Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଆମେରିକାର କାର୍ଯ୍ୟାନୁଷ୍ଠାନ ପରେ ଆଣ୍ଠେଇ ପଡିଲା ଚୀନ

10/07/2020 at 12:21 PM

ନୂଆଦିଲ୍ଲୀ ୧୦/୦୭ : କରୋନା ଭାଇରସ ମହାମାରୀ ମଧ୍ୟରେ ହଙ୍ଗକଙ୍ଗ ଉପରେ ବେଜିଙ୍ଗର କାର୍ଯ୍ୟାନୁଷ୍ଠାନ ଭଳି ପ୍ରସଙ୍ଗରେ ଆମେରିକା ଓ ଓ ଚୀନ ମଧ୍ୟରେ ବଢି ଚାଲିଥିବା ଉତ୍ତେଜନା ମଧ୍ୟରେ ଚୀନର ବୈଦେଶିକ ମନ୍ତ୍ରୀ ବାଙ୍ଗ ୟା କହିଛନ୍ତି ଯେ ଉଭୟ ଦେଶ ରାଜନୈତିକ ସମ୍ପର୍କ ସ୍ଥାପନା ପରେ ଗମ୍ଭୀର ଚେତାବନୀକୁ ସାମ୍ନା କରୁଛନ୍ତି | ସେ ଆଶା କରିଛନ୍ତି ଯେ ୱାସିଂଟନ ବେଜିଙ୍ଗ ପ୍ରତି ଅଧିକ ଅବଜେକ୍ଟିଭ୍ ବୁଝାମଣା ଏବଂ ଅଧିକ ଯୁକ୍ତିଯୁକ୍ତ ନୀତି ସ୍ଥାପନ କରିବ |

ଚୀନ କମ୍ୟୁନିଷ୍ଟ ପାର୍ଟି (ସିସିପି) ମୁଖପାତ୍ରଙ୍କ ଅନୁସାରେ, ବିଚାରାଗତ ପକ୍ଷପାତ ଯୋଗୁଁ କିଛି ଆମେରିକୀୟ ଚୀନକୁ ବିରୋଧୀ ଅଥବା ଶତ୍ରୁ ଭାବେ ଦେଖିବାକୁ ପ୍ରୟାସ କରୁଛନ୍ତି ଯେପରିକି ଚୀନର ବିକାଶ ଓ ଚୀନ-ଆମେରିକା ସମ୍ବନ୍ଧକୁ ବାଧାପ୍ରାପ୍ତ କରିବା ପାଇଁ ସମ୍ଭାବ୍ୟ ପ୍ରୟାସ କରାଯାଇପାରିବ | ବାଙ୍ଗ ୟୁଏସ-ଚାଇନା ଥିଙ୍କ ଟ୍ୟାଙ୍କ ମିଡ଼ିଆ ଫୋରମକୁ ସମ୍ବୋଧିତ କରି କହିଛନ୍ତି ଯେ, ଚୀନ ଆମେରିକାକୁ ଚେତାବନୀ ଦେବା କିମ୍ବା ତା ଜାଗା ନେବାର କୌଣସି ଉଦ୍ଦେଶ୍ୟ ନାହିଁ | ଚୀନ ଆମେରିକା ପ୍ରତି ନିଜ ନୀତି ସ୍ଥିରତା ଓ ନିରନ୍ତରତାର ଏକ ଉଚ୍ଚ ସ୍ଥର ରଖିଛି ଏବଂ ଚୀନ-ଆମେରିକା ସମ୍ବନ୍ଧ ପ୍ରତିଷ୍ଠା ପାଇଁ ସଂଘର୍ଷ ବିନା, ଭୁଲ ବୁଝାମଣା ବିନା, ପରସ୍ପର ସମ୍ମାନ ଏବଂ ସହଯୋଗ ସହିତ କାମ କରିବାକୁ ପ୍ରସ୍ତୁତ ଅଛି | ସମନ୍ୱୟ ସହଯୋଗ ଓ ସ୍ଥିରତା ଉପରେ ଭରସା କରେ ବୋଲି ସେ କହିଛନ୍ତି |

ବରିଷ୍ଠ ରାଜନେତା କହିଛନ୍ତି ଯେ, ‘କିଛି ଲୋକ କହୁଛନ୍ତି ଯେ ଚୀନ-ଆମେରିକା ସମ୍ବନ୍ଧ ପୁଣି ସେହି ପୁରୁଣା ସ୍ଥରକୁ ଯାଇପାରିବନି ଯେଉଁଠାରେ ପୂର୍ବରୁ ଥିଲା | ଏହାର ଅର୍ଥ ଏହା ନୁହେଁ ଯେ, ଆମେ ଇତିହାସ କଥା ଚିନ୍ତା ନ କରି ନୂଆ ଆରମ୍ଭ କରିପାରିବୁ | ସମୟ ସହିତ ଆଗକୁ ବଢିବାକୁ ପଡିବ |’ ସେ କହିଛନ୍ତି ଯେ, କୁହାଯାଉଛି ଯେ ସଫଳତା ପରେ ଚୀନ ପଶ୍ଚିମକୁ ଧମକ ଦେବ | ଏହା ସତ୍ୟ ନୁହେଁ କି ଆମେ ମଧ୍ୟ ଏଥିରେ ସହମତ ନୁହେଁ | ଆମେ ବିଦେଶୀ ମଡେଲ ନକଲ କରୁନି |’ 

ଆମେରିକା ବିଦେଶ ମନ୍ତ୍ରୀ ମାଇକ ପୋମ୍ପିଓ କହିଛନ୍ତି ଯେ ଆମେରିକା ଟିକଟକ ସହିତ ଚୀନ ସୋସିଆଲ ମିଡ଼ିଆ ଆପ ଉପରେ ପ୍ରତିବନ୍ଧକ ଲଗାଉଛି | କାରଣ ଏହି କମ୍ପାନୀ ଚୀନ ସରକାରଙ୍କ ସହିତ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ସେୟାର କରିଛନ୍ତି | ଉଭୟ ଦେଶ ୨୦୧୮ ମସିହାରୁ ପରସ୍ପର ଉପରେ ନୂଆ ତାରିଫ ଲଗାଇ ଝଟକା ଦେଇଛନ୍ତି ଯାହାକି ଏକ ନୂଆ ହାନିକାରକ ବ୍ୟବସାୟିକ ଯୁଦ୍ଧ ସହିତ ଆଗକୁ ବଢି ଯାଇଛି | ଏହି ପ୍ରତିଦ୍ବନ୍ଦତାରୁ ଆଉ ଏକ ଶୀତଳ ଯୁଦ୍ଧ ଉତ୍ପନ୍ନ ହୋଇପାରେ ବୋଲି ସେ ଆଶଙ୍କା କରିଛନ୍ତି |

   Related Posts