ଲଦାଖରେ ଭାରତର ମୁହଁତୋଡ଼ ଜବାବ : ଚୀନ୍‌ର ୫ ସୈନ୍ୟ ନିହତ, ଅନେକ ଆହତ

Published By : Prameya-News7 Bureau | June 16, 2020 IST

ନୂଆଦିଲ୍ଲୀ ୧୬।୦୬: ଦୀର୍ଘ ୫୦ବର୍ଷ ପରେ ଲଦାଖରେ ଜାରି ବିବାଦ ଏବେ ଆହୁରୀ ଘନୀଭୂତ ହୋଇଛି । ଦୁଇ ଦେଶ ମଧ୍ୟରେ ତିକ୍ତତା ଚରମରେ ରହିଛି । ଗୋଟିଏ ପଟେ ଆପୋଶ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ଲାଗି ପ୍ରୟାସ ଜାରି ରହିଥିବା ବେଳେ ସେମାବାର ରାତିରେ ଉଭୟ ସେନାଙ୍କ ମଧ୍ୟର  ହିଂସାତ୍ମକ ସଂଘର୍ଷ ଘଟିଛି । ଯାହା ଦୁଇଦେଶ ମଧ୍ୟରେ ଉତ୍ତେଜନାକୁ ଚରମ ସୀମାରେ ପହଞ୍ଚାଇଛି । ସୋମବାର ରାତିରେ ଉଭୟ ଦେଶର ସୈନବାହିନୀ ଗଲ୍‌ଓ୍ୱାନ ଘାଟିରେ ମୁହାଁମୁହିଁ ହୋଇଥିଲା । ଉଭୟ ଦେଶ ମଧ୍ୟରେ ହାତାହାତି ହୋଇଥିଲେ । ଏଥିରେ ଭାରତୀୟ ସେନାର ଜଣେ ଅଧିକାରୀ ଏବଂ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି। ଏହି ଘଟଣାରେ ଭାରତ ମଧ୍ୟ ଚୀନକୁ ମୁହଁତୋଡ ଜବାବ ଦେଇଛନ୍ତି। ଏଥିରେ ଚୀନ୍‌ ସେନାର ୫ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଷ୍ଟେଚରରେ ବୋହି ନେଉଥିବାର ଦେଖିବାକୁ ମିଳିଛି । ହେଲେ ଏପର୍ଯ୍ୟନ୍ତ ଚୀନ୍‌ ପକ୍ଷରୁ ସଠିତ୍‌ ତଥ୍ୟ ଦିଆଯାଇନାହିଁ । ଲଦାଖରେ ଏଭଳି ସ୍ଥିତି ୧୯୭୦ ଦଶକରେ ଦେଖାଦେଇଥିଲା । କହିବାକୁ ଗଲେ ପାଖାପାଖି ୫୦ବର୍ଷ ପରେ ପୁଣି ରକ୍ତରେ ଭିଜିଛି ଲଦାଖ ମାଟି ।     

ସେପଟେ ଘଟଣାସମ୍ପର୍କରେ ଚୀନ୍‌ ପକ୍ଷରୁ ବୟାନ ଜାରି କରାଯାଇଛି । ଚୀନ୍‌ କହିଛି ଯେ, ଆମର ପାଞ୍ଚ ଜଣ ସୈନ୍ୟଙ୍କର ମୃତ୍ୟୁ ହୋଇଛି । ଭାରତ ପକ୍ଷରୁ ସୀମାରେ ଅନୁପ୍ରବେଶ କରିବା ପାଇଁ ଉଦ୍ୟମ କରାଯାଇଥିଲା । ଭାରତୀୟ ସେନାବାହିନୀ ଚୀନ୍‌ ସୀମାରେ ପ୍ରବେଶ କରି ଆକ୍ରମଣ କରିଥିଲେ । ଏଭଳି ସ୍ଥିତିରେ ଭାରତ କୌଣସି ମତେ ଏକତରଫା ଭାବେ କୌଣସି ନିଷ୍ପତ୍ତି ନନେଉ । ଯାହାକି ଆଗାମୀ ଦିନରେ ଦୁଇ ଦେଶ ମଧ୍ୟରେ ପରିସ୍ଥିତିକୁ ଆହୁରି ବିଗାଡିଦେବ । ଭାରତ ମଧ୍ୟ ନିଜର ପ୍ରତିକ୍ରିୟା ରଖି କହିଛି ଯେ, ସୀମାରେ ଗତକାଲି ରାତିରେ ଉଭୟ ଦେଶରେ ସେନାଙ୍କ ମଧ୍ୟରେ ମୁହାଁମୁହାଁ ହୋଇଥିଲେ । ଯେଉଁଥିରେ ଭାରତର ଦୁଇ ଜଣ ଯବାନ ସହ ଜଣେ ଅଫିସରଙ୍କ ସହିଦ ହୋଇଛି ।

ସୂଚନାଯୋଗ୍ୟ ଯେ, ସୋମବାର ଦିନ ରାତିରେ ଲଦାଖର ଗଲଓ୍ୱାନ୍‌ ଘାଟିରେ ଭାରତ-ଚୀନ୍‌ ସେନା ମୁହାଁମୁହିଁ ହୋଇଥିଲେ। ଏଥିରେ ଭାରତର ୨ଯବାନ ସହ ଜଣେ ଅଫିସରଙ୍କ ସହିଦ ହୋଇଛି । କହିବାକୁ ଗଲେ ଦୀର୍ଘ ୫୦ ବର୍ଷ ପରେ ଲଦାଖରେ ଏଭଳି ସ୍ଥିତି ଉପୁଜୁଛି । ସୀମାରେ ସ୍ଥିତିକୁ ଦେଖି ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଜରୁରୀ ବୈଠକ ଡାକିଛନ୍ତି । ବୈଠକରେ ଚିଫ୍‌ ଡିଫେନ୍ସ ଷ୍ଟାପ୍‌, ତିନି ସେନାର ମୁଖ୍ୟ ଓ ବିଦେଶ ମନ୍ତ୍ରୀ ଏସ୍‌, ଜୟଶଙ୍କର ଉପସ୍ଥିତ ରହିଛନ୍ତି । ସୀମାରେ ଲାଗିରହିଥିବା ଉତ୍ତେଜାନ ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନ ହେବ । ଆଗକୁ ସ୍ଥିତି କିପରି ଓ କଣ ରହିବେ ସେନେଇ ମଧ୍ୟ ଆଲୋଚନା କରାଯାଇପାରେ । ଆଗକୁ ଭାରତର ଆଭିମୁଖ୍ୟ କଣ ରହିବ ସେ ନେଇ ମଧ୍ୟ ଆଲୋଚନା କରାଯିବାର ସୂଚନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.