Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

LAC ଉପରେ ଉଡିଲା ଚୀନ୍‌ ହେଲିକପ୍ଟର : ଭାରତୀୟ ସେନା ସଜାଗ , ସୀମାନ୍ତ ଘାଟିରେ ପହଞ୍ଚିଲା ବାୟୁସେନା ବିମାନ

12/05/2020 at 11:30 AM

ନୂଆଦିଲ୍ଲୀ ୧୨।୦୫: ଭାରତ ଓ ଚୀନ ମଧ୍ୟରେ ଦିନକୁ ଦିନ ବିବାଦ ବଢିବାରେ ଲାଗିଛି । କରୋନା ସଙ୍କଟ ଓ ଲକ୍‌ଡାଉନ୍‌ ମଧ୍ୟରେ ମଧ୍ୟ ଚୀନ୍‌ ଭାରତୀୟ ସୀମାରେ ହଲ୍‌ଚଲ୍‌ ବଢାଇଦେଇଛି । ଯାହାର ଦୃଢ ଜବାବ ଦେଇଛି ଭାରତୀୟ ବାୟୁସେନା । ଡ୍ରାଗନକୁ ଜବାବ ଦେବା ପାଇଁ ସୀମାରେ ଯୁଦ୍ଧ ବିମାନ ମୃତୟନ କରାଯାଇଛି । ଅତୀତରେ, ଚୀନ୍‌ର ସାମରିକ ହେଲିକପ୍ଟରଗୁଡିକ ଭାରତୀୟ ଅଞ୍ଚଳରେ ବୁଲୁଥିବାର ଦେଖାଯାଇଥିଲା ଏବଂ ସେମାନେ ଭାରତୀୟ ଆକାଶ ସୀମାକୁ ଉଲ୍ଲଂଘନ କରିପାରନ୍ତି ।

ସୂଚନାଯୋଗ୍ୟ ଯେ, ଚୀନ୍ ହେଲିକପ୍ଟରର ଗତିବିଧି ଆରମ୍ଭ ହେବା ମାତ୍ରେ ଭାରତୀୟ ଯୁଦ୍ଧ ବିମାନ ଲଦାଖ ସେକ୍ଟରର ସୀମା ଅଞ୍ଚଳକୁ ନିଆଯାଇଥିଲା। ଭାରତୀୟ ବାୟୁସେନା ଯୁଦ୍ଧ ବିମାନ ନିକଟ ବେସକ୍ୟାମ୍ପରୁ ଉଡ଼ାଣ ଭରିଥିଲା। ବର୍ତ୍ତମାନ ସମୟରେ ଚୀନର ହେଲିକପ୍ଟରଗୁଡ଼ିକ ଭାରତୀୟ ବାୟୁସେନାର ଉଲ୍ଲଂଘନ କରିନାହାଁନ୍ତି। କିନ୍ତୁ ସୀମାବର୍ତ୍ତୀ ଅଞ୍ଚଳରେ ଉଡାଣ ଭରୁଥିବାର ଦେଖି ଆଗୁଆ ପଦକ୍ଷେପ ନେଇଛି ଭାରତୀୟ ବାୟୁସେନା ।    ସେହିପରି କିଛି ଦିନ ତଳେ ଭାରତୀୟ ସେନା ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲେ । ଏହା ପରେ ୧୫୦ରୁ ଅଧିକ ଚୀନ୍ ସେନା ଭାରତୀୟ ଅଞ୍ଚଳରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ସୂତ୍ରରୁ ପ୍ରକାଶ ଯେ, ଅନେକ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ପାଇଁ ଯୁଦ୍ଧ ବିମାନ ନିୟୋଜିତ କରି ବାୟୁ କ୍ଷେତ୍ରକୁ ଉଲ୍ଲଂଘନ କରିବାକୁ ଚୀନ୍ ଉଦ୍ୟମକୁ ଜବାବ ଦେଇଛି।

ଗତ ଏକ ସପ୍ତାହ ମଧ୍ୟରେ ଦୁଇ ଦେଶର ସୈନ୍ୟବାହିନୀ ଅନେକ ଥର ମୁହାଁମୁହିଁ ହୋଇଛନ୍ତି। ଚୀନ୍ ଆକ୍ରାଣତ୍ମକ ଲକ୍ଷ୍ୟର ଉଦ୍ଦେଶ୍ୟ ହେଉଛି ଯେ, ପାକିସ୍ତାନକୁ ସମର୍ଥନ କରିବା ଏବଂ ଭାରତ ସହିତ ଏକ ନୂଆ ମୋର୍ଚ୍ଚା ଖୋଲିବା | ଏଥିସହିତ, କରୋନା ଭାଇରସ ନେଇ ସାରାବିଶ୍ୱ ଯେଉଁ ଅଭିଯୋଗ ଆଣୁଛି ସେଥିରୁ ବିଶ୍ୱ ସମୁଦାୟଙ୍କ ଦୃଷ୍ଟି ହଟାଇବା ।

   Related Posts