Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଚୀନ୍‌ରେ ଭାଙ୍ଗିବ ଖାଦ୍ୟ ପରମ୍ପରା : ପଶୁ ଶୀକାର ଧାରା ବଦଳିବ, କୁକୁର ମାଂସ ବ୍ୟାନ୍‌

11/04/2020 at 1:16 PM

ବେଜିଂ ୧୧।୦୪:  ସାରାବିଶ୍ୱରେ ଏବେ ମହାମାରୀର ରୂପ ନେଇସାରିଛି କରୋନା ଭାଇରସ । ବର୍ତ୍ତମାନ ସୁଦ୍ଧା ସାରାବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ଲକ୍ଷ ପାର ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୫ଲକ୍ଷ ପାର ହେଲାଣି । ତେବେ ଚୀନ୍‌ ସରକାର ଏବେ ଦେଶରେ କୁକୁର ମାଂସ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହାପୂର୍ବରୁ ଖବର ଆସୁଥିଲା ଯେ କରୋନା ଭାଇରସର ସଂକ୍ରମଣ ବ୍ୟାପିବା ପରେ ମଧ୍ୟ ଚୀନ୍‌ କୁକୁର ମାଂସ ବିକ୍ରି ଜାରି ରଖିଥିଲା । କିନ୍ତୁ ଏବେ କୁହାଯାଉଛି ଯେ ଚୀନ୍‌ ସରକାର କୁକୁରମାନଙ୍କୁ ଘରୋଇ ପଶୁ ଶ୍ରେଣୀରେ ସାମିଲ କରିଦେଇଛନ୍ତି ।  ଏହାଦ୍ୱାର ଏହି ପଶୁମାନଙ୍କ ମାଂସ ଖାଇବା ପରମ୍ପରା ଉପରେ ରୋକ ଲାଗିଯାଇଛି ।

କେବଳ ଆଧିକାରୀକ ସ୍ତରରେ କୁକୁର ପାଳିବା ପାଇଁ ଅନୁମତି ମିଳିବ । ଚୀନ୍‌ର କୃଷି ମନ୍ତ୍ରାଳୟ ପକ୍ଷରୁ ଏଭଳି  କଠିନ ପଦକ୍ଷେପ ନିଆଯାଇଛି । ତେବେ ଏହା ସହିତ କୁହାଯାଇଛି ଯେ, କେବଳ ଆଧିକାରୀକ କାରଣ ପାଇଁ କୁକୁରଙ୍କୁ ପାଳିବା ପାଇଁ ଅନୁମତି ଦିଆଯିବ ଏବଂ ଏହାର ବ୍ୟବସାୟ ମଧ୍ୟ କରାଯିବ । ସୂଚନାନୁସାରେ ଚୀନ୍‌ ପ୍ରତିବର୍ଷ ଅତିକମ୍‌ରେ ଏକ କୋଟି କୁକୁରଙ୍କୁ ହତ୍ୟା କରିଯାଇ ଏହା ମାଂସ ଭୋଜନ ରୂପେ ଖାଇଥାନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଯେ, କରୋନା ଭାଇରସ କୌଣସି ପଶୁର ସଂପର୍କରୁ ଆସିଛି ବା ମାଂସ ଖାଇବା ଦ୍ୱାରା ଏହା ହୋଇଥାଏ । ତେବେ ଚୀନ୍‌ ବଜାରରେ ପଶୁମାନଙ୍କର ମାଂସ ଗୁଡିକ ଖୋଲଖୋଲି ବିକ୍ରି ଦ୍ନାରା କରୋନା ଭାଇରସ ପ୍ରସାର ହୋଇଛି ବୋଲି ସନ୍ଦେହ କରାଯାଉଛି ।

ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପୂର୍ବରୁ ଏହା ସ୍ପଷ୍ଟ କରିଛି ଯେ, ଘରେ ରହୁଥିବା କୌଣସି ପୌଷ୍ୟ ପଶୁମାନଙ୍କ ଠାରୁ କରୋନା ଭାଇରସ ସଂକ୍ରମଣ ହୋଇଥିବାର ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରମାଣ ମିଳିନାହିଁ । କିନ୍ତୁ ଏହି ସମୟରେ ସୋସିଆଲ୍‌ ମିଡିଆରେ ଏଭଳି ଚର୍ଚ୍ଚ ହେଉଛି କି ଚୀନ୍‌ରେ ପଶୁମାନଙ୍କ ମାଂସ ଖାଇବା ଦ୍ୱାରା ଏହି ସଂକ୍ରମଣ ବ୍ୟାପିଛି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏଭଲି ଗୁଜବର କିଛି ସ୍ପଷ୍ଟ ହୋଇନାହିଁ ।  ତେବେ ପଶୁମାନଙ୍କ ଠାରୁ ମଣିଷଙ୍କୁ ସଂକ୍ରମଣ ବ୍ୟାପିବାର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରମାଣ ହସ୍ତଗତ ହୋଇନାହିଁ । WHO ର ଡକ୍ଟର ମାରିଆ ଭାନ୍ କରଖୋଭ କହିଛନ୍ତି ଯେ, ମଣିଷଠାରୁ ଗୃହପାଳିତ ପଶୁଠାରୁ ବର୍ତ୍ତମାନ  ପର୍ଯ୍ୟନ୍ତ କରୋନା ସଂକ୍ରମଣର ଅନେକ ଘଟଣା ଘଟିଛି, କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କଠାରୁ ସଂକ୍ରମଣର କୌଣସି ପ୍ରମାଣ ନାହିଁ।

   Related Posts