Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ଉପଗ୍ରହ ଚିତ୍ରରୁ ମିଳିଲା ପ୍ରମାଣ, ଆଣବିକ କ୍ଷେପଣାସ୍ତ୍ର ଲାଗି ମରୁଭୂମିରେ ଚୀନ୍ ନିର୍ମାଣ କରିଛି ଶତାଧିକ ‘ସିଲୋ’

1/07/2021 at 3:11 PM

ମୋଣ୍ଟେରୀ : ୱାସିଂଟନ ପୋଷ୍ଟରେ ପ୍ରକାଶିତ ଉପଗ୍ରହ ଫଟୋଚିତ୍ର ବିଶ୍ଲେଷଣରୁ ଚୀନ୍‌ ଆଣବିକ କ୍ଷେପଣାସ୍ତ୍ର ଲାଗି ମରୁଭୂମିରେ ୧୦୦ରୁ ଅଧିକ ମିଜାଇଲ ସେଲୋସ୍‌ ନିର୍ମାଣ କରୁଥିବା ଦେଖାଯାଇଛି। ସାଧାରଣତଃ ଷ୍ଟୋରେଜ କଣ୍ଟୈନରକୁ ସେଲୋସ କୁହାଯାଏ। ଏଥିରେ ଦୂରଗାମୀ କ୍ଷେପଣାସ୍ତ୍ର ସବୁକୁ ରଖା ଯାଏ। ଗାଁସୁ ପ୍ରୋଭିନ୍ସ ୟୁମେନରେ ଏହି ସବୁ ସେଲୋସ୍‌ର ନିର୍ମାଣ ହେଉଥିବା ବେଳେ ଅନ୍ତର୍ମହାଦେଶୀୟ କ୍ଷେପଣାସ୍ତ୍ର ଲାଗି ଏହାକୁ ପ୍ରସ୍ତୁତ କରାଯାଉଥିବା ପ୍ରଥମ ଥର ଜଣାପଡିଛି।  ମିଡିଲବରୀ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଟରନ୍ୟାସନାଲ ଷ୍ଟଡିଜ୍ ଙ୍କ ଜେମ୍ସ ମାର୍ଟିନ ସେଣ୍ଟର ଫର ନନପ୍ରୋଲିଫରେସନ ଷ୍ଟଡିଜ୍ ଏହି ସବୁ ଉପଗ୍ରହ ଚିତ୍ରର ବିଶ୍ଲେଷଣ କରିଛନ୍ତି।

ଫେଡେରେସନ ଅଫ ଆମେରିକାନ ସାଇଂଟିଷ୍ଟସ୍‌ ପ୍ରଥମେ ଫେବୃଆରୀରେ ଏ ନେଇ ସନ୍ଦେହ ପ୍ରକାଶ କରିଥିଲେ। ମଧ୍ୟ ଚୀନ୍‌ରେ ଅତିରିକ୍ତ ମିଜାଇଲ ସେଲୋସ ନିର୍ମାଣ ହେଉଥିବା ନେଇ ଏହି ସବୁ ଫଟୋଚିତ୍ରରୁ ସନ୍ଦେହ ପ୍ରକାଶ କରାଯାଇଥିଲା। ଯଦି ଚୀନ୍‌ ଏହି ସବୁ ସିଲୋସର ନିର୍ମାଣ କରୁଥାଏ ତେବେ ଚୀନ୍‌ ସେନାରେ ପୃଥକ କ୍ଷେପଣାସ୍ତ୍ର ରେଜିମେଣ୍ଟର ସ୍ଥାପନା ହୋଇଥିବା ଆଶଙ୍କାକୁ ନିରାଧାର କୁହାଯାଇ ନପାରେ। ଏଥିରୁ ଚୀନ ନିଜର ଆଣବିକ କ୍ଷମତାକୁ ବିସ୍ତାର ସହ ଆମେରିକୀୟ କ୍ଷେପଣାସ୍ତ୍ରର ପ୍ରତିରୋଧ କ୍ଷମତା ହାସଲ କରିଥିବା ଅନୁମାନ କରାଯାଉଛି।

ତେବେ ସମସ୍ତ ସିଲୋସକୁ ଚୀନ୍‌ ଆଣବିକ କ୍ଷେପଣାସ୍ତ୍ର ଲାଗି ଉପଯୋଗ କରିବ କି ନା ତାହା କିନ୍ତୁ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ହେଲେ ଏପରି ଯଦି କିଛି କରୁଥାଏ ତେବେ ଏଥିରୁ ଶୀତଳ ଯୁଦ୍ଧ କାଳରେ ଆମେରିକାର ରଣନୀତି ହୁଏତ ଚୀନ୍‌ ଏବେ ଆପଣାଇବାକୁ ଯାଉଛି ବୋଲି ଗବେଷକ କହିଛନ୍ତି। ଚୀନ୍‌ ନିକଟରେ ଆମେରିକା ଅଥବା ଋଷିଆ ପରି ଏତେ ସଂଖ୍ୟକ ଆଣବିକ ଅସ୍ତ୍ରଶସ୍ତ୍ର ନାହିଁ। ତେବେ ଚୀନ୍‌ ନିଜର ଆଣବିକ କ୍ଷମତା ସମ୍ପ୍ରସାରଣ କରିଥିବା ପେଣ୍ଟାଗନ ଆଶଙ୍କା କରିଛି। ଶୀତଳ ଯୁଦ୍ଧକାଳରେ ଋଷୀୟ ରଣନୀତିକାରଙ୍କ ନଜରରୁ ନିଜର ଅସ୍ତ୍ରାଗାର ଓ କ୍ଷପଣାସ୍ତ୍ର କ୍ଷମତା ଲୁଚାଇ ରଖିବାକୁ ଆମେରିକା ଏପରି ନୀତିରେ କାମ କରିଥିଲା। ଏଣୁ ଆମେରିକାର କେଉଁ ବେସ୍‌ ରେ କେତେ ଆଣବିକ କ୍ଷେପଣାସ୍ତ୍ର ଅଛି ଋଷିଆ ତାର ସଠିକ ଅନୁମାନ କରିପାରୁନଥିବା କି ଆକ୍ରମଣର ସାହାସ କରିପାରୁନଥିଲା।

   Related Posts