Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ବନ୍ୟାରେ ବେହାଲ ଚୀନ, ବିସ୍ଫୋରଣ କରି ଉଡାଇଲା ଡ୍ୟାମ୍

19/07/2020 at 9:39 PM

ବେଜିଂ ୧୯।୦୭: ଚୀନରେ ଭୀଷଣ ବର୍ଷା ପରେ ଅନେକ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା କାରଣରୁ ଏ ପର୍ଯ୍ୟନ୍ତ ୧୪୦ ଜଣଙ୍କ ମୃତ୍ୟୁ ଘଟି ସାରିଛି। ଅନ୍ୟପଟେ ଚୀନର ଚ୍ୟାଙ୍ଗସି ପ୍ରାନ୍ତର ପୋୟାଙ୍ଗହୁରେ ମୂଷଳଧାରା ବର୍ଷା ଓ ବନ୍ୟାରେ ୫୨.୧ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଏଥିରୁ ୪ ଲକ୍ଷଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଇଛି। ଅନହୁଇ ପ୍ରାନ୍ତରେ ବନ୍ୟା ଜଳର ଚାପକୁ ହ୍ରାସ କରିବା ପାଇଁ ଚୀନ ଏକ ଡ୍ୟାମକୁ ବିସ୍ଫୋରଣ କରି ଉଡାଇ ଦେଇଛି।

ଜଳ ପ୍ରବାହର ଚାପକୁ କମ କରିବା ପାଇଁ ଉଡାଇଲେ ଡ୍ୟାମ

ଚୀନର ସରକାରୀ ଗଣମାଧ୍ୟମ ସିସିଟିଭିର ରିପୋର୍ଟ ଅନୁଯାୟୀ ରବିବାର ନଦୀର ଅବବାହିକାରେ ବନ୍ୟାର ଚାପକୁ ହ୍ରାସ କରିବା ପାଇଁ ୟାଙ୍ଗଜି ନଦୀର ଶାଖା ନଦୀ ଚୁହିରେ ନିର୍ମିତ ସବୁଠୁ ବଡ ଡ୍ୟାମ୍‌କୁ ବିସ୍ଫୋରଣ କରି ଉଡାଇ ଦିଆଯାଇଛି। ଚଳିତ ବର୍ଷ ମୂଷଳଧାରା ବର୍ଷା କାରଣରୁ ଦକ୍ଷିଣ ଚୀନର ୟାଙ୍ଗଜି ସହିତ ଅନେକ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

ଡ୍ୟାମର ଗେଟ୍‌ ଖୋଲିବା ପରେ ବି ସ୍ଥିତି ହେଲାନି ନିୟନ୍ତ୍ରଣ

ଗତ ସପ୍ତାହରେ ଚୀନ ବର୍ଷା କାରଣରୁ ଉତ୍ପନ ବନ୍ୟା ଜଳକୁ କମ କରିବା ପାଇଁ ନଦୀରେ ନିର୍ମିତ ଥ୍ରୀ ଗଜ ଡ୍ୟାମର ୩ ଫ୍ଲଡଗେଟ୍‌କୁ ଖୋଲିଥିଲା। କୁହାଯାଉଛି ଯେ, ପ୍ରବଳ ବର୍ଷା କାରଣରୁ ଡ୍ୟାମର ଜଳସ୍ତର ବିପଦ ସଙ୍କେତର ୧୫ ମିଟର ଉପରକୁ ଚାଲି ଯାଇଥିଲା। ଅଧିକାରୀ ରିପୋର୍ଟ ଅନୁଯାୟୀ, ଚୀନର ଛୋଟ ବଡ ୪୩୩ ନଦୀର ଜଳସ୍ତର ବିପଦ ସଙ୍କେତ ଉର୍ଦ୍ଧ୍ଵରେ ପ୍ରବାହିତ ହେଉଛି।

ବନ୍ୟା ଲକ୍ଷାଧିକ ହେକ୍ଟର ଫସଲ ନଷ୍ଟ

ଚୀନର ସରକାରୀ ଗଣମାଧ୍ୟମ ଅନୁଯାୟୀ, ୪.୩ ଲକ୍ଷ ଲୋକଙ୍କୁ ବନ୍ୟା ପ୍ରଭାବିତ ଅଞ୍ଚଳରୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଇଛି। ବନ୍ୟା ଯୋଗୁଁ ୪.୫ ଲକ୍ଷ ହେକ୍ଟର କୃଷି ଉତ୍ପାଦନ ପ୍ରଭାବିତ  ହୋଇଛି। ଚ୍ୟାଙ୍ଗସି ପ୍ରାନ୍ତ ବ୍ୟତୀତ ହୁପେଇ ଓ ହୁମାନ ପ୍ରାନ୍ତର ସ୍ଥିତି ଗମ୍ଭୀର ରହିଛି।

   Related Posts