ନିଜ ପାଇଁ ଗାତ ଖୋଳୁଛି ଚୀନ: ଏବେ ରୁଷର ଭ୍ଲାଦିଭୋଷ୍ଟୋକ୍ ସହରକୁ ନିଜର ବୋଲି ଦାବି କଲା, କହିଲା- ଏହା ତ ଆମର ଥିଲା

Published By : Prameya-News7 Bureau | July 02, 2020 IST

ବେଜିଂ ୦୨।୦୭: ଭାରତ ସହିତ ଲଦାଖରେ ସୀମା ବିବାଦ କରୁଥିବା ଚୀନ ଏବେ ରୁଷର ସହର ଭ୍ଲାଦିଭୋଷ୍ଟୋକ୍‌କୁ ନିଜର ବୋଲି ଦାବି କରିଛି। ଚୀନର ସରକାରୀ ସମାଚାର ଚ୍ୟାନେଲ ସିଜିଟିଏନର ସଂପାଦକ ସେନ ସିଓ୍ଵଇ ଦାବି କରିଛନ୍ତି ଯେ, ରୁଷର ଭ୍ଲାଦିଭୋଷ୍ଟୋକ୍‌ ସହର ୧୮୬୦ ପୂର୍ବେ ଚୀନର ଥିଲା। କେବଳ ଏତିକି ନୁହେଁ, ସେ ଏହା ମଧ୍ୟ କହିଛନ୍ତି ଏହି ସହର ପୂର୍ବେ ହେସେନଓ୍ଵାଇ ନାମରେ ପରିଚିତ ଥିଲା। ରୁଷ ଏହାକୁ ଏକ ତରଫା ସନ୍ଧି ଆଧାରରେ ଚୀନଠୁ ଛଡାଇ ନେଇଥିଲା।

ଚୀନରେ ଯେତେ ବି ମିଡିଆ ସଂଗଠନ ଅଛନ୍ତି ତାହା ସବୁ ସରକାରୀ। ସେଠାରେ ବସିଥିବା ଲୋକ ଚୀନୀ କମ୍ୟୁନିଷ୍ଟ ପାର୍ଟି ଇସାରାରେ କିଛି ବି ଲେଖିବାକୁ ଓ କହିବାକୁ ପ୍ରସ୍ତୁତ। କୁହାଯାଏ ଯେ, ସେଠାକାର ମିଡିଆ ଯାହା ସବୁ ଲେଖନ୍ତି ସେସବୁ ସରକାରଙ୍କ କହିବା ଅନୁଯାୟୀ ଏବଂ ଇସାରାରେ ହୋଇଥାଏ। ଏମିତି ସ୍ଥିତିରେ ସେନ ସିଓ୍ଵେଇଙ୍କ ଏହି ଟ୍ଵିଟ୍‌ ବହୁତ ମହତ୍ଵପୂର୍ଣ୍ଣ ରହିଛି। ନିକଟ  ଦିନରେ ରୁଷ ସହିତ ଚୀନର ସଂପର୍କରେ ମଧ୍ୟ ଫାଟ ସୃଷ୍ଟି ହୋଇଛି।

wp:html /wp:html

ବୁଡାଜାହାଜ ସମ୍ବନ୍ଧିତ ଗୋପନୀୟ ଫାଇଲ୍‌ ଚୋରାଇବାର ଅଭିଯୋଗ

ରୁଷ କିଛି ଦିନ ପୂର୍ବେ ଚୀନର ଗୁଇନ୍ଦା ଏଜେନ୍ସି ଉପରେ ବୁଡାଜାହାଜ ସମ୍ବନ୍ଧିତ ଗୋପନୀୟ ଫାଇଲ୍‌ ଚୋରାଇବାର ଆରୋପ ଲଗାଇଥିଲା। ଏହି ମାମଲାରେ ରୁଷ ନିଜର ଏକ ନାଗରିକଙ୍କୁ ମଧ୍ୟ ଗିରଫ କରିଥିଲା। ଉକ୍ତ ବ୍ୟକ୍ତି ଉପରେ ଦେଶଦ୍ରୋହ ମୋକଦ୍ଦମା ଦାୟର କରାଯାଇଥିଲା। ଆରୋପି ବ୍ୟକ୍ତି ରୁଷ ସରକାରରେ ଏକ ବଡ ପଦବୀରେ ଥିଲେ। ସେ ଏହି ଗୋପନୀୟ ଫାଇଲ୍ ଚୀନକୁ ପ୍ରଦାନ କରିଥିଲେ।

ଏସିଆରେ କେଉଁ କେଉଁ ଦେଶକୁ ଚୀନଠୁ ରହିଛି ବିପଦ

ଏସିଆରେ ଚୀନର ବିସ୍ତାରବାଦୀ ନୀତିରେ ଭାରତ ପ୍ରତି ସବୁଠୁ ଅଧିକ ବିପଦ ରହିଛି। ଲଦାଖରେ ଗଲଓ୍ଵବାନ ଉପତ୍ୟକାକୁ ନିଜର ଦାବି କରି ସେଠାରେ ଚୀନ ସୈନ୍ୟ ଠୁଳ କରିବାରେ ଲାଗିଛି। ଏହା ବ୍ୟତୀତ ପୂର୍ବ ଚୀନ  ସାଗରରେ ସ୍ଥିତ ଦ୍ଵୀପକୁ ନେଇ ଚୀନ ଓ ଜାପାନ ମଧ୍ୟରେ ବିବାଦ ଚରମରେ ରହିଛି। ନିକଟରେ ଏକ ଚୀନୀ ବୁଡାଜାହାଜକୁ ଜାପାନ ନିଜ ଜଳ କ୍ଷେତ୍ରରୁ ତଡିଥିଲା। ଚୀନ ଅନେକ ଥର ତାଇଓ୍ଵାନ ଉପରେ ଖୋଲାଖୋଲି ଧମକ ଦେଇ ସାରିଛି। ନିକଟ ଦିନରେ ଚୀନୀ ଲଢୁଆ ବିମାନ ଅନେକ ଥର ତାଇଓ୍ଵାନର ଆକାଶ କ୍ଷେତ୍ରରେ ଉଲ୍ଲଂଘନ କରିଛି। ଅନ୍ୟପକ୍ଷେ ଚୀନର ଫିଲିପାଇନ୍ସ, ମାଲେସିଆ, ଇଣ୍ଡୋନେସିଆ ସହିତ ବିବାଦ ମଧ୍ୟ ରହିଛି।

ରୁଷର ବଡ ନୌସୈନିକ ଘାଟି ଭ୍ଲାଦିଭୋଷ୍ଟୋକ୍‌

ରୁଷର ଭ୍ଲାଦିଭୋଷ୍ଟୋକ୍‌ ସହର ପ୍ରଶାନ୍ତ ମହାସାଗରରେ ସେନାର ପ୍ରମୁଖ ବେସ୍। ରୁଷର ଉତ୍ତର-ପୂର୍ବରେ ସ୍ଥିତ ଏହି ସହର ପ୍ରିମୋସ୍କି କ୍ରାଏ ରାଜ୍ୟର ରାଜଧାନୀ। ଏହି ସହର ଚୀନ ଓ ଉତ୍ତର କୋରିଆର ସୀମା ନିକଟରେ ଅବସ୍ଥିତ। କାରବାର ଓ ଐତିହାସିକ ରୂପେ ଭ୍ଲାଦିଭୋଷ୍ଟୋକ୍‌ ରୁଷର ସବୁଠୁ ମହତ୍ଵପୂର୍ଣ୍ଣ ସହର। ରୁଷରୁ ହେବାକୁ କାରବାରର ଅଧିକାଂଶ ଭାଗ ଏହି ବନ୍ଦରରୁ ହୋଇଥାଏ। ଦ୍ଵିତୀୟ ବିଶ୍ଵ ଯୁଦ୍ଧ ସମୟରେ ଏଠାରେ ଜର୍ମାନୀ ଓ ରୁଷର ସେନା ମଧ୍ୟରେ ଭୀଷଣ ଯୁଦ୍ଧ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.