Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ଭାରତର କରୋନା ସଂଗ୍ରାମରେ ଆଗକୁ ଆସିଲା ଚୀନ, ଜ୍ୟାକ୍ ମା ଦେଲେ ମାସ୍କ ଓ ଅନ୍ୟ ଡାକ୍ତରୀ ସହାୟତା

29/03/2020 at 4:40 PM

ହାଙ୍ଗଝୋଉ:  ଚୀନ ଉହାନରୁ ବ୍ୟାପିଥିବା କରୋନା ଭାଇରସ୍ ଭାରତରେ ଦ୍ରୁତ ପ୍ରସାରିତ ହେଉଛି। ଏଥିଯୋଗୁ  ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଏବେ ସହାୟତା ଲାଗି ଖୋଦ ପ୍ରଧାନମନ୍ତ୍ରୀ ପିଏମ-କେୟାର୍ସ ଫାଉଣ୍ଡେସନର ସ୍ଥାପନା କରିଛନ୍ତି। ଏଥିରେ ଏକ ଖୁସି ଖବର ମିଳିଛି। ବିଶ୍ୱକୁ ଯେଉଁଠୁ କରୋନ ପ୍ରସାରିତ ହୋଇଛି ଏବେ ସେହି ଦେଶର ଏକ ପ୍ରମୁଖ ଅନ ଲାଇନ ବ୍ୟବସାୟୀକ ସଂସ୍ଥା ଭାରତକୁ ସହଯୋଗର ହାତ ବଢାଇଛନ୍ତି। ଜ୍ୟାକ୍ ମା ଫାଉଣ୍ଡେସନ ଓ ଆଲିବାବା ଫାଉଣ୍ଡେସନ ଏହି ସହାୟତା ଲାଗି  ପ୍ରତିଶ୍ରୁତି ଦେଇଛନ୍ତି।

ମାର୍ଚ୍ଚ ପ୍ରାରମ୍ଭରେ କରୋନା ସଂକ୍ରମଣ ଜନିତ ପରିସ୍ଥିତିର ମୁକାବିଲା ଲାଗି ଜ୍ୟାକ୍ ମା ଫାଉଣ୍ଡେସନ ଏସିଆର ୧୦ଟି ଦେଶକୁ ମାସ୍କ, ଯାଞ୍ଚ କିଟ୍, ସୁରକ୍ଷା ସୁଟ୍, ଭଣ୍ଟିଲେଟର ଓ ଥର୍ମୋମିଟର ଆଦି ଦାନ କରିଥିଲେ। ଏଥିରେ ଚୀନର ଏହି ସଂସ୍ଥା ଆଫାଗାନିସ୍ତାନ, ବାଂଲାଦେଶ, କମ୍ବୋଡିଆ, ଲାଓସ୍, ମାଲଦ୍ୱୀପ, ମ୍ୟାଁମାର,ନେପାଲ, ପାକିସ୍ତାନ ଓ ଶ୍ରୀଲଙ୍କାକୁ ଏହି ସହଯୋଗ କରିଥିଲା।

ଏଥିରେ ଏବେ ଜ୍ୟାକ୍‌ ମାଙ୍କ ସଂସ୍ଥା ଆଲିବାବା ଫାଉଣ୍ଡେସନ ଓ ଜ୍ୟାକ୍ ମା ଫାଉଣ୍ଡେସନ ଏସିଆର ଆହୁରି ୭ଟି ଦେଶକୁ ଜରୁରି ମେଡିକାଲ ସପ୍ଲାଇ ଦେବେ ବୋଲି ଘୋଷଣା କରିଛନ୍ତି। ଏଥିରେ ଭାରତ ସମେତ ଅଜରବୈଜାନ, ଭୁଟ୍ଟାନ, କାଜାକିସ୍ତାନ, କିର୍ଗିଜସ୍ତାନ, ଉଜବେକସ୍ତାନ ଓ ଭିଏତ ନାମକୁ ଏହି ସବୁ ସପ୍ଲାଇ ପ୍ରଦାନ କରିବେ ବୋଲି କହିଥିବା ବେଳେ ଭାରତ ଲାଗି ଶନିବାର ରାତିରେ ସହାୟତା ପହଞ୍ଚି ଯାଇଛି।

ଦିଲ୍ଲୀ ଇନ୍ଦିରାଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିବା ଏହି ଜରୁରି ସପ୍ଲାଇକୁ ଭାରତୀୟ ରେଡକ୍ରସ ସୋସାଇଟି ପ୍ରାପ୍ତ କରିଛି। ଭାରତ ଭଳି ନେପାଳ ଓ ବାଂଲାଦେଶକୁ ମଧ୍ୟ ଚୀନ ଫାଉଣ୍ଡେସନର ଏହି ସବୁ ଜରୁରି ସପ୍ଲାଇ ପଠାଇ ସାରିଥିବା ବେଳେ ବାକି ଦେଶମାନଙ୍କୁ ଖୁବ୍ ଶୀଘ୍ର ପହଞ୍ଚାଇବ ବୋଲିଜଣାପଡିଛି।

ଭାରତୀୟ ରେଡକ୍ରସ ସୋସାଇଟିର ସାଧାରଣ ସମ୍ପାଦକ ଆର.କେ. ଜୈନ ସପ୍ଲାଇ ପହଞ୍ଚିଥିବା ପୁଷ୍ଟି କରିଛନ୍ତି। ସେକହିଛନ୍ତି ଯେ କରୋନା ଯୋଗୁ ଉପୁଜିଥିବା ପରିସ୍ଥିତି ସମ୍ଭାଳିବା ଲାଗି ଭାରତ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ତେବେ ସରକାରଙ୍କ ସହାୟତା ଲାଗି ରେଡକ୍ରସ ଫେସମାସ୍କ, ସୁରକ୍ଷାତ୍ମକ ବଡିସୁଟ୍ ଓ ଆବଶ୍ୟକ ଚିକିତ୍ସା ଉପକରଣ ସମେତ ପ୍ରସ୍ତ କିସ୍ତି ସପ୍ଲାଇ ସଂଗ୍ରହ କରିଛି। ଏହାକୁ ଚୀନର ଜ୍ୟାକ୍ ମା ଫାଉଣ୍ଡେସନ ପ୍ରଦାନ କରିଥିବା ସେ କହିଛନ୍ତି।

   Related Posts