Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ଫେରିଲା କରୋନା: ଫ୍ଲାଇଟ୍ ରଦ୍ଦ ଓ ଶିକ୍ଷାନୁଷ୍ଠାନ ବନ୍ଦ, ବଢିଲା ତୃତୀୟ ଲହର ଭୟ

22/10/2021 at 10:01 AM

ନୂଆଦିଲ୍ଲୀ ୨୨/୧୦: କରୋନାର ଉତ୍ପତ୍ତିସ୍ଥଳ ବୋଲାଉଥିବା ଚୀନକୁ ପୁଣି ଫେରିଛି ମହାମାରୀ । ଫଳରେ ସାରା ବିଶ୍ଵବାସୀଙ୍କ ପାଇଁ ପୁଣି ମୁଣ୍ଡ ବ୍ୟଥା ବଢିଛି । ଦେଶରେ ଧୀରେଧୀରେ କରୋନା ସଂକ୍ରମଣ ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନଜରରେ ରଖି ଚୀନ ସରକାର ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଉଠାଇଛନ୍ତି । ଦେଶରେ ପୁଣି ଫେରିଛି ତାଲାବନ୍ଦର ପରିସ୍ଥିତି ।

ଫଳରେ ଫ୍ଲାଇଟ୍ ସବୁ ରଦ୍ଦ କରାଯିବା ସହ ବିଭିନ୍ନ ସ୍ଥାନରେ ଶିକ୍ଷାନୁଷ୍ଠାନ ବନ୍ଦ ହୋଇଯାଇଛି । ଏପରିକି ଚୀନର କେତେକ ସ୍ଥାନରେ ଲକଡାଉନ୍, ସଟ୍‌ଡାଉନ୍ ଭଳି କଟକଣା ଲାଗୁ କରିବା ଭଳି ପରିସ୍ଥିତି ସୃଷ୍ଟି ହେଲାଣି । ଚୀନର ଉତ୍ତର ଏବଂ ଉତ୍ତର ପଶ୍ଚିମ ସହର ଗୁଡ଼ିକରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି ।

ବାହାରୁ ଆସିଥିବା କିଛି ଯାତ୍ରୀଙ୍କ ପାଇଁ ସଂକ୍ରମଣ ପୁଣି ଥରେ ବଢୁଥିବା ପ୍ରଶାସନ ଦାୟୀ କରିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାନ ପସାଶନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଦର୍ଶନୀୟ ସ୍ଥାନ ଗୁଡ଼ିକୁ ବନ୍ଦ କରିଦିଆଯାଇଛି। ମନୋରଞ୍ଜନ ହେଉଥିବା ସ୍ଥାନରେ ଭିଡ଼ ନିୟନ୍ତ୍ରଣ କରିବା ପାଇଁ କଟକଣା ଲାଗୁ କରାଯାଇଛି । ଫଳରେ ସାରା ବିଶ୍ୱ ପ୍ରତି ଭୟର ତୃତୀୟ ଲହର ଭୟ ଦେଖାଦେଲାଣି ।

ସେପଟେ ଚୀନର Lanzhou ଅଞ୍ଚଳରେ ସ୍ଥାନୀୟ ଲୋକମାନଙ୍କୁ ଘରୁ ନବାହାରିବାକୁ ଅପିଲ୍ କରାଯାଇଛି । ଯେଉଁମାନେ ବାହାରକୁ ବାହାରିବେ ସେମାନେ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇ ଘରୁ ବାହାରିପାରିବେ । ସେପଟେ ବର୍ଦ୍ଧିତ ସଂକ୍ରମଣ କାରଣରୁ Xi’an ଏବଂ Lanzhou ଅଞ୍ଚଳରେ ୬୦ ପ୍ରତିଶତ ଉଡାଣ ରଦ୍ଦ କରାଯାଇଛି।

   Related Posts