ଚୀନ୍‌ରେ ଜୋରସୋରରେ ବିକ୍ରି ହେଲା ଭାରତୀୟ ସାମଗ୍ରୀ, କରୋନା ସଙ୍କଟରେ ୭୮% ବଢିଲା ରପ୍ତାନୀ

Published By : Prameya-News7 Bureau | August 22, 2020 IST

ନୂଆଦିଲ୍ଲୀ ୨୨।୮: ପୂର୍ବ ଲଦାଖରେ ସୈନିକଙ୍କ ମଧ୍ୟରେ ବିବାଦ ଘନେଇବା ପରେ ଭାରତରେ ଚୀନ୍ ସାମଗ୍ରୀଗୁଡିକୁ ବ୍ୟାନ୍ କରାଯିବାକୁ ନେଇ ଅଭିଯାନ ଚାଲିଛି । ଅନ୍ୟପଟେ ଚୀନରେ ଭାରତୀୟ ସାମଗ୍ରୀର ଆମଦାନୀ ବଢିଛି । ଗତ ବର୍ଷ ତୁଳନାରେ ଚଳିତବର୍ଷ ଜୁନ୍ ରେ ଚୀନ୍ କୁ ଭାରତୀୟ ସାମଗ୍ରୀର ରପ୍ତାନୀ ୭୮ ପ୍ରତିଶତ ବୃଦ୍ଧି ପାଇଛି ।

କ୍ରିସିଲ ରିପୋର୍ଟ ଅନୁସାରେ ଅପ୍ରେଲ ମାସରେ ଏହା ୬୦.୨ ପ୍ରତିଶତ ହ୍ରାସ ପାଇଥିଲା । ଜୁଲାଇରେ ଏହା ୧୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଚୀନ୍ ବ୍ୟତୀତ ଭାରତରୁ ଦ୍ବିତୀୟ ଏସୀୟ ଦେଶଗୁଡିକରେ ମଧ୍ୟ ରପ୍ତାନୀ ବଢିଛି । ଭାରତ ତାର ମୋଟ ରପ୍ତାନୀର ୧୬ ପ୍ରତିଶତ ଏସୀୟ ଅର୍ଥବ୍ୟବସ୍ଥା ପାଇଁ କରିଥାଏ । ଚୀନ୍ ରେ ଭାରତୀୟ ସାମଗ୍ରୀର ରପ୍ତାନୀ ବଢିବାର ମୁଖ୍ୟ କାରଣ ହେଉଛି ଲୁହା, ଇସ୍ପାତ, ଖଣି ଏବଂ ଜୈବିକ ସାମଗ୍ରୀର ଚାହିଦା ।

ମାଲେସିଆ, ଭିଏତନାମା ଏବଂ ସିଙ୍ଗାପୁରର ଅର୍ଥବ୍ୟବସ୍ଥାରେ ଭାରତର ରପ୍ତାନୀ ହ୍ରାସ ପାଇଛି । ଏହି ତିନୋଟି ଦେଶରେ ଭାରତୀୟ ସାମଗ୍ରୀର ରପ୍ତାନୀ କ୍ରମଶଃ ୭୬ ପ୍ରତିଶତ, ୪୩ ପ୍ରତିଶତ ଏବଂ ୩୭ ପ୍ରତିଶତ ରହିଛି । ଏହି ଦେଶଗୁଡିକୁ ବର୍ତ୍ତମାନ କରୋନା ଭାଇରସ୍ ଉପରେ ଲଗାମ ଲଗାଇବାରେ କିଛି ମାତ୍ରାରେ ସଫଳତା ମିଳିଛି ।

ଅନ୍ୟପଟେ ପଶ୍ଚିମରେ ଥିବା ଦେଶଗୁଡିକର ଅର୍ଥବ୍ୟବସ୍ଥାରେ ଭାରତର ରପ୍ତାନୀ ହ୍ରାସ ପାଇଛି । ଯେଉଁ ଦେଶରେ ଭାରତର ରପ୍ତାନୀ ହ୍ରାସ ପାଇଛି ସେଗୁଡିକ ହେଲା ଆମେରିକା, ବ୍ରାଜିଲ, ୟୁକେ । ଏଠାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ବଢି ଚାଲିଛି ।

କ୍ରିସିଲ ରିପୋର୍ଟ ଅନୁସାରେ ଜଣାପଡିଛି ଯେ, ସେହି ଦେଶଗୁଡିକରେ ରପ୍ତାନୀ ବଢିବ ଯେଉଁଠାରେ କରୋନା ଭାଇରସ୍ ମାମଲା କମୁଛି ଏବଂ ଆର୍ଥିକ କାର୍ଯ୍ୟକଳାପ ଆରମ୍ଭ ହେଉଛି । ଏହି ମାମଲାରେ ଚୀନ୍ ଏକ ପ୍ରମୁଖ ଉଦାହରଣ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.