Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||
  • ଚିନ୍ତା ବଢାଇଲାଣି କରୋନାର ୨ୟ ଲହର : ଆଜି PM-CM ଆଲୋଚନା, କୋଭିଡ -19 ର ସ୍ଥିତି ଏବଂ ଟିକା ବିତରଣ ନେଇ ସମୀକ୍ଷା
  • ||
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||

କରୋନା ମାଡ ପରେ ବି ବନ୍ଦ ହେଉନି ଚୀନର ଠକାମୀ,ଏବେ ପ୍ରୋଟେକ୍ଟିଭ ଇକ୍ୱିପମେଣ୍ଟ କିଣି ଠକେଇରେ ପଡିଛି ଫିନ୍‌ଲ୍ୟାଣ୍ଡ

9/04/2020 at 3:06 PM

ହେଲସିଙ୍କି: କରୋନା ଏବେ ସାରା ବିଶ୍ୱଲାଗି  ପାଲଟିଛି ମସ୍ତ ବଡ ଚାଲେଞ୍ଜ। ଧନୀ ହୁଅନ୍ତୁ କି ପ୍ରଗତିଶୀଳ ଦେଶ କେହି ବି ବାଦ ପଡୁନାହାନ୍ତି କରୋନା ସଂକ୍ରମଣରୁ। ଏଥିରେ ବିଶ୍ୱର ପ୍ରଥମ ସଂକ୍ରମିତ ଦେଶ ଚୀନ ପରିସ୍ଥିତିର ବେଶ୍ ଫାଇଦା ଉଠାଉଛି। କୌଣସି ଦେଶ ଯଦି କରୋନା ମୁକାବିଲା ଲାଗି କିଛି ସାମଗ୍ରୀ ମଗାଉଛି ଏଥିଲାଗି ଚୀନ ଉଚ୍ଚମାନର ଅର୍ଥ ଆଦାୟ କରି ନିମ୍ନ ମାନର ସାମଗ୍ରୀ ଦେଉଥିବାର ଅଭିଯୋଗ ହେଉଛି। ଏବେ ଫିନ୍‌ଲ୍ୟାଣ୍ଡ ଚୀନ ଠକେଇର ଶିକାର ହୋଇଥିବା ନେଇ ସ୍ୱାସ୍ଥ୍ୟମନ୍ତ୍ରାଳୟ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିବା ଚର୍ଚ୍ଚାର ବିଷୟ ପାଲଟିଛି ।

ୟୁରୋପୀୟ ଦେଶ ଫିନ୍‌ଲ୍ୟାଣ୍ଡ କରୋନା ମୁକାବିଲା ଲାଗି ୪ ବିଲିୟନ ୟୁରୋର ବେଲଆଉଟ୍ ପ୍ୟାକେଜ୍ ଘୋଷଣା କରିଛି। ତେବେ ଦେଶରେ ଭୂତାଣୁ ସଂକ୍ରମଣ ଆରମ୍ଭ ସହ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ଆବଶ୍ୟକ ପ୍ରୋଟେକ୍ଟିଭ ଇକ୍ୱିପମେଣ୍ଟର ଅଭାବ ଦେଖାଦେବାରୁ ସରକାର ତରବରିଆ ଭାବେ ଚୀନରୁ ୨୦ଲକ୍ଷ ସର୍ଜିକାଲ ମାସ୍କ ଓ ୨ଲକ୍ଷ ୩୦ ହଜାର ରେସିପ୍ରେଟର ମାସ୍କ ବରାଦ କରିଥିଲେ। ଏଥିଲାଗି ଅଗ୍ରୀମ ପୈଠ କରିଥିବା ବେଳେ ଚୀନ ପ୍ରଥମ ସିପମେଣ୍ଟ ମଧ୍ୟ ପହଞ୍ଚାଇଛି।

ଏଥିରେ ଚୀନ ଯେଉଁ ସବୁ ପ୍ରୋଟେକ୍ଟିଭ ଇକ୍ୱିପମେଣ୍ଟ ଦେଇଛି ତାହା ଅତ୍ୟନ୍ତ ନିମ୍ନମାନର ଓ ଯେଉଁ ଆବଶ୍ୟକତା ପୂରଣ ଲାଗି ସାମଗ୍ରୀ ବରାଦ କରାଯାଇଥିଲା ତାହା କାମକୁ ଆସିବ ନାହିଁ ବୋଲି ଜଣାପଡିଛି। ତେବେ କରୋନା ମୁକାବିଲା ଲାଗି ଚୀନରୁ ମଗା ଯାଇଥିବା ସାମଗ୍ରୀ ଖୁବ୍ ଶୀଘ୍ର ପହଞ୍ଚିବା ସହ ଉତ୍ତମମାନର ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଏନୋ-କା ଇସା ପେକୋନେନ୍ ଆଶା ବ୍ୟକ୍ତ କରିଥିଲେ। ହେଲେ ସିପ୍‌ମେଣ୍ଟ ଖୋଲାଯିବା ପରେ ଏହା ହସ୍ପିଟାଲ ଭିତରେ ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ କାମରେ ଲାଗି ପାରିବନି ବୋଲି ଜଣାପଡିଛି।

ଏ ନେଇ ସ୍ୱାସ୍ଥ୍ୟମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିବା ବେଳେ ଏହାକୁ ଫେରସ୍ତ କରାଯିବନି ବରଂ ହସ୍ପିଟାଲ ବାହାରେ ସ୍ୱାସ୍ଥ୍ୟ ସେବା ସହ ଜଡିତ ଲୋକଙ୍କ ଲାଗି ବ୍ୟବହାର କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।  ହେଲେ ଏଭଳି ସମୟରେ ଚୀନର ଠକାମୀ ସରକାର ଓ ଦେଶବାସୀଙ୍କୁ  ନିରାଶ କରିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଟ୍ୱିଟ୍‌ରେ ସୂଚିତ କରିଛନ୍ତି । ଏବେ ନିମ୍ନମାନର ପ୍ରୋଟେକ୍ଟିଭ ଇକ୍ୱିପମେଣ୍ଚ ଲାଗି ସରକାରଙ୍କୁ ଅଧିକ ୬୦ କୋଟି ୟୁରୋର ସାମଗ୍ରୀ କ୍ରୟ କରିବାକୁ ପଡିବ ବୋଲି ଉଲ୍ଲେଖ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

ତେବେ ଏଥର ଫିନଲ୍ୟାଣ୍ଡ ଏପରି ସାମଗ୍ରୀ ଆଉ ବିଦେଶର ଆଣିବ ନାହିଁ। ଏଥିପାଇଁ ଦେଶୀୟ କମ୍ପାନୀଙ୍କୁ ଅର୍ଡର ଦେବାକୁ ନିଷ୍ପତ୍ତି କରିଥିବା ଜଣାପଡିଛି। ତେବେ କେବଳ ଫିନଲ୍ୟାଣ୍ଡ ନୁହେଁ ଆଗରୁ ଇଟାଲୀ, ସ୍ପେନ, ନେଦରଲ୍ୟାଣ୍ଡ, ତୁର୍କି, ନେପାଲ ଓ ଅଷ୍ଟ୍ରେଲିଆ ବି ଚୀନର ଠକାମୀ ଶିକାର ହୋଇଥିବାର ଅଭିଯୋଗ କରିଥିଲେ। ହେଲେ ଆମେରିକା ପ୍ରରୋଚନାରେ ୟୁରୋପୀୟ ଦେଶମାନେ ମିଥ୍ୟା ଅପପ୍ରଚାର କରୁଥିବା ଚୀନ ଭଲେଇ ହେଉଥିଲା।

   Related Posts