ଚୀନର ଇଲେକ୍ଟ୍ରିକ୍ ବିମାନର ପରୀକ୍ଷଣ ସଫଳ : ଥରେ ଚାର୍ଜ କଲେ ଉଡ଼ିବ ୩୦୦କିଲୋମିଟର

Published By : Prameya-News7 Bureau | October 31, 2019 IST

ଶେନୟାଙ୍ଗ ୩୧/୧୦: ଚୀନ ନିଜର ପ୍ରଥମ ୪ସିଟର ଇଲେକ୍ଟ୍ରିକ୍ ବିମାନର ସଫଳ ପରୀକ୍ଷଣ ପୂରା କରିଛନ୍ତି। ଗତ ମଙ୍ଗଳବାର ଏହି ବିମାନ ପ୍ରଥମ ଉଡ଼ାଣ ଉଡ଼ିଥିଲା। ଏହି ବିମାନ ୧୨୦୦କିଲୋଗ୍ରାମ୍ ଓଜନ ଏବଂ ୮.୪ମିଟର ଲମ୍ବା। ଏହା ପଙ୍ଖା ୧୩.୫ ମିଟର। ଥରେ ଫୁଲ ଚାର୍ଜ ହେଲେ ଏହି ବିମାନ ୩୦୦କିଲୋମିଟର ଦୂର ଉଡ଼ିବାରେ ସକ୍ଷମ ହୋଇଥାଏ। ଗୋଟିଏ ଫ୍ଲାଇଟରେ ଏହା ୯୦ମିନିଟର ଉଡ଼ାଣ ଉଡ଼ିପାରେ।

{"id":177284}

ହାଲୁକା କାର୍ବନରୁ ନିର୍ମିତ ବିମାନ ଚୀନର ଶେନୟାଙ୍ଗରେ ଉଡ଼ିଥିଲା। ଏହାର ବଡି ପାର୍ଟସରେ କାର୍ବନ ଫାଇବର କମ୍ପୋଜିଟର ବ୍ୟବହାର କରାଯାଇଛି। ଏହି କାରଣରୁ ପାରମ୍ପରିକ ବିମାନ ତୁଳନାରେ ଏହାର ଓଜନ ଖୁବ୍ କମ୍ ହୋଇଥାଏ। ଏହି ବିମାନ ଧ୍ବନି ଏବଂ ବାୟୁ ପ୍ରଦୂଷଣ କରିନଥାଏ।

{"id":177285}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.