ବେଜିଂ ୦୬।୦୫ : କରୋନା ସଂକ୍ରମଣକୁ ନେଇ ଚୀନ୍ ବିରୋଧରେ ଆନ୍ତର୍ଜାତିକ ସ୍ତରରେ ବିରୋଧ ବଢ଼ିବାରେ ଲାଗିଛି । ଆମେରିକା ଏହାର ନେତୃତ୍ୱ ନେଉଛି । ଚୀନ୍ ବିରୋଧରେ ଆମେରିକା ଏକପ୍ରକାର ଅପପ୍ରଚାର ଚଳାଇଛି । ଆଗାମୀ ଦିନରେ ଦୁଇ ବିଶ୍ୱ ଶକ୍ତି ମଧ୍ୟରେ ସମ୍ପର୍କ ଆହୁରି ବିଗିଡ଼ି ଯାଇପାରେ । ଏହାଯୋଗୁ ଉଭୟଙ୍କ ଭିତରେ ଯୁଦ୍ଧ ଲାଗିଯାଇପାରେ । ତେଣୁ ଚୀନ୍ ସରକାର ସେଥିପାଇଁ ପ୍ରସ୍ତୁତ ରୁହନ୍ତୁ । ଚୀନ୍ ସରକାରଙ୍କ ଏକ ଆଭ୍ୟନ୍ତରୀଣ ରିପୋର୍ଟରେ ଏହା କୁହାଯାଇଛି ।
{"id":265629,"sizeSlug":"large"}ଚୀନ୍ର ମିନିଷ୍ଟ୍ରି ଅଫ ଷ୍ଟେଟ୍ ସିକ୍ୟୁରିଟି ଅଧୀନରେ ଥିବା ଚାଇନା ଇନଷ୍ଟିଚ୍ୟୁଚସ ଅଫ କଣ୍ଟେମ୍ପରାରି ଇଣ୍ଟରନ୍ୟାସନାଲ ରିଲେସନ୍ସ (ସିଆଇସିଆଇଆର) ନାମକ ଏକ ଥିଙ୍କଟ୍ୟାଙ୍କ୍ ଏହି ରିପୋର୍ଟ ପ୍ରସ୍ତୁତ କରିଛି । ଗତ ମାସର ପ୍ରଥମ ଭାଗରେ ଏହି ରିପୋର୍ଟ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସମେତ ଆଉ କେତେକ ସରକାରୀ ବିଭାଗକୁ ଦିଆଯାଇଛି ।
{"id":265630,"width":569,"height":379,"sizeSlug":"large"}ଏହି ରିପୋର୍ଟରେ ଦର୍ଶାଯାଇଛି କି ଆମେରିକା ଚୀନ୍ର କ୍ରମବର୍ଦ୍ଧିଷ୍ଣୁ ଆର୍ଥିକ ଓ ସାମରିକ ଶକ୍ତିକୁ ସହ୍ୟ କରିପାରୁ ନାହିଁ । ସେ ଚୀନ୍କୁ ନିଜ ପ୍ରତି ଏକ ବଡ଼ ବିପଦ ଭାବେ ବିବେଚନା କରୁଛି । ଦୁଇ ଦେଶ ଭିତରେ ପୂର୍ବରୁ ଅନେକ ପ୍ରସଙ୍ଗରେ ମତଭେଦ ରହିଛି । କିଛି ମାସ ତଳେ ବାଣିଜ୍ୟ କାରବାରକୁ ନେଇ ଉଭୟଙ୍କ ସମ୍ପର୍କ ତିକ୍ତ ହୋଇପଡିଥିଲା । ଏବେ କିନ୍ତୁ କରୋନା ସଂକ୍ରମଣକୁ ନେଇ ଉଭୟଙ୍କ ସମ୍ପର୍କ ଆହୁରି ବିଗିଡ଼ିବାର ଆଶଙ୍କା ରହିଛି । କରୋନା ସଂକ୍ରମଣ ଯୋଗୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆମେରିକାର ରାଷ୍ଟ୍ରପତି ହେବାର ଆଶା ମଉଳିଯାଇଛି ।
{"id":265631,"width":558,"height":418,"sizeSlug":"large"}ଆମେରିକାର ଅର୍ଥନୀତି ବି କରୋନା ସଂକ୍ରମଣ ଯୋଗୁ ଭୁଶୁଡି ପଡିଛି । ତେଣୁ ଆମେରିକା ଏବେ ଚୀନ୍ ଉପରେ ରାଗ ଶୁଝାଇବାକୁ ବାଟ ଖୋଜୁଛି । ସିଏ ଚୀନ୍ ବିରୋଧରେ ବିଶ୍ୱ ଜନମତ ସୃଷ୍ଟି କରିବା ପାଇଁ ଉଦ୍ୟମ ଚଳାଇଛି । ଏମିତିବି କରୋନା ସଂକ୍ରମଣକୁ ନେଇ ଚୀନ୍ ବିରୋଧରେ ବିଭିନ୍ନ ଦେଶରେ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଉଛି । ଚୀନ୍ର ” ୱାନ୍ ବେଲ୍ଟ, ୱାନ୍ ରୋଡ’ ପ୍ରକଳ୍ପ ବିରୋଧରେ ବି ବିଭିନ୍ନ ଦେଶରେ ଜନମତ ବୃଦ୍ଧି ପାଇବାର ଆଶଙ୍କା ରହିଛି । ୧୯୮୯ ମସିହାରେ ଟିଆନାନମେନ୍ କ୍ୱେୟାର ଗୁଳିକାଣ୍ଡ ଘଟଣା ଯୋଗୁ ଚୀନ୍ ବିରୋଧରେ ଯେପରି ଆନ୍ତର୍ଜାତିକ ସ୍ତରରେ ଅସନ୍ତୋଷ ସୃଷ୍ଟି ହୋଇଥିଲା, ଏବେ ସେହିପରି ଘଟିବାକୁ ଯାଉଛି । ତେଣୁ ଆଗାମୀ ଦିନରେ ଆମେରିକା ଓ ଚୀନ୍ ଭିତରେ ଯୁଦ୍ଧ ଲାଗିଯାଇପାରେ । ଚୀନ୍ ସରକାର ଓ ସେନା ଏଥିପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ ।
{"id":265632,"width":574,"height":382,"sizeSlug":"large"}ଚୀନ୍ର ବିଦେଶ ମନ୍ତ୍ରଣାଳୟ ଏହି ରିପୋର୍ଟ ଉପରେ କୌଣସି ପ୍ରତିକ୍ରିୟା ଦେଇନାହିଁ । ଚୀନ୍ର ଅନ୍ୟ କୌଣସି ସରକାରୀ ବିଭାଗ ବି ଏହା ଉପରେ କିଛି ପ୍ରତିକ୍ରିୟା ଦେଇନାହାନ୍ତି । କିନ୍ତୁ ଏହି ରିପୋର୍ଟକୁ ଚୀନ୍ ନିଜ ବିରୋଧରେ ଆନ୍ତର୍ଜାତିକ ସ୍ତରରେ ବୃଦ୍ଧି ପାଉଥିବା ଅସନ୍ତୋଷକୁ କିପରି ଦେଖୁଛି, ତାହା ଜଣାପଡୁଛି । ଆମେରିକା ତରଫରୁ ବି ଏହା ଉପରେ କିଛି କୁହାଯାଇନାହିଁ । କିନ୍ତୁ ଆମେରିକାର ବିଦେଶ ବିଭାଗ କହିଛି ଯେ ଚୀନ୍ ସରକାରଙ୍କ ଦାୟିତ୍ୱ ଥିଲା କି ସିଏ କରୋନା ସଂକ୍ରମଣ ସମ୍ପର୍କରେ ସମଗ୍ର ବିଶ୍ୱକୁ ସଚେତନ କରିଥାନ୍ତେ ଯାହାକି ସିଏ କରିନାହାନ୍ତି ।
{"id":265633,"width":572,"height":381,"sizeSlug":"large"}