ୍ରମଣର ବୃଦ୍ଧି ପରେ ଚୀନ୍ ଗୁଆଙ୍ଗଦୋଙ୍ଗ ଅଞ୍ଚଳରେ ପୁଣି ଫେରିଛି କଟକଣା ।

ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ, ମେ ୩୧ରେ ଚାଇନାରେ ୨୩ ଟି ନୂଆ କରୋନା ମାମଲା ପଞ୍ଜିକୃତ ହୋଇଛି । ଏହା ପୂର୍ବରୁ ୨୭ଟି ମାମଲା ସାମ୍ନାକୁ ଆସିଥିଲା । ଏଥିମଧ୍ୟରୁ ଦକ୍ଷିଣ ଗୁଆଙ୍ଗଦୋଙ୍ଗ ଅଞ୍ଚଳରେ ପ୍ରାୟ ଏକ ୧୨ରୁ ଅଧିକ ମାମଲା ରିପୋର୍ଟ ହୋଇଛି । ତେଣୁ ଏହି ଅଞ୍ଚଳରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ କଟକଣା ଜୋରଦାର କରାଯାଇଛି । ବର୍ତ୍ତମାନ ଗୁଆଙ୍ଗଦୋଙ୍ଗରୁ ବାହାରକୁ ଯାଉଥିବା ଲୋକଙ୍କର ହେବ କୋଭିଡ ଟେଷ୍ଟ ।

ଯେକୌଣସି ବ୍ୟକ୍ତିଙ୍କ କରୋନା ପରୀକ୍ଷା କରିବାକୁ ପଡିବ । ଏହାସହ ଏଠାକୁ ଆସୁଥିବା ପ୍ରତି ବ୍ୟକ୍ତିଙ୍କର ବି କରୋନା ପରୀକ୍ଷା କରିବାକୁ ପଡିବ । କାରଣ ଗୁଆଙ୍ଗଦୋଙ୍ଗ ପ୍ରଦେଶ ହଂକଂ ସହ ଲାଗିରହିଛି । ଚୀନ୍ ବର୍ତ୍ତମାନ ଗୁଆଙ୍ଗଦୋଙ୍ଗ୍ ଅଞ୍ଚଳରେ କୋଭିଡ୍ ଟେଷ୍ଟିଂକୁ ବ୍ୟାପକ କରାଯାଉଛି । ଯାହାଫଳରେ ଯଦି କେହି ପରୀକ୍ଷା କରିବାକୁ ଚାହୁଁଛନ୍ତି ତାହାଲେ ଆରାମରେ କରିପାରିବେ ।

ଏହାସହ ଯଦି କୌଣସି ବ୍ୟକ୍ତି ବସ୍, ପ୍ଲେନ୍, କିମ୍ୱା ଆଉ କୁଆଡେ ଟ୍ରାଭେଲ କରିବାକୁ ଚାହୁଁଛନ୍ତି ତାହାଲେ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ତେବେ ସବୁଠାରୁ ବଡ କଥା ହେଉଛି ବର୍ତ୍ତମାନ ଏଠାରେ ଟିକାକରଣକୁ ବନ୍ଦ କରିଦିଆଯାଇଛି । ନୂଆ ମାମଲା ବାହାରୁଥିବାରୁ ଟେଷ୍ଟିଂକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏଯାବତ୍ ସହରରୁ ପ୍ରାୟ ୩ ମିଲିୟନ ସାମ୍ପଲ କଲେକ୍ଟ କରାଯାଇ ସାରିଲାଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.