୨୦୨୩ ଏସିଆ କପ ଫୁଟବଲର ଆୟୋଜକ ହେବ ଚୀନ

Published By : Prameya-News7 Bureau | June 05, 2019 IST

ବେଜିଂ:   ଆଗାମୀ ୨୦୨୩ ଏସିଆକପ ଫୁଟବଲର ଆୟୋଜକ ହେବ ଚୀନ। ପ୍ୟାରିସରେ ଆୟୋଜିତ ସ୍ବତନ୍ତ୍ର ସମ୍ମିଳନୀ ଅବସରରେ ଏହି ଘୋଷଣା କରାଯାଇଛି। ଏହା ପୂର୍ବରୁ ୨୦୦୪ ମସିହାରେ ଚୀନ ଏସିଆ କପ୍ ର ସଫଳ ଆୟୋଜନ କରିଥିଲା। ଏସିଆ କପ୍ ଆୟୋଜନ ପାଇଁ ୨୦୧୬ ମସିହାରେ ଆବେଦନ ଗ୍ରହଣ କରାଯାଇଥିଲା। ଏଥିନିମନ୍ତେ ମହାଦେଶର ଚୀନ ସମେତ ଇଣ୍ଡୋନେସିଆ, ଦକ୍ଷିଣକୋରିଆ ଓ ଥାଇଲ୍ୟାଣ୍ଡ ଆବେଦନ କରିଥିଲେ।

{"id":120047,"width":579,"height":360}

ତେବେ ଦକ୍ଷିଣ କୋରିଆ ଫୁଟବଲ ଆସୋସିଏସନ ନିଜର ଆବେଦନ ପ୍ରତ୍ୟାହାର କରିଥିବା ବେଳେ ଆୟୋଜକ ଏହି ଦାୟିତ୍ବ ପ୍ରଥମ ଆବେଦନକାରୀ ଚୀନକୁ ନ୍ୟସ୍ତ କରିଛନ୍ତି।ଚୀନ ଖେଳ ବ୍ୟୁରୋର ଉପମୁଖ୍ୟ ଦୁ ଚାଓ ଫୁଟବଲ ସଂସ୍କାର କାର୍ଯ୍ୟକ୍ରମ ଲାଗୁ ହେବାର ୪ ବର୍ଷ ପରେ ଦେଶକୁ ଏସିଆକପ ଆୟୋଜନର ସୁଯୋଗ ମିଳିଥିବାରୁ ଅତ୍ୟନ୍ତ ଖୁସିବ୍ୟକ୍ତ କରିଛନ୍ତି। ସେପଟେ ଫୁଟବଲ ଆୟୋଜନ ପାଇଁ ଚୀନକୁ ଦାୟିତ୍ବ ନ୍ୟସ୍ତ କରାଯାଇଥିବାରୁ ଏଏଫସି ଅଧ୍ୟକ୍ଷ ଶେଖ ସଲମାନ ବିନ ଆବ୍ରାହୀମ ଅଲ-ଖଲିଫା ମଧ୍ୟ ଚୀନକୁ ଅଭିନନ୍ଦନ ଜଣାଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.