ଚୀନର କରୋନା ମୁକାବିଲା ; ୮ଦିନରେ ଛିଡା ହେଲା ୧୦୦୦ ବେଡ୍‌ର ମେଡିକାଲ

Published By : Prameya-News7 Bureau | February 03, 2020 IST

ବେଜିଂ ୦୩।୦୨: ଚୀନରେ କାୟା ବିସ୍ତାର କରିଛାଲିଛି କରୋନା ଭାଇରସ । ପୁରା ବିଶ୍ବରେ କରୋନା ଭାଇରସରେ ଆକ୍ରାନ୍ତ ସଂଖ୍ୟା ୧୭୩୮୩ରେ ପହଞ୍ଚିଲାଣି । ତେବେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟରୁ ୧୭୨୦୫ କେବଳ ଚୀନର ବୋଲି ଜଣାପଡିଛି । ଏହି ମହାମାରୀ ଭାଇରସରେ ୩୬୨ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ତେବେ ଚୀନରେ ଦିନକୁ ଦିନ ମାରାତ୍ମକ ରୂପ ନେଉଥିବା କରୋନା ଭାଇରସର ମୁକାବିଲ ପାଇଁ ଚୀନ ସରକାର ଉଦ୍ୟମ ଜାରି ରଖିଛିନ୍ତି । ଚୀନର ଉହାନରେ ୮ଦିନ ଭିତରେ ଏକ ଅସ୍ଥାୟୀ ମେଡିକାଲ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଏତେ କମ୍‌ ସମୟ ମଧ୍ୟରେ ଏତେ ବଡ ଅସ୍ଥାୟୀ ମେଡିକାଲ ନିର୍ମାଣ କରିବାରେ ଚୀନ୍ ସଫଳ ହୋଇଛି ।

{"id":219479,"sizeSlug":"large"}

କେବଳ ଚୀନରେ କରୋନା ଭାଇରସରେ ମୃତ୍ୟୁ ୨୩୧ ପାର ହୋଇସାରିଲାଣି । ୩୪୪ଜଣ ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ଅତ୍ୟଧିକ ଗୁରୁତର ରହିଥିବା ବେଳେ ୯୮୦ଲୋକ ଗୁରୁତର ଅଛନ୍ତି । ସେହପରି ୭୮୨୪ଲୋକଙ୍କୁ ନଜରରେ ରଖାଯାଇଛି । ସମସ୍ତ ବ୍ୟକ୍ତି ମେଡିକାଲରେ ଡାକ୍ତରଙ୍କ ଅନୁଧ୍ୟାନରେ ଚିକିତ୍ସିତ ହେଉଛନ୍ତି ।  

{"id":219480,"sizeSlug":"large"}

ଉହାନରେ ନିର୍ମାଣ ହୋଇଛି ଏହି ଅସ୍ଥାୟୀ ମେଡିକାଲ । ଆସନ୍ତା ୪ତାରିଖରୁ ରୋଗୀଙ୍କ ପାଇଁ ମେଡିକାଲ କାର୍ଯ୍ୟକ୍ଷମ ହେବ । ମେଡିକାଲରେ ୧୦୦୦ବେଡ୍‌ ନିର୍ମାଣ କରାଯାଇଛି ।  ପୁରା ମେଡିକାଲଟି ୨୬୯,୦୦୦ ବର୍ଗ କ୍ଷେତ୍ରରେ ନିର୍ମାଣ କରାଯାଇଛି । ଏଥିରେ ଚିନ୍‌ର ସେନା ପୁପୁଲ୍ସ ଲିବରେଶନ ଆର୍ମୀର ୧୪୦୦ଚିକିତ୍ସାକର୍ମୀ କାମ କରୁଛନ୍ତି । ଅସ୍ଥାୟୀ ମେଡିକାଲଟି ଚୀନ ସେନା ହାତରେ ରହିଛି । ଚୀନ ସେନା ଏହାକୁ ନିୟନ୍ତ୍ରଣ କରିବ ।

{"id":219481,"sizeSlug":"large"}

ଚୀନ୍‌ରେ ୨୦୦୩ମସିହାରେ ଦେଖାଦେଇଥିବା  SARS ରୋଗ ଏକ ମହାମାରୀ ଥିଲା । ତେବେ ଏହି ରୋଗକୁ ମୁକାବିଲା କରିବା ପାଇଁ ବେଜିଙ୍ଗରେ ଏପରି ଏକ ଅସ୍ଥାୟୀ ମେଡିକାଲ ନିର୍ମାଣ କରାଯାଇଥିଲା । ଉହାନରେ ନିର୍ମାଣ ହୋଇଥିବା ଅସ୍ଥାୟୀ ମେଡିକାଲ ପୂରା SARS ରୋଗ ମୁକାବିଲା ପାଇଁ ନିର୍ମାଣ ହୋଇଥିବା ମେଡିକାଲ ସଦୃଶ୍ୟ ।  ଉହାନରେ ମେଡିକାଲ ନିର୍ମାଣ ପାଇଁ ଚୀନର ସମସ୍ତ ରେଲଓ୍ବେ ଡିଲରମାନଙ୍କୁ ଡକାଯାଇଥିଲା । ଏହି ମେଡିକାଲର ଯାହାବି ଆବଶ୍ୟକତା ରହିଛି ତାହା ଏହି ଡିଲର ମାନେ ତୁଲାଇବେ । ଚୀନ୍‌ର ସ୍ବାସ୍ଥ୍ୟ ବିଭାଗ ଏଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମେଡିକାଲ ସିଧା ଫ୍ୟାକ୍ଟ୍ରିରୁ ଔଷଧ ଓ ସରଞ୍ଜାମ ଆଣିପାରିବ । ଉହାନରେ ନିର୍ମିତ ଅସ୍ଥାୟୀ ମେଡିକାଲର ନାମ Fire God Mountain ରଖାଯାଇଛି ।

{"id":219482,"sizeSlug":"large"}

ତେବେ ମେଡିକାଲରେ କାମ କରୁଥିବା ଚିକିତ୍ସାକର୍ମୀଙ୍କ ମଧ୍ୟରୁ ୬୦ପ୍ରତିଶତ କର୍ମଚାରୀ ୨୦୦୩ରେ ଚୀନକୁ ସହଯୋଗ କରିଥିବା ଚିକିତ୍ସାକର୍ମୀ । ୨୦୦୩ରେ SARS ମୁକାବିଲା ପାଇଁ ଏହି କର୍ମଚାରୀମାନେ ଚୀନ୍ ସରକାରଙ୍କୁ ସହଯୋଗ କରିଥିଲେ ।

{"id":219483,"sizeSlug":"large"}

କରୋନା ଭାଇରସ ଲାଗି ଉହାନ ସହରକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରାଯାଇଛି । ରାସ୍ତାଘାଟ ମଧ୍ୟ ବନ୍ଦ କରିଦିଆଯାଇଛି । ସରକାରୀ ଅଫିସ, କଲେଜ, ସ୍କୁଲ ସବୁ ବନ୍ଦ ରହିଛି । ୧.୧୦କୋଟି ଜନସଂଖ୍ୟା ବିଶିଷ୍ଟ ଉହାନ ସହର କରୋନା ଭାଇରସରେ ସବୁଠାରୁ ଅଧିକ ଆକ୍ରାନ୍ତ ହୋଇଛି । ଏଠାରେ ସବୁଠାରୁ ଅଧିକ ଲୋକଙ୍କ ପ୍ରାଣହାନି ହୋଇଛି ।

{"id":219484,"sizeSlug":"large"}

ସେହପିର ଚୀନର ଉହାନ ସହରରେ କରୋନା ଭାଇରସ ପାଇଁ ୨ୟ ମେଡିକାଲ ନିର୍ମାଣ ସରିଛି । ଏହି ମେଡିକାଲର ନାମ Thunder God Mountain ରଖାଯାଇଛି । ଆସନ୍ତା ୬ତାରିଖରୁ ଏହା କାର୍ଯ୍ୟକ୍ଷମ ହେବ । ଏହି ମେଡିକାଲରେ ୧୬୦୦ ଲୋକ ଚିକିତ୍ସିତ ହୋଇପାରିବେ । ସାରା ବିଶ୍ବରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୫ଟି ଦେଶକୁ ଏହା ବ୍ୟାପିସାରିଲାଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.