Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ମାନୁ ନାହିଁ ଡ୍ରାଗନ: ଲଦାଖ ଉତ୍ତେଜନାସ୍ଥଳରେ ବଢାଉଛି ସୈନ୍ୟ ଶକ୍ତି, ଭାରତ ବି ଦେଖାଇଲା ନିଜର ତାକତ୍‌

24/06/2020 at 7:08 PM

ଲେହ ୨୪।୦୬: ଜୁନ ୧୫ରେ ଭାରତ ଓ ଚୀନ ସୈନିକ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ସୀମାରେ ଉତ୍ତେଜନା କମ କରିବାକୁ ଦୁଇ ଦେଶ ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଛି। ଦୁଇ ଦେଶ ମଧ୍ୟରେ ଗୋଟିଏ ପଟେ ଆଲୋଚନା ଜାରି ରହିଥିବା ବେଳେ ଅନ୍ୟପଟେ ଏଲଏସିର ଉତ୍ତେଜନା ସ୍ଥଳରେ ଚୀନ କ୍ରମାଗତ ନିଜର ସୈନ୍ୟ ଶକ୍ତି ବୃଦ୍ଧି କରିବାରେ ଲାଗିଛି। ଏପରିକି ସୈନ୍ୟ ନିର୍ମାଣ ମଧ୍ୟ ଜାରି ରଖିଛି। ନ୍ୟୁଜ୍ ଏଜେନ୍ସି ଏଏନଆଇ ଅନୂଯାୟୀ ପାଙ୍ଗଙ୍ଗ ସୋ ହ୍ରଦ ସମେତ ଫିଙ୍ଗର ଅଞ୍ଚଳ ଆଖପାଖରେ ଚୀନ ନିଜର ସୈନ୍ୟ ସଂଖ୍ୟା ବଢାଇବାରେ ଲାଗିଛି। ଏହା ବ୍ୟତୀତ ବିବାଦୀୟ ଅଞ୍ଚଳ ନିକଟରେ ନିର୍ମାଣ କାର୍ଯ୍ୟ ଜାରି ରଖିଛି।

ସୂତ୍ର ଅନୁଯାୟୀ ଏ ପର୍ଯ୍ୟନ୍ତ ଭାରତ ଫିଙ୍ଗର ୮ ପର୍ଯ୍ୟନ୍ତ ଅଞ୍ଚଳ ନିଜର ବୋଲି ଦାବି କରି ଆସୁଛି, ମାତ୍ର ଉତ୍ତେଜନା ବଢିବା ପରେ ଚୀନ ଭାରତର ପାଟ୍ରୋଲିଂ ଗାଡିକୁ ଫିଙ୍ଗର ୪ରୁ ଆଗକୁ ବଢିବାକୁ ଦେଉ ନାହିଁ। ସୂତ୍ର ଅନୁଯାୟୀ ଫିଙ୍ଗର ଏରିଆରେ ଚୀନ ଆକ୍ରମଣାତ୍ମକ ଭାବେ ଅନେକ ନୂତନ ଅଞ୍ଚଳକୁ ନିଜର ନିୟନ୍ତ୍ରଣକୁ ନେଇ ଯାଇଛି। ଗଲଓ୍ଵାନ ନଦୀ ଉପତ୍ୟକାରେ ରକ୍ତାକ୍ତ ସଂଘର୍ଷ ପରେ ମଧ୍ୟ ଚୀନ ଅନେକ ଭିତ୍ତିଭୂମି ନିର୍ମାଣ କରିଛି।

ପୁଣି ତମ୍ବୁ କାଢିଲା ଚୀନ

ସୂତ୍ର ମୁତାବକ ଭାରତୀୟ ସେନା ଜୁନ ୧୫-୧୬ ତାରିଖରେ ପାଟ୍ରୋଲିଂ ପଏଣ୍ଟ ୧୪ ନିକଟରେ ଚୀନର ଯେଉଁ ତମ୍ବୁ ଉଖାଡି ଫିଙ୍ଗିଥିଲେ ଚୀନ ପୁଣି ଥରେ ସେଠାରେ ନିର୍ମାଣ ଆରମ୍ଭ କରି ଦେଇଛି। ଏହା ସହିତ ଦଉଲତ ବେଗ ଓଲଡି ସେକ୍ଟରର ଠିକ୍ ସାମ୍ନାରେ ଥିବା ଅଞ୍ଚଳରେ ମଧ୍ୟ ଚୀନୀ ସେନା ଭାରତ ପାଟ୍ରୋଲିଂ ପଏଣ୍ଟ ୧୦ରୁ ୧୩ ମଧ୍ୟରେ ଅନେକ ମୁସ୍କିଲ ପରିସ୍ଥିତି ସୃଷ୍ଟି କରିଛି।

ଆକାଶରେ ଗର୍ଜିଲା ଭାରତୀୟ ଲଢୁଆ ବିମାନ

ଭାରତ ମଧ୍ୟ ଲଦାଖରେ ନିଜର ସୈନ୍ୟ ଶକ୍ତି ବଢାଇବାରେ ଲାଗିଛି। ସେନାଧ୍ୟକ୍ଷ ଏମଏମ ନରବଣେଙ୍କ ଗସ୍ତ ମଧ୍ୟରେ ବୁଧବାର ଲଦାଖର ଆକାଶରେ ଭାରତୀୟ ବାୟୁସେନାର ଲଢୁଆ ବିମାନ ଉଡାଣ ଭରୁଥିବା ଦେଖିବାକୁ ମିଳିଛି। ଲେହ ସ୍ଥିତ ମିଲିଟାରୀ ବେସ୍‌ରୁ ବୁଧବାର ଅନେକ ଭାରତୀୟ ଲଢୁଆ ବିମାନ ଉଡାଣ ଭରିଛି ଏବଂ ୨୪୦ କିଲୋମିଟର ଦୂର ସ୍ଥିତ ସୀମା ରେଖା ପର୍ଯ୍ୟନ୍ତ ଗସ୍ତ କରିଛି।

ବୁଧବାର ଲେହ ଯିବାକୁ ଥିବା ଅନେକ ରାସ୍ତାରେ ମିଲିଟାରୀ ଚେକ୍‌ ପୋଷ୍ଟ ତିଆରି କରାଯାଇଛି। ସହରରେ ଆର୍ମି ଗତିବିଧି ବଢି ଯାଇଛି। ଲେହରେ ରହୁଥିବା ଭାରତୀୟ ସେନାର ଅବସରପ୍ରାପ୍ତ କ୍ୟାପଟେନ୍ ତାଶି ଛେପାଲ କହିଛନ୍ତି, ମୁଁ ନିଜର ଜୀବନକାଳରେ ଲେହରେ ଏମିତି ସୈନ୍ୟ ଉପସ୍ଥିତି ପୂର୍ବରୁ କେବେ ଦେଖି ନାହିଁ। ଭାରତୀୟ ସେନାର ଜଣେ ବରିଷ୍ଠ ଅଧିକାରୀ ଏଏଫପିକୁ କହିଛନ୍ତି ଇଲାକାରେ ଏବେ ଆମ ସୈନିକଙ୍କ ଉପସ୍ଥିତି ପର୍ଯ୍ୟାପ୍ତ ମାତ୍ରାରେ ରହିଛି।

   Related Posts