Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ବହ୍ମପୁର : ବୋଲେରୋ ଧକ୍କାରେ ଜଣେ ମୃତ
  • ||
  • ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଆନ୍ଦୋଳନ, ସମସ୍ତ ଖଣିରୁ କୋଇଲା ଉତ୍ପାଦନ ସହ ପରିବହନ ବନ୍ଦ
  • ||
  • ନୂଆଦିଲ୍ଲୀ : ୩ ବର୍ଷରେ ପୂରା ହେବ ରାମ ମନ୍ଦିର ନିର୍ମାଣ
  • ||

ଅମାନିଆ ଚୀନ୍ : ପୁଣି ଥରେ ସୀମାରେ ଅନୁପ୍ରବେଶ ଉଦ୍ୟମ, ଭାରତୀୟ ସେନା ଦେଲା ମୁହଁତୋଡ ଜବାବ

2/09/2020 at 11:02 AM

ନୂଆଦିଲ୍ଲୀ ୦୨।୦୯: ଲଦାଖରେ ଚୁସୁଲ ପାଙ୍ଗାଙ୍ଗ ହ୍ରଦ ନିକଟରେ ଭାରତ-ଚୀନ୍‌ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ଯାହାକି ଚରଣସ୍ଥିତିରେ ରହିଛି । ସେମାବାର ଦିନ ପୁଣି ଥରେ ଚୀନ୍‌ ସୈନିକମାନେ ଭାରତକୁ ଉସକାଇବାକୁ ଉଦ୍ୟମ କରି ଏହି ଅଞ୍ଚଳରେ ଅନୁପ୍ରବେଶ କରିବା ପାଇଁ ଉଦ୍ୟମ କରିଥିଲେ । ଯାହାକୁ ଭାରତୀୟ ସେନା ୨୯-୩୦ ରାତିରେ ନିୟନ୍ତ୍ରଣରେ ନେଇଥିଲା । ଭାରତୀୟ ବୀର ଯବାନମାନେ ପୁଣି ଥରେ ଚୀନ୍‌ ଉଦ୍ୟମକୁ ପଣ୍ଡ କରିଦେଇଛନ୍ତି । ଯାହାଫଳରେ କି ଚୀନ୍‌ ସେନା ପଛକୁ ହଟିବା ପାଇଁ ବାଧ୍ୟ ହୋଇଛି ।

ଅନୁପ୍ରବେଶ ପାଇଁ ଉଦ୍ୟମ ସେତେବେଳେ ହୋଇଛି । ଯେତେବେଳେ ଦୁଇ ଦେଶ ମଧ୍ୟରେ ବ୍ରିଗେଡ୍‌ କମାଣ୍ଡର ସ୍ତରୀୟ ବୈଠକ ଜାରି ରହିଛି । ଚେସୁଲ ଓ ମାଲ୍‌ଡୋରେ ପ୍ଲାଗ୍‌ ବୈଠକ ଚାଲୁଥିଲା । ଦୁଇ ଦେଶର ସେନା ଏଠାରେ ନିଜ ନିଜର ଟ୍ୟାଙ୍କ ଓ ଅନ୍ୟ ଅସ୍ତ୍ରଶସ୍ତ୍ର ମୃତୟନ କରିଥିଲେ । ଉତ୍ତେଜାନ ହ୍ରାସ କରିବା ପାଇଁ ବସିଥିବା ବୈଠକରେ କୌଣସି ଫଳାଫଳ ମିଳିନଥିଲା ।  

୨୯-୩୦ ଅଗଷ୍ଟ ରାତିରେ ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ସେନା ପୁଣି ଥରେ ଅକାମୀ କରିଦେଇଛି । ଯାହାପରେ ଚୀନ୍‌ ନିଜର ବିଚଳିତ ହୋଇଯାଇଛି । ତେବେ ସେହି ଦିନ ରାତିରେ ଭାରତୀୟ ସେନା ମଧ୍ୟ ଆଉ ଏକ ସଫଳତା ହାସଲ କରିଛି । ଭାରତୀୟ ଯବାନ ମାନେ ଚୀନ୍‌ ସୈନିକଙ୍କୁ ଆଗକୁ ବଢିବାରେ ରୋକିବା ସହ  ପଙ୍ଗାଙ୍ଗ ହ୍ରଦର ଦକ୍ଷିଣରେ ଥିବା ଅଞ୍ଚଳକୁ ନିଜ ନିୟନ୍ତ୍ରଣରେ ନେଇଥିଲା । ଭାରତୀୟ ଦୃଷ୍ଟି କୋଣରୁ ଏହା ଗୁରୁତ୍ୱପୂର୍ଣ୍ଣ ଥିଲା । ଏହିଠାରୁ ପୁରା ଅଞ୍ଚଳ ନିୟନ୍ତ୍ରଣ କରିବାରେ ସହଯୋଗ ହେବ । ମିଳିଥିବା ଖବର ଅନୁଯାୟୀ, ସୋମବାର ରାତିରେ ଚୀନ୍‌ ସେନା ଏହି ସମସ୍ତ ଘାଟି ଉପରେ ଚଢିବାକୁ ଉଦ୍ୟମ ଓ ଭାରତୀୟ ପୋଷ୍ଟ ନିକଟକୁ ଆସିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଭାରତୀୟ ସେନାର ଦୃଢତା ଲାଗି ସମସ୍ତେ ପଛକୁ ହଟିଥିଲେ । ପ୍ଲାଗ୍‌ ମିଟିଙ୍ଗ ସମୟରେ ଏହି ପ୍ରସଙ୍ଗ ଉଠାଯାଇଥିଲା ।

ଚୀନ୍‌ ଦ୍ୱାରା ପେଙ୍ଗାଙ୍ଗ୍‌ ସୋର ଦକ୍ଷିଣ ତଟିଆ ଅଞ୍ଚଳରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର ଦିନ ପୂର୍ବ ଲଦାଖର ସ୍ଥିତିକୁ ନେଇ ସମୀକ୍ଷା କରିଛନ୍ତି ।  ଅତିକମ୍‌ରେ ୨ଘଣ୍ଟା ଧରି ଚାଲିଥିବା ବୈଠକରେ ନିର୍ଣ୍ଣୟ ନିଆଯାଇଥିଲା କି, ଏଲ୍‌ଏସି ସହିତ ସମସ୍ତ ସମ୍ବେଦନଶୀଳ କ୍ଷେତ୍ରରେ ଭାରତ ନିଜର ଆକ୍ରାମଣତ୍ମକ ଜାରି ରହିବ । ଯାହାଦ୍ୱାର ଚୀନ୍‌ କୌଣସି ବି ଦୁଃଶାସହାସିକ ପଦକ୍ଷେପକୁ ମୁକାବିଲା କରାଯାଇପାରିବ ।  ସୀମାରେ ପରିସ୍ଥିତିକୁ ଦେଖି ଭାରତୀୟ ସେନା ଅତିରିକ୍ତ ସୈନିକମାନଙ୍କ ସହିତ ଟ୍ୟାଙ୍କ ମଧ୍ୟ ମୁତୟନ କରିଛି । ବିବାଦୀୟ ଅଞ୍ଚଳରେ ଭାରତୀୟ ସେନା ନିଜକୁ ସୁଦୃଢ କରିବାରେ ଲାଗିଛି ।

ଏହାମଧ୍ୟରେ ବିଦେଶ ମନ୍ତ୍ରାଳୟ ପ୍ରବକ୍ତ ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ, ଚୀନ୍‌ ପକ୍ଷ ସେସବୁ କଥାକୁ ଅଣଦେଖା କରିଦେଇଛନ୍ତଚି । ଯାହା ଉପରେ ପ୍ରଥମକୁ ସହମତି ହୋଇଥିଲା । ୨୯-୩୦ ଅଗଷ୍ଟ ରାତିରେ ଚୀନ୍‌ ସେନା ଲଦାଖର ଦକ୍ଷିଣ ଅଞ୍ଚଳରେ ପରିସ୍ଥିତିକୁ ଗୋଲମାଳିଆ କରିବାକୁ ପ୍ରୟାସ କରିଥିଲେ । ଭାରତୀୟ ସେନା ନିଜ କ୍ଷେତ୍ରର ଅଖଣ୍ଡତା ଏବଂ ନିଜର ହିତ ପାଇଁ ବାସ୍ତବିକ ରେଖାରେ ଚୀନ୍‌କୁ କ଼ଡ଼ା ଜବାବ ଦେଇଛି ।  

   Related Posts