Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

ପ୍ରତିଶ୍ରୁତି ଦେଇଥିଲେ, ହେଲେ FATFରେ ପାକିସ୍ତାନକୁ ଧୋକା ଦେଲେ ଚୀନ୍ ଓ ସାଉଦୀ ଆରବ

24/10/2020 at 9:06 PM

ପ୍ୟାରିସ୍ : ଆତଙ୍କବାଦ ବିରୋଧରେ ୨୭ ସୂତ୍ରୀ କାର୍ଯ୍ୟକ୍ରମ ପୁରଣ କରିବାରେ ବିଫଳତା ଯୋଗୁ ଫାଇନାନସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫଏଟିଏଫ) ପାକିସ୍ତାନକୁ ପୁଣି ଥରେ ଗ୍ରେ ଲିଷ୍ଟରେ ପକାଇ ଦେଇଛନ୍ତି। ତେବେ ଫେବୃଆରୀ ୨୦୨୧ ସୁଦ୍ଧା ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ଲାଗି ପାକିସ୍ତାନକୁ ଅନୁରୋଧ କରାଯାଇଛି। ଏଥିରେ ଯଦି ପାକ୍ ବିଫଳ ହୁଏ ତେବେ ବ୍ଲାକ୍‌ ଲିଷ୍ଟକୁ ଯିବା ନିଶ୍ଚିତ ବୋଲି କୁହାଯାଉଛି।

ଏଫଏଟିଏଫଙ୍କ କଟକଣାରୁ ମୁକ୍ତ ହେବା ଲାଗି ପାକିସ୍ତାନ କିନ୍ତୁ ଭରପୁର ପ୍ରୟାଶ କରିଥିଲା। ୨୭ରୁ ୨୧ଟି କାର୍ଯ୍ୟାନୁଷ୍ଠାନ ମଧ୍ୟ କରିଛି। ଏଣୁ ରିଭ୍ୟୁ ଗ୍ରୁପ ବୈଠକରେ ପାକିସ୍ତାନକୁ ଟେକନିକ୍‌ ଆଧାରରେ ଗ୍ରେ ଲିଷ୍ଟରୁ ବାହାର କରିବା ଲାଗି ପୂର୍ବରୁ ଚୀନ୍‌, ସାଉଦୀ ଆରବ ଓ ମାଲେସିଆ ପ୍ରତିଶ୍ରୁତି  ମଧ୍ୟ ଦେଇଥିଲେ। ହେଲେ ବୈଠକରେ ଏହି ସବୁ ଦେଶ ନିରବତା ଅବଲମ୍ବନ କରିବାରୁ ପାକିସ୍ତାନକୁ ପୁଣି ଗ୍ରେ ଲିଷ୍ଟରେ ରହିବାକୁ ପଡିଛି।

ବୈଠକରେ ଏକାକୀ ତୁର୍କି ପାକିସ୍ତାନ ଲାଗି ଓକିଲାତି କରିଥିଲା। ହେଲେ ଏଥିରେ ତୁର୍କିକୁ ଗୁରୁତ୍ୱ ମିଳିନଥିଲା। ତୁର୍କି ରାଷ୍ଟ୍ରପତି ରେସେପ ତ୍ୟେପ ଏର୍ଡୋଗାନ ମଧ୍ୟ ଏସିଆରେ ଖଲିଫା ହେବାର ସ୍ୱପ୍ନ ଦେଖୁଛନ୍ତି। ୨୧ ବିଂଶ ଶତାବ୍ଦୀରେ ଅଟୋମେନ୍‌ ସାମ୍ରାଜ୍ୟଲାଗି ଏର୍ଡୋଗାନଙ୍କ ପରିକଳ୍ପନାକୁ କେବଳ ନୂଆ କରି ସ୍ଥାପିତ ଦେଶ ପାକିସ୍ତାନ ସମର୍ଥନ କରୁଛି।

ତୁର୍କି ପାକ୍ ସମର୍ଥନରେ ଆଗକୁ ଆସିବା ଚୀନ୍‌, ସାଉଦୀ ଆରବ ଓ ଅନ୍ୟ ଦେଶଙ୍କୁ ନିରବ ରହିବାକୁ ବାଧ୍ୟ କରିଥିଲା। ଫଳରେ ପାକିସ୍ତାନ କୁଟନୀତି ଚରମ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବେଳେ ସହ ଇମ୍ରାନ ସରକାରଙ୍କ ଚାଲ ବିଫଳ ହୋଇଛି। ଏଣୁ ନିକଟମ ମିତ୍ର ଦେଶଙ୍କ ଠାରୁ ଧୋକା ଖାଇ ମଧ୍ୟ ଇମ୍ରାନ ଏବେ ନିରବ ରହିବାକୁ ବାଧ୍ୟ ହୋଇଥିବା ବେଳେ ପାକିସ୍ତାନ ଲୋକେ ଭାଗ୍ୟକୁ ଭରସା କରିବାକୁ ବାଧ୍ୟ ହୋଇଛନ୍ତି।  

   Related Posts