Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଭାରତ ପରେ ଏବେ ଜାପାନ ସହ ବିବାଦ ବଢାଇଲା ଚୀନ୍ କିନ୍ତୁ ଟାର୍ଗେଟ ଆମେରିକା, ପୂର୍ବ ଚୀନ୍‌ ସାଗରରେ ବଢୁଛି ଉତ୍ତେଜନା

23/06/2020 at 12:40 PM

ନୂଆଦିଲ୍ଲୀ ୨୩।୦୬ : ସାରାବିଶ୍ୱରେ ଏବେ କରୋନା ମହାମାରୀ ବ୍ୟାପିଥିବା ବେଳେ ଆଉ ଗୋଟିଏ ପଟେ ଚୀନ୍‌ ତାର ବିସ୍ତାର ବାଦୀ ନୀତି ଆପଣାଇଛି । କେତେବେଳେ ଭାରତ ସହିତ ସୀମା ବିବାଦ ଆରମ୍ଭ କରୁଛି , ତ କେତେବେଳ ଜାପାନ ଦ୍ୱୀପକୁ ନିଜର ବୋଲି ଦାବି କରୁଛି । କିଛି ଦିନ ତଳେ ଭାରତର ଲଦାଖର ଗଲଓ୍ୱାନ ଘାଟିରେ ସୀମାରେ ଚୀନ୍‌ ସେନା ଅନୁପ୍ରବେଶ କରିଥିଲେ , ଯାହାକୁ ଭାରତୀୟ ସେନା ବିରୋଧ କରିଥିଲା । ଯାହାକୁ ନେଇ ଉଭୟ ଦେଶର ସୈନ୍ୟମାନଙ୍କ ମଧ୍ୟରେ ହିଂସାତ୍ମକ ଘଟଣା ଘଟିଥିଲା । ଫଳସ୍ୱରୂପ ଭାରତର ୨୦ଯବାନ ସହିଦ ହୋଇଛନ୍ତି । ଚୀନ୍‌ର ୪୦ରୁ ଅଧିକ ସୈନ୍ୟ ମୃତାମହତ ହୋଇଥିବା ଚର୍ଚ୍ଚା ହେଉଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କେତେ ସଂଖ୍ୟାରେ ସୈନ୍ୟ ମୃତାହତ ହୋଇଛନ୍ତି , ତାହା ନେଇ ଚୀନ୍‌ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ତେବେ ଭାରତ ସହିତ ସୀମା ବିବାଦ ଲାଗିରହିଥିବା ବେଳେ ଚୀନ୍‌ ଏବେ ଜାପାନ ସହିତ ବିବାଦ ଆରମ୍ବ କରିଦେଇଛି । ଯାହାକୁ ନେଇ ଜାପାନ-ଚୀନ୍ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି । ଜାପାନର ଏକ ଦ୍ୱୀପକୁ ଚୀନ୍‌ ନିଜ ର ବୋଲି ଦାବି କରୁଛି । ଦ୍ୱୀପ ନିକଟରେ ଚୀନ୍‌ର ସାମରିକ ଜାହଜ ଦେଖାଯାଇଥିଲା । ଏହାପରେ ଉଭୟ ଦେଶ ମଧ୍ୟରେ ବିବାଦ ଲାଗିରହିଛି ।  

ସୂଚନାଯୋଗ୍ୟ ଯେ, ଜାପାନ ଦ୍ୱୀପ ସେନ୍‌କାକୁସକୁ ଚୀନ୍‌ ନିଜର ବୋଲି ଦାବି କରୁଛି । ଯାହାକୁ ଜାପାନ ବିରୋଧ କରୁଛି । ଜାପାନ ଅନୁସାରେ ଦ୍ୱୀପ ଆମର , ଏବଂ ଏଠାରେ ଅନ୍ୟ କୌଣସି ଶକ୍ତିଙ୍କୁ ପ୍ରବେଶ କରିବାକୁ ପ୍ରଶୟ ଦିଆଯିବାନାହିଁ । କିନ୍ତୁ ଚୀନ୍‌ ନିଜର ବିସ୍ତାରବାଦୀ ନୀତିରୁ ପଛଘୁଞ୍ଚା ଦେଉନାହିଁ, ବରଂ ବିବାଦକୁ ଦିନକୁ ଦିନ ଅଧିକ ଜଟିଳ କରିବାରେ ଲାଗିଛି । ଦ୍ୱୀପକୁ ନେଇ ହୋଇଥିବା ବିବାଦ, ଯେ ଏସିଆରେ ଆଉ ଏକ ରାଜନୈତିକ ସଙ୍କଟର ଜନ୍ମ ଦେଉଛି ବୋଲି ମନେକରାଯାଉଛି । ଏହି ଦ୍ୱୀପଟି ଚୀନ୍‌ର ପୂର୍ବ ସାଗରେ ଅବସ୍ଥିତି ରହିଛି । ଯାହାକି ତାଇଓ୍ୱାନଠାରୁ ଅତି ନିକଟର ବୋଲି ମନେ କରାଯାଉଛି ।

ଭାରତ ସହିତ ଲଦାଖର ପୂର୍ବ ରେ ଥିବା ଗଲଓ୍ୱାନ ଘାଟି ନେଇ ମୁହାଁମୁହିଁ ହେବା ପରେ ଏବେ ଜାପାନ୍‌ ସହିତ ମଧ୍ୟ ବିବାଦ ଆରମ୍ଭ କରିଦେଇଛି । ସାରାବିଶ୍ୱରେ କରୋନା ମହାମାରୀ ବ୍ୟପିଥିବା ବେଳେ ଚୀନ୍‌ ତାର ସୀମାକୁ ଲାଗିଥିବା ଦେଶମାନଙ୍କ ସହିତ ବିବାଦ ଆରମ୍ଭ କରିଦେଇଥିବାର ଦେଖିବାକୁ ମିଳିଛି । କରୋନା ଭାଇରସ ନେଇ ସାରାବିଶ୍ୱର ନଜର ହଟାଇବା ଚୀନ୍‌ ଏପରି କରୁଛି ବୋଲି କେତେକ ବିଶେଷଜ୍ଞମାନେ କହୁଛନ୍ତି । ତେବେ ଜାପାନ ସହିତ ଚୀନ୍‌ର ବିବାଦ ଦେଖି ଆମେରିକା ମଧ୍ୟ ଏହି ବିବାଦରେ ପାଦ ଥାପିଛି । ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଏହା ଯୁଦ୍ଧ ଆଗକୁ ଅଗ୍ରସର ହେଉଛି ବୋଲି ମଧ୍ୟ ଆଶଙ୍କା କରାଯାଉଛି ।  

ଚୀନ୍‌ ଜାପାନ ଏହି ଦ୍ୱୀପ ନିକଟରେ ହଲ୍‌ଚଲ୍‌ ଆରମ୍ଭ କରିଦେଇଛି । ଯାହାକି ଜାପାନକୁ ଉସକାଇବା ଭଳି ପରିସ୍ଥିତି । କିନ୍ତୁ ଦୁଇ ଦେଶ ମଧ୍ୟରେ ଏପରି ବିବାଦ ଦେଖି ଏକପ୍ରକାର ଆମେରିକାକୁ ନିମନ୍ତ୍ରଣ ଦେଲା ପରି ହୋଇଛି । ଖବରମୁତାବିକ ଜାପାନ ଓ ଆମେରିକା ମଧ୍ୟରେ ଏକ ପ୍ରତିରକ୍ଷା ଚୁକ୍ତି ହୋଇଛି । ଏହି ଚୁକ୍ତି ଅନୁସାରେ ଯଦି କୌଣସି ଦେଶ ଜାପାନ ଉପରେ ଆକ୍ରମଣ କରେ ତେବେ ଏଭଳି ପରିସ୍ଥିତିରେ ଓ୍ୱାସିଂଟନ ଟୋକିଅକୁ ରକ୍ଷା କରିବା ଲାଗି ଆସିବ । ଚୁକ୍ତି ଅନୁସାରେ ଆମେରିକା ବାଧ୍ୟ ହେବ ଏଭଳି ପରିସ୍ଥିତିରେ ଜାପାନ ସହିତ ଛିଡା ହେବାକୁ । ଯଦି ଦୁଇ ଦେଶ ମଧ୍ୟରେ ସୈନ୍ୟସ୍ତରରେ ଲଢେଇ ହୁଏ , ତେବେ ମଧ୍ୟ ଆମେରିକା ପାଇଁ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡିବ । ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ଚୀନ୍‌ ଜାଣିଶୁଣି ଦ୍ୱୀପକୁ ନେଇ ବିବାଦ ଆରମ୍ଭ କରୁଛି । ପରୋକ୍ଷ ଭାବରେ ଚୀନ୍‌ ଆମେରିକାକୁ ଯୁଦ୍ଧ ପାଇଁ ନିମନ୍ତ୍ରଣ ଦେଉଛି । ଜାପାନ ସହିତ ଆମେରିକାର ଚୁକ୍ତି ବିଷୟରେ ଚୀନ୍‌କୁ ଜଣାଅଛି । ତାପରେ ବି ସେ ବିବାଦକୁ ବଢିବାଇବାରେ ଲାଗିଛି ।

ଗତ ସପ୍ତାହରେ ଜାପାନୀ ତଟରକ୍ଷୀ ଦାବି କରିଥିଲା ଯେ, ଚୀନ୍‌ର ସରକାରୀ ଜାହାଜ ସେନ୍‌କାକୁଶ ଦ୍ୱୀପ ନିକଟରେ ପଇଁତରା ମାରୁଥିବାର ଦେଖିବାକୁ ମିଳିଥିଲା । ଏହାପରେ ଦୁଇ ଦେଶ ମଧ୍ୟରେ ବିବାଦର ଆଭାସ ଦେଖଦେଇଥିଲା ।  ଏହାପୂର୍ବରୁ ଏପ୍ରିଲ ମାସରେ ମଧ୍ୟ ଜାପାନ୍‌ ସେନ୍‌କାକୁଶ ଦ୍ୱୀପରେ ମଧ୍ୟ ଚୀନ୍‌ ସେନାର ଜାହାଜା ଦେଖିବାକୁ ମିଳିଥିଲା । ଯଦି ଏହି ସମୟରେ ଜାପାନ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ନେଉଛି , ତେବେ ଦୁଇ ଦେଶ ମଧ୍ୟରେ ପରିସ୍ଥିତି ଆହୁରି ବିଗିଡିଯିବ । ଯାହାଦ୍ୱାରା କି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଦେଖାଦେବ । ଯଦି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହେଉଛି , ତେବେ ଆମେରିକା ମଧ୍ୟ ଏହି ଯୁଦ୍ଧରେ ହସ୍ତକ୍ଷେପ କରିବାକୁ ପଡିବ ।

ଜାପାନର ସେନ୍‌କାକୁଶ ଦ୍ୱୀପ ଉପରେ ଚୀନ୍‌ର ସଦାସର୍ବାଦ ନଜର ରଖିଛି । ଭୌଗଳିକ ରୂପରେ ଏହା ତାଇଓ୍ୱାନର ଅତି ନିକଟତର । ପୂର୍ବ ଚୀନ୍‌ ସାଗର ପ୍ରଶାନ୍ତ ମହାସଗାରର ଏକ ଅଂଶ । ଚୀନ୍‌ର ପୂର୍ବରେ ଏହା ହୋଇଥିବାରୁ ଏହାର ନାମ ପୂର୍ବ ଚୀନ୍‌ ସାଗର ରଖାଯାଇଛି । ସେନ୍‌କାକୁଶ ଦ୍ୱୀପ ଉପରେ କୌଣସି ଲୋକ ବସବାସ କରୁନାହାନ୍ତି । ଏହା ଏକ ନିର୍ଜନ ସ୍ଥାନଟିଏ ଅଟେ । କିନ୍ତୁ ସାମରିକ ଓ ବ୍ୟାପାରିକକୁ ଦୃଷ୍ଟିରେ ରଖି ଏହି ଦ୍ୱୀପରେ ଅନେକ ମହତ୍ୱ ରହିଛି । ଏଥିପାଇଁ ଚୀନ୍‌ ଏହା ଉପରେ ନଜର ପକାଇଛି । ଦ୍ୱୀପରେ ପ୍ରାକୃତିକ ଗ୍ୟାସ୍‌ ଓ କଚ୍ଚା ତୈଳର ପର୍ଯ୍ୟାପ୍ତ ଭଣ୍ଡାର ମାଟି ତଳେ ପୋତି ହୋଇ ରହିଛି । ଅନୁମାନ କରାଯାଉଛି ଯେ, ପୂର୍ବ ଚୀନ୍‌ ସାଗରରେ ଯେତେ ପରିମାଣର ତେଲ ଓ ଗ୍ୟାସ୍‌ ଭଣ୍ଡାର ରହିଛି , ତାହାଠାରୁ ଅଧିକ ଏଠାରେ ରହିଛି । ଏହି ଦ୍ୱୀପରେ ମଧ୍ୟ ଅନେକ ପ୍ରକାରର ମାଛ ଦେଥିବାକୁ ମିଳିଥାଏ ।   

   Related Posts