ପୁଣି ଥରେ ଭାରତ ସୀମାରେ ଚୀନ ସେନାର ଅନୁପ୍ରବେଶ

Published By : Prameya-News7 Bureau | August 14, 2018 IST

ପୁଣି ଥରେ ଭାରତ ସୀମାରେ ଚୀନ ସେନାର ଅନୁପ୍ରବେଶ ହୋଇଛି | ଡୋକଲାମ ଅନୁପ୍ରବେଶ ଓ ଉତ୍ତେଜନାର ବର୍ଷେ ପରେ ପୁଣି ଭାରତ ସୀମାରେ ଦେଖିବାକୁ ମିଳିଛି ଚୀନ ସେନାର ଅନୁପ୍ରବେଶ | ପିଏଲଏ ଯବାନମାନେ ପୂର୍ବ ଲଦାଖର ପ୍ରାୟ ୪ ମିଟର ଭିତରକୁ ପଶି ଆସିଥିଲେ | ବିବାଦୀୟ ଡେମଚୋକ ସେକ୍ଟରରେ ୫ଟି ତମ୍ବୁ ପକାଇଥିଲେ ଚୀନ ସେନା | ତେବେ ଦୁଇ ଦେଶର ବ୍ରିଗେଡିଆର ମାନଙ୍କ ବୈଠକ ପରେ ଏହି ବିବାଦ ତୁଟିଛି | ୩ଟି ତମ୍ବୁ ସହ ଓହରି ଯାଇଥିଲେ ପିଏଲଏ ଯବାନ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.