Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ନେପାଳ ଜମିକୁ ଏମିତି କବ୍‌ଜା କରି ଚାଲିଛି ଚୀନ, ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଦେଉଛନ୍ତି ନିରବ ସମର୍ଥନ

23/08/2020 at 8:42 PM

କାଠମାଣ୍ଡୁ ୨୩।୦୮:  ଚୀନର ବିସ୍ତାରବାଦୀ ଯୋଜନାର ଅସଲ ମୁଖା ଭାରତ ସମଗ୍ର ଦୁନିଆରେ ଖୋଲିଥିଲେ ମଧ୍ୟ ନେପାଳ ଡ୍ରାଗନକୁ ସମର୍ଥନ ଦେଇ ଚାଲିଛି। ଚୀନକୁ ଏହି ସମର୍ଥନ ଆଉ କେହି ନୁହେଁ ଦେଶର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଦେଇଛନ୍ତି। ଓଲିଙ୍କ ମୁକ ସମର୍ଥନ ଯୋଗୁଁ ଚୀନ ଧିରେ ଧିରେ ନେପାଳର ଜମି ନିଜ କବ୍‌ଜାକୁ ନେବାରେ ଲାଗିଛି। ଏହା ଦେଖି ବି ଓଲି କିଛି ନଜାଣିବା ପରି ଅଜଣା ହେଉଛନ୍ତି। ନେପାଳର ସର୍ଭେ ଡିପାର୍ଟମେଣ୍ଟ ଅଫ ଏଗ୍ରିକଲଚର ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ଚୀନ ସାତ ସୀମାବର୍ତ୍ତୀ ଜିଲ୍ଲାରେ ଅନେକ ଜାଗାରେ ନେପାଳର ଜମିକୁ କବ୍‌ଜା କରି ରଖିଛି। ଏହି କାର୍ଯ୍ୟରେ ଚୀନ ଦ୍ରୁତ ଗତିରେ ଆଗକୁ ବଢି ଚାଲିଛି।

ଅଭିଯୋଗ ହୋଇଛି ନେପାଳର କମ୍ୟୁନିଷ୍ଟ ପାର୍ଟି(ଏନସିପି) ଚୀନ କମ୍ୟୁନିଷ୍ଟ ପାର୍ଟି(ସିସିପି)କୁ ବଞ୍ଚାଇବାକୁ ଉଦ୍ୟମ କରୁଛି। ଚୀନ ନେପାଳର ଅନେକ ଅଞ୍ଚଳରେ ସଡକ ନିର୍ମାଣ  କରୁଛି ଏବଂ ନେପାଳ ଜମି ଉପରେ କବ୍‌ଜା କରି ଆଗକୁ ବଢି ଚାଲିଛି। ସିସିପି ଯେମିତି ଅସନ୍ତୁଷ୍ଟ ନହୁଏ ଏହି ଭୟରେ ଓଲି ସରକାର ନିରବ ରହିଛି। କେବଳ ଏତିକି ନୁହେଁ ଦେଶର ବୈଦେଶିକ ମନ୍ତ୍ରୀ ପ୍ରଦୀପ ଗ୍ୟବଲି କହିଛନ୍ତି ଯେ, ନେପାଳର ସୀମା ବିବାଦ ଚୀନ ସହ ନୁହେଁ ଭାରତ ସହିତ ରହିଛି।

ସର୍ଭେ ଅନୁଯାୟୀ ଏବଂ ମ୍ୟାପିଂ ବିଭାଗ ଅନୁଯାୟୀ ଚୀନ ନେପାଳର ସୀମାକୁ ଦୋଲଖାରେ ୧୫୦୦ ମିଟର ଭିତରକୁ ଠେଲି ଦେଇଛି। ଦୋଲଖାର କୋରଲାଙ୍ଗ ଅଞ୍ଚଳରେ ଖମ୍ବର ନମ୍ବର ୫୭କୁ ମଧ୍ୟ ଆଗକୁ ବଢାଇ ଦେଇଛି। ଦୁଇ ଦେଶ ମଧ୍ୟରେ ଏହି ଖମ୍ବ ବିବାଦର କାରଣ ହୋଇଥିଲା ମାତ୍ର ଚୀନ ନେପାଳ ସରକାର ଉପରେ ଚାପ ପକାଇଥିଲା। ଏପରିକି ସୀମା ବିବାଦକୁ ନେଇ ଚତୁର୍ଥ ପ୍ରୋଟୋକଲ ଉପରେ ଦସ୍ତଖତ ନକରିବାକୁ କହିଥିଲା। କାରଣ ଚୀନ ନେପାଳରେ ସ୍ଥିତାବସ୍ଥା ଜାରି ରଖିବାକୁ ଚାହୁଁଛି।

ନେପାଳର ଅନେକ ଗାଁକୁ ନିଜ ଦେଶରେ କଲା ମିଶ୍ରଣ

ସର୍ଭେ ଓ ମ୍ୟାପିଂ ବିଭାଗର ରିପୋର୍ଟରେ ଦାବି କରାଯାଇଛି ଯେ ଗୋରଖା ଓ ଦାରଚୁଲା  ଜିଲ୍ଲାର ଗାଁରେ ମଧ୍ୟ ଚୀନ କବ୍‌ଜା କରି ରଖିଛି। ଗୋରଖାରେ ଖମ୍ବ ନମ୍ବର ୩୫, ୩୭ ଓ ୩୮ ଏବଂ ସୋଲୁଖୁମ୍ବୁରେ ଖମ୍ବ ନମ୍ବର ୬୨ର ଜାଗା ପରିବର୍ତ୍ତନ କରାଯାଇଛି। ନେପାଳର ସରକାରୀ ମ୍ୟାପ୍‌ରେ ଏହି ଗାଁକୁ ନେପାଳର ଅଂଶ ଦର୍ଶାଯାଇଛି ଏବଂ ଏଠାକାର ଲୋକ ଟ୍ୟାକ୍ସ ମଧ୍ୟ ନେପାଳ ସରକାରଙ୍କୁ ଦେଉଛନ୍ତି। କିନ୍ତୁ ଚୀନ ୨୦୧୭ରେ ଏହାକୁ ତିବ୍ବତ ଅଟୋନୋମସ ରିଜନ(ଟିଏଆର)ରେ ସାମିଲ କରାଇ ନେଇଥିଲା।

   Related Posts