Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଆସୁଛି typhoon ‘ୱାମକୋ’, ସତର୍କତା ଜାରି କଲା ଚୀନ୍ ପାଣିପାଗ ବିଭାଗ

15/11/2020 at 8:02 PM

ବେଜିଂ: ସାମୁଦ୍ରିକ ବାତ୍ୟା ‘ୱାମକୋ’ ଲାଗି ଚୀନ୍‌ ମେଟ୍ରୋଲଜିକାଲ ଆଡମିନେଷ୍ଟ୍ରେସନ (ସିଏମଏ)  ରବିବାର ସତର୍କତା ଜାରି କରିଛନ୍ତି। ଭିଏତନାମ କେନ୍ଦ୍ରୀୟ ସାଗର ଉପରେ ସୃଷ୍ଟି ହୋଇଥିବା ଏହି ବାତ୍ୟା ଚଳିତବର୍ଷର ୨୨ ତମ ସାମୁଦ୍ରିକ ବାତ୍ୟା ହୋଇଥିବା ବେଳେ ଏହାର ପ୍ରଭାବରେ ଚୀନ୍‌ ଉପକୂଳ ଅଞ୍ଚଳର କେତେକ କ୍ଷେତ୍ରରେ ଝଡତୋଫାନ ସହ ବର୍ଷା ଆଶଙ୍କା କରାଯାଇଛି।

ତେବେ ଏହି ବାତ୍ୟା ତାଇୱାନ ଷ୍ଟ୍ରେଟ୍‌, ଦକ୍ଷିଣଚୀନ ସାଗର ଓ କ୍ୟୁଗଜୋଉ ଷ୍ଟ୍ରେଟ୍‌ ଦେଇ ଗତିକରିଯିବ ବୋଲି ଅନୁମାନ କରାଯାଉଛି। ରବିବାର ସକାଳ ୫ଟାରେ  ଘୂର୍ଣ୍ଣିବାତ୍ୟାର ଆଖି ଆଖପାଖରେ ଘଣ୍ଟାପ୍ରତି ୧୨୬ କିଲୋମିଟର ବେଗରେ ପବନ ବହୁଥିବାର ପାଣିପାଗ ପୂର୍ବାନୁମାନ କେନ୍ଦ୍ର ସୂଚନା ଦେଇଛନ୍ତି। ଏହା ଘଣ୍ଟାପ୍ରତି ୨୦ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଥିବାରୁ ଦକ୍ଷିଣ ଚୀନ୍‌ ସାଗର ଉପର ଦେଇ ପ୍ରବାହୀତ ହେବାର ଆଶଙ୍କା କରାଯାଉଛି।

ୱାମକୋ କୁ ମିସାଇ ଏପର୍ଯ୍ୟନ୍ତ ପ୍ରଶାନ୍ତ ମହାସାଗରେ ୨୨ଟି ସାମୁଦ୍ରିକା ବାତ୍ୟା ଆସିଲାଣି। ଏଥିରୁ କେତେକ ଫିଲପାଇନ୍ସ ଓ ଭିଏତନାମରେ ମାଡ଼ ହୋଇଥିବା ବେଳେ କିଛି ଚୀନ୍‌ ଉପକୂଳକୁ ମୁହାଁଇଥିଲା। ବର୍ଷ ସରିବାକୁ ଆସୁଥିବା ବେଳେ ପ୍ରାକୃତିକ ବିତ୍ପାତର କିନ୍ତୁ କୌଣସି ସୀମା ନାହିଁ। ଏଣୁ ସିଏମଏ ବାତ୍ୟା ଲାଗି ସତର୍କତା ବଦଳାଇଛନ୍ତି। ଏବେ ଏଥିଲାଗି ବ୍ଲୁ ୱାର୍ଣ୍ଣିଂ ଜାରି ହୋଇଥିବା ପାଣିପାଗ ବିଭାଗ ଅଧିକାରୀ କହିଛନ୍ତି। ୱାମକୋ ଯୋଗୁ ଫିଲପାଇନ୍ସ ଓ ଭିଏତନାମରେ ବନ୍ୟା ଭଳି ପରିସ୍ଥିତି ଉପୁଜିଛି।

   Related Posts